Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଟିକା ନାହିଁ ତ ମଦ ନାହିଁ : ଉତ୍ତରପ୍ରଦେଶ ସୈଫାଇରେ ADMଙ୍କ କଡା ଚେତାବନୀ, ଦୋକାନରେ ବି ଲାଗିଲା ପୋଷ୍ଟର

31/05/2021 at 10:55 AM

ଉତ୍ତରପ୍ରଦେଶ ୩୧/୫ : ଉତ୍ତର ପ୍ରଦେଶ ଇଟାଓ୍ୱା ଜିଲ୍ଲା ଲାଗୁ ହେଲା ନୂଆ ନିୟମ । ଏଣିକି ଟିକା ନ ନେଇଥିବା ଲୋକଙ୍କୁ ମଦ କିଣଇବାକୁ ମିଳିବନି ଅନୁମତି । କେବଳ ସେତିକି ନୁହେଁ ଦୋକାନୀ ବି ଏନେଇ ଦୋକାନ ଆଗରେ ନୋଟିସ ଲଗାଇଛନ୍ତି । ଏହି ନୋଟିସ୍ ଜିଲ୍ଲାର ଅତିରିକ୍ତ ମାଜିଷ୍ଟ୍ରେଟ୍ ବା ADM ହେମନ୍ତ କୁମାର ସିଂ ଜାରି କରିଛନ୍ତି । ଆଲୀଗଡରେ ବିଷାକ୍ତ ମଦ ମୃତ୍ୟୁ ମାମଲା ପରେ ଏହି ଆକ୍ସନ ନିଆଯାଇଛି ।

ସେଠାରେ ବିଷାକ୍ତ ମଦ ପିଇ ୨୫ ଜଣଙ୍କ ମୃତ୍ୟୁ ପରେ ଏହି ନିଷ୍ପତ୍ତି ନିଆଯାଇଛି । ଯାଞ୍ଚ ସମୟରେ ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ହେମନ୍ତ କୁମାର ସିଂ ଦୋକାନୀ ମାନଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇ କହିଛନ୍ତି, ଯେଉଁମାନେ ଟିକା ନେଇନାହାଁନ୍ତି ସେମାନଙ୍କୁ ମଦ ବିକ୍ରି କରାଯିବନି । ଏହି ନିର୍ଦ୍ଦେଶନାମା ଅନୁଯାୟୀ ଦୋକାନୀ ମାନେ ବିନା ଟିକା ପ୍ରମାଣ ପତ୍ରରେ ଗ୍ରାହକଙ୍କୁ ବି ମଦ ଦେବେନିି । ଅର୍ଥାତ୍ ମଦ କିଣିବାକୁ ହେଲେ ଦେବାକୁ ପଡିବ ଟିକା ନେଇଥିବା ପ୍ରମାଣ ।

ଏହାସହ ଏଡିଏମ କହିଛନ୍ତି ଅଧିକରୁ ଅଧିକ ଲୋକ ଟିକା ନିଅନ୍ତୁ । ଇଟାଓ୍ୱାର ଓଡିଏମ ଏହି ଆଦେଶ ଫିରୋଜବାଦର ଡିଏମ ନିର୍ଦ୍ଦେଶ ପରେ ଆସିଥିଲା । ଯେଉଂଥିରେ ସ୍ପଷ୍ଟ କୁହାଯାଇଥିଲା କି, ଯେଉଁ ସରକାରୀ କର୍ଚଚାରୀ ଟିକା ନେଇନଥିବେ ସେମାନଙ୍କର ପେନସନ ଅଟକାଇଦିଆଯିବ । ୟୁପିରେ ଜୁନ୍ ସୁଦ୍ଧା ୧ କୋଟି କୋଭିଡ ଟିକା ଦେବାର ଲକ୍ଷ୍ୟ ରଖିଛି ପ୍ରଶାସନ ।

   Related Posts