Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ଆହୁରି ଭୟଙ୍କର ହେଲା ତିତିଲି: ରାତି ୧୦ଟା ପରଠୁ ଖୋର୍ଦ୍ଧା ଓ ବିଜୟନଗରମ ମଧ୍ୟରେ ବନ୍ଦ ରହିବ ଟ୍ରେନ ଚଳାଚଳ

10/10/2018 at 4:29 PM

ଭୁବନେଶ୍ୱର ୧୦/୧୦ : ସମୁଦ୍ର ଭିତରେ ତିତିଲି ବେଳକୁ ବେଳ ଉଗ୍ର ରୂପ ଧାରଣା କରିବାରେ ଲାଗିଛି | ବର୍ତ୍ତମାନ (ଅପରାହ୍ନ ୪ଟା ୩୦) ଗୋପାଳପୁର ଠାରୁ ୨୮୦ କି:ମି: ଦୂରରେ ରହିଥିବା ବେଳେ କଳିଙ୍ଗପଟନମ ଠାରୁ ୨୭୦ କି:ମି: ଦୂରରେ ରହିଛି | ଘଣ୍ଟାକୁ ୧୫ କି:ମି: ବେଗରେ ଓଡିଶା ଓ ଆନ୍ଧ୍ର ଉପକୂଳ ଆଡକୁ ଗତି କରୁଛି | ତିତିଲି ଯେତେ ପାଖେଇ ଆସୁଛି ତାର ରୂପ ସେତେ ଭୟଙ୍କର ହେବାରେ ଲାଗିଛି | ତିତିଲିର ଭୟଙ୍କର ରୂପକୁ ନଜରରେ ରଖି ଖୋର୍ଦ୍ଧା ରୋଡ ରୁ ବିଜୟନଗରମ ପର୍ଯ୍ୟନ୍ତ ଆଜି ରାତି ୧୦ଟା ପରଠୁ ଟ୍ରେନ ଚଳାଚଳ ବନ୍ଦ ରଖିବା ପାଇଁ ପୂର୍ବତଟ ରେଲଓ୍ବେ ଘୋଷଣା କରିଛି | କିଛି ଦୂରଗାମୀ ଟ୍ରେନକୁ ନାଗପୁର-ବିଜୟଓ୍ବାଡ଼ା ଦେଇ ଡାଇଭର୍ଟ କରାଯିବ | ୫ଟା ୧୫ରୁ ଅପ୍ ଲାଇନ ଟ୍ରେନ ଭଦ୍ରକ ଷ୍ଟେସନରେ ଅଟକିବ | ୬ଟା ୪୦ରୁ ଡାଉନ ଲାଇନ ଟ୍ରେନ ଦୁଭାଦା ଷ୍ଟେସନରେ ଅଟକିବ ବୋଲି ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି |

   Related Posts