ସୁରଟର ପ୍ରବାସୀ ଓଡିଆଙ୍କୁ ଝଟକା: ଆସିବନି ଟ୍ରେନ୍, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରେଳ ବାତିଲ କଲା ପ୍ରଶାସନ

Published By : Prameya-News7 Bureau | May 07, 2020 IST

ଭୁବନେଶ୍ୱର, ୦୭|୦୫: ସୁରଟରେ ବସବାସ କରୁଥିବା ପ୍ରବାସୀ ଓଡିଆଙ୍କୁ ଲାଗିଛି ଝଟକା । ଏବେ ସୁରଟରୁ ଓଡିଶାକୁ ଆଉ ଆସିବନି ଟ୍ରେନ୍ । ହାଇକୋର୍ଟଙ୍କ ରାୟ ପରେ ସୁରଟ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି ।    

ଗୋଟିଏ ପଟେ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁହୁ ହୋଇ ବଢିଚାଲିଛି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୧୯ ଛୁଇଁଲାଣି । ସୁରଟ ଫେରନ୍ତାମାନେ ସରକାରଙ୍କ ଚିନ୍ତା ବଢାଇଛନ୍ତି । ଗତ ୨,୩ ଦିନ ହେଲା ଆସୁଥିବା ପଜିଟିଭ୍ ରିପୋର୍ଟ ମଧ୍ୟରୁ ଅଧିକାଂଶ ହେଉଛନ୍ତି ସୁରଟ ଫେରନ୍ତା ।ତେବେ ଏହାକୁ ନେଇ ହାଇକୋର୍ଟରେ ଆବେଦନ ହୋଇଥିବା ଜନସ୍ୱାର୍ଥ ମାମଲାରେ କୋର୍ଟ ରାୟ ଦେଇଥିଲେ।

ହାଇକୋର୍ଟ କହିଥିଲେ ଯେ,  ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବା ପୂର୍ବରୁ ପ୍ରଥମେ ସେମାନଙ୍କର ଟେଷ୍ଟ କରାଯାଉ । ରିପୋର୍ଟ ନେଗେଟିଭ୍ ଆସିଲେ ଫେରାଇ ଅଣାଯାଇ ପାରିବ ବୋଲି କୋର୍ଟ କହିଥିଲେ ।

ସୂଚନାଯୋଗ୍ୟ, ଏମିତି ବାହାରୁ ସମସ୍ତଙ୍କୁ ଆଣିଲେ ସମସ୍ୟା ହେବ ବୋଲି  ଅଭିଯୋଗ କରି ସାମାଜିକ କର୍ମୀ ନାରାୟଣ ଚନ୍ଦ୍ର ଜେନାଙ୍କ  ହାଇକୋର୍ଟରେ ଏକ ଜନ ସ୍ୱାର୍ଥ ମାମଲା ଦାଖଲ କରିଥିଲେ । ଯାହାର ଶୁଣାଣି ଗୁରୁବାର କୋର୍ଟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.