Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସୁଶାନ୍ତ ରାଜପୁତଙ୍କ ଆକାଉଣ୍ଟର ଫରେନସିକ ଅଡିଟରେ ମିଳିଲାନି ରିୟା ଚକ୍ରବର୍ତ୍ତୀଙ୍କ ସହ କୌଣସି ନେଣଦେଣ : ରିପୋର୍ଟ

19/08/2020 at 11:54 AM

ମୁମ୍ବାଇ ୧୯/୮: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଫରେନସିକ ଅଡିଟ୍ ରିପୋର୍ଟ ସାମନାକୁ ଆସିଛି। ମୁମ୍ବାଇ ପୋଲିସର ଅଧିକାରୀ କହିଛନ୍ତି ଯେ ଜୁନ୍ ମାସରେ ସୁଶାନ୍ତଙ୍କ ମୃତ୍ୟୁର ତଦନ୍ତ ପାଇଁ ଏହା ସ୍ଥିର କରାଯାଇଥିଲା ଯେ ତାଙ୍କ ବ୍ୟାଙ୍କର ନେଣଦେଣ ସହ ଜଡ଼ିତ ସୂଚନା ବିଷୟରେ ଅନୁସନ୍ଧାନ କରାଯାଉ। ଫରେନସିକ ଅଡିଟର ଜିମା ଆକାଉଣ୍ଟିଂ ଏବଂ ଆଡଭାଇଜରି ଫର୍ମ ଗ୍ରାଣ୍ଟ ଥର୍ନଟନଙ୍କୁ ଦିଆଯାଇଥିଲା। ବ୍ୟାଙ୍କ୍ ଆକାଉଣ୍ଟର ଡିଟେଲ୍ ମଙ୍ଗଳବାର ମୁମ୍ବାଇ ପୋଲିସୁ ଦିଆଯାଇଥିଲା।

ରିପୋର୍ଟରେ ୫ବର୍ଷର ନେଣ-ଦେଣର ଅଧ୍ୟୟନ କରାଯାଇଛି। ଯାହା ଅନୁସାରେ ସୁଶାନ୍ତ ସିଂହ ରାଜପୁତଙ୍କ ଆକାଉଣ୍ଟରେ ରିୟା ଚକ୍ରବର୍ତ୍ତିଙ୍କ କୌଣସି ନେଣଦେଣ ହୋଇନଥିବା ଜଣାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ୩୪ବର୍ଷ ବୟସ୍କ ଅଭିନେତା ଆର୍ଥିକ ରୂପରେ ମଜବୁତ ଥିଲେ ଏବଂ ସେ ନିଜର ଏବଂ ନିଜ ଷ୍ଟାଫଙ୍କ ଧ୍ୟାନ ରଖୁଥିଲେ। ପୋଲିସ୍ କହିଥିଲା ଯେ ମୁମ୍ବାଇ ପୋଲିସ୍ ମାମଲା ସହ ଜଡ଼ିତ ଜରୁରୀ ଦସ୍ତାବିଜ ED କୁ ସେୟାର କରିବ।

ଜୁଲାଇ ୨୫ତାରିଖରେ ସୁଶାନ୍ତ ସିଂହ ରାଜପୁତଙ୍କ ବାପା କେ​‌କେ ସିଂହ ପଟନାରେ ଏକ ମାମଲା ରୁଜୁ କରିଥିଲେ। ତାଙ୍କ ଅଭିଯୋଗ ଅନୁସାରେ ରିୟା ଚକ୍ରବର୍ତ୍ତି,ତାଙ୍କ ପରିବାର ଏବଂ କିଛି ଲୋକ ମିଶି ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଉସୁକାଇଥିଲେ। ଏହି ଅଭିଯୋଗ ଆଧାରରେ ପାଟନା ପୋଲିସ୍ ରିୟା ଚକ୍ରବର୍ତ୍ତି ଏବଂ ତାଙ୍କ ପରିବାର ବିରୋଧରେ ମାମଲା ରୁଜୁ କରିଥିଲା।

   Related Posts