Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ରାଜ୍ୟରେ କୋଭିସିଲ୍ଡ ଭାକସିନ୍ ଅଭାବ : ଧିମେଇ ଯାଇଛି ଅଭିଯାନ, ୧୧ ଜିଲ୍ଲାରେ ଟିକାକରଣ ବନ୍ଦ

4/05/2021 at 8:03 AM

ଭୁବନେଶ୍ୱର, ୦୫।୦୫:  ରାଜ୍ୟରେ କୋଭିସିଲ୍ଡ୍ ଟିକାର ଅଭାବ । କୋଭିସିଲ୍ଡ ଟିକା ଅଭାବ ଯୋଗୁଁ ରାଜ୍ୟରେ ଟିକାକରଣ ଅଭିଯାନ ଧିମେଇ ଯାଇଛି। ଏଥିପାଇଁ ରାଜ୍ୟର ୧୧ ଜିଲ୍ଲାରେ ଟିକାକରଣ ବନ୍ଦ। ବାଲେଶ୍ୱର, ବରଗଡ଼, ବୌଦ୍ଧ, କଟକ, ଗଜପତି, ଜଗତସିଂହପୁର, କନ୍ଧମାଳ, କୋରାପୁଟ, ନବରଙ୍ଗପୁର, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲାରେ ଟିକାକରଣ ହେବନାହିଁ।

ମଙ୍ଗଳବାର ସୁଦ୍ଧା ରାଜ୍ୟରେ ମାତ୍ର ୧୯ ହଜାର ଡୋଜ୍ କୋଭିସିଲ୍ଡ୍ ଟିକା ରହିଛି । ଏଣେ ୨୯ ଏପ୍ରିଲ ସୁଦ୍ଧା ୮ଲକ୍ଷ ୯୦ ହଜାର ବ୍ୟକ୍ତି ଦ୍ବିତୀୟ ଡୋଜ୍ ଟିକା ନେବାକୁ ଥିଲେ, ଏହି ସଂଖ୍ୟା ଆହୁରି ବଢ଼ି ଯାଇଛି । ଏପରି ସ୍ଥିତିରେ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ ବାଧାପ୍ରାପ୍ତ ହୋଇଛି । ସ୍ଥିତିକୁ ଦେଖି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର , ସମସ୍ତ ଜିଲ୍ଲାପାଳ ଏବଂ ମହାନଗର ନିଗମ କମିଶନରଙ୍କୁ ଦ୍ବିତୀୟ ପର୍ଯ୍ୟାୟ ଉପରେ ପ୍ରାଥମିକତା ଦେବାକୁ ଚିଠି ଲେଖିଛନ୍ତି ।

ଟିକାକରଣ କେନ୍ଦ୍ରରେ ଦ୍ବିତୀୟ ଡୋଜ୍ ନେବାକୁ ଥିବା ବ୍ୟକ୍ତିଙ୍କୁ ଅଗ୍ରାଧିକାର ଦେବାକୁ କୁହାଯାଇଛି, କାରଣ ୬ ରୁ ୮ସପ୍ତାହ ଭିତରେ ଦ୍ବିତୀୟ ଡୋଜ୍ ଟିକା ନେବା ଜରୁରୀ । ସୋମବାର ସୁଦ୍ଧା ରାଜ୍ୟରେ ୫୯ଲକ୍ଷ ୪ହଜାର ୩୧୪ ସଂଖ୍ୟକ ଟିକାକରଣ ହୋଇଛି। ଏଥିରେ ୪୫ବର୍ଷରୁ ଅଧିକ ବର୍ଗର ୪୩ଲକ୍ଷ ୪୭ହଜାର ୩୫୫ ହିତାଧିକାରୀ ରହିଛନ୍ତି ।

   Related Posts