ବାଃ ବାଃରେ ବଲାଙ୍ଗୀର ଟ୍ରାଫିକ୍ ପୋଲିସ୍ : ନୂଆ ନିୟମ କଥା ମନେ ପଡ଼ୁନି, ବେପରଓ୍ବାଙ୍କୁ ବ୍ରେକ୍ ନାହିଁ

Published By : Prameya-News7 Bureau | December 05, 2019 IST

ବଲାଙ୍ଗୀର ୫/୧୨: ଏବେ ସାରା ରାଜ୍ୟରେ ଟ୍ରାଫିକ ବ୍ୟବସ୍ଥାକୁ ନେଇ ଲାଗିରହିଛି ଛକାପଞ୍ଜା। ପ୍ରତିଦିନ ହେଲମେଟ ହେଉ କି ସିଟବେଲ୍ଟ, ମଦ ପିଇ ଗାଡି ଚଳାଇବା ହେଉ କି ତିନି ଜଣ ବସିବା ଭଳି ବିଭିନ୍ନ ନିୟମକୁ ନେଇ ଚେକିଙ୍ଗ ଯୋରଦାର ହୋଇ କଟାଯାଉଛି ଫାଇନ। ହେଲେ ସବୁ ବ୍ୟବସ୍ଥା କୋହଳ ହୋଇଛି ବଲାଙ୍ଗୀର ସହରରେ । ଟାଉନ ଭିତରେ କୌଣସି ପ୍ରକାର ଚେକିଙ୍ଗ ହେଉନଥିବା ସହ ନିୟମକୁ କଡାକଡି ପାଳନ ପାଇଁ ପୋଲିସ କରିଛି କଡା ବ୍ୟବସ୍ଥା। ଟାଉନ ବାହାରେ ଯୋରଦାର ଚେକିଙ୍ଗ ସହ କରାଯାଉଛି ଫାଇନ ଆଦାୟ। ସେପଟେ ସହର ଭିତରେ ଜବରଦଖଲ ଓ ସଂଙ୍କୁଚିତ ରାସ୍ତା ପାଇଁ ଟ୍ରାଫିକରେ ଦେଖାଦେଉଛି ସମସ୍ୟା।

{"id":194206,"sizeSlug":"large"}

କଡା କଡି ହୋଇଛି ଟ୍ରାଫିକ ନିୟମ। ଯୋରଦାର ଚାଲିଛି ଚେକିଙ୍ଗ । ଭୁଲ ବାହାରିଲେ ଆଦାୟ ହେଉଛି ମୋଟା ଫାଇନ। ଆପଣ ମଧ୍ୟ ଭାବୁଥିବେ କହୁଛନ୍ତି କିଛି ଦେଖାଉଛନ୍ତି କିଛି। ହଁ ଆଞା। ଏ ହେଉଛି ସେହି ବଲାଙ୍ଗୀର ସହରର ଦୃଶ୍ୟ। ଟ୍ରାଫିକ ବ୍ୟବସ୍ଥା କୋହଳ ରାସ୍ତା ଦୁର୍ବଳ ପରିସ୍ଥିତିରେ ବଲାଙ୍ଗୀର। ଟ୍ରାଫିକର କଡା ନିୟମ ପରେ ମଧ୍ୟ ଏଠାରେ ଲାଗୁହୋଇ ନାହିଁ ସେ ସବୁ ନିୟମ। କାଁଭାଁ ଟାଉନ ବାହାରେ ଚେକିଙ୍ଗକୁ ଛାଡିଦେଲେ ଆଉ କେଉଁଠି ମଧ୍ୟ ହେଉନାହିଁ ଚେକିଙ୍ଗ। ଆରଟିଓ ହେଉ କି ପୋଲିସ କେହି ମଧ୍ୟ କରୁନାହାନ୍ତି ଚେକିଙ୍ଗ। କେବଳ ପୋଲିସ ସହର ଭିତରେ ମଦ ପିଇ ଗାଡି ଚଳାଉଥିବା ଲୋକଙ୍କୁ ଚେକିଙ୍ଗ କରିବା ସହ କାଟୁଛି ଫାଇନ। ହେଲେ ନାଁ ହେଲମେଟ, ନା ତିନି ଜଣ ବାଇକ ଯାତ୍ରି ଥିଲେ, ନା ଭୁଲ ରାସ୍ତାରେ ଗଲେ ଏଭଳି ୧୦ ଟି ନିୟମ ମଧ୍ୟରୁ ଗୋଟିଏ ମଧ୍ୟ ଲାଗୁହୋଇ ନାହିଁ ବଲାଙ୍ଗୀର ସହରରେ। ଅନ୍ୟ ପଟେ ସହରର ବିଭିନ୍ନ ଟ୍ରାଫିକ ଗୁଡିକରେ ରାସ୍ତା ସଂଙ୍କୁଚିତ ହେବା ସହ ବେଆଇନ ଦୋକାନ ବଜାରର ଜବରଦଖଲରେ ଟ୍ରାଫିକ ପାଇଁ ନାହିଁ ସ୍ଥାନ ଯାହାକୁ ନେଇ ନାକେଦମ ହେବାକୁ ପଡୁଛି ପୋଲିସକୁ।

{"id":194207,"sizeSlug":"large"}

ବଲାଙ୍ଗୀର ସହରର ଦେଇ ଯାଇଛି ୨ଟି ଏନଏଚ । ଏହା ଭିତରେ ମୁଖ୍ୟ ସ୍ଥାନ ମହାଦେବ ମନ୍ଦିର ଛକ, ପାଟଣା ଛକ, କଚେରି ଛକ, ଭାଗିରଥି ଛକ, ଗାନ୍ଧିଛକ, ଡେଲି ମାର୍କେଟ, ସମଲେଶ୍ବରୀ ମନ୍ଦିର ଛକ ଭଳି ମୁଖ୍ୟ ଛକ ଗୁଡିକରେ କରାଯାଇଛି ବ୍ୟାପକ ଟ୍ରାଫିକ ପୋଲିସ ବ୍ୟବସ୍ଥା। ପୂର୍ବରୁ ୧୩ ଜଣ ଟ୍ରାଫିକ ପୋଲିସ ଥିବାବେଳେ ବର୍ତ୍ତମାନ ୪୨ ଜଣଙ୍କୁ ଟ୍ରାଫିକ ଦାୟିତ୍ବ ଦିଆଯାଇଛି। ହୋମଗାର୍ଡ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ କୁମୁଦ ସେଠିଙ୍କୁ ଟ୍ରାଫିକ ର ଦାୟିତ୍ବ ଦିଆଯାଇଛି। ଦୁଇଟି ଟ୍ରାଫିକ ବାଇକ ସହରରେ ଦିଆଯାଇଛି। ସହରର କଚେରିଛକ ଓ ପାଟଣାଛକରେ ଟ୍ରାଫିକ ଲାଇଟ ଦ୍ବାରା କଟ୍ରୋଲ କରାଯାଉଛି। ତେବେ ଏତେ ସବୁ ପରେ ମଧ୍ୟ ରାସ୍ତା ଘାଟ ଜାମ ହେବା ସହ ଘଣ୍ଟା ଘଣ୍ଟା ଟ୍ରାଫିକରେ ରହିବାକୁ ପଡୁଛି। ଯାହାର ମୂଳ କାରଣ ପାଲଟିଛି ସଙ୍କୁଚିତ ରାସ୍ତା ଓ ଜବରଦଖଲ। ସେପଟେ ବଲାଙ୍ଗୀର ସହରରେ ଡ୍ରାଇଭିଙ୍ଗ ଲାଇସେନ୍ସ ସହ ବିଭିନ୍ନ କାଗଜ ପତ୍ର ପାଇଁ ଆରଟିଓ କାର୍ଯ୍ୟାଳୟରେ ଲାଗୁଛି ଲମ୍ବା ଲାଇନ। ତିନି ମାସ ନିୟମ କୋହଳ କରିଥିବା ବେଳେ ୧୦ ଟି ନିୟମକୁ ଲାଗୁ କରିଛନ୍ତି ସରକାର। ତେବେ ଏମଧ୍ୟରୁ ଗୋଟିଏ ମଧ୍ୟ ନିୟକୁ ନେଇ କୌଣସି ପ୍ରକାର ଏକସନ ନିଆଯାଉନଥିବା କରିଛନ୍ତି ଲୋକ ଅଭିଯୋଗ। ତେବେ ଏହାକୁ ନେଇ ଏସଡିପିଓ କହିଛନ୍ତି ସହର ଭିତରେ ଟ୍ରାଫିକ ପାଇଁ କିଛିଟା ଅସୁବିଧା ରହିଥିବାବେଳେ ସହର ବାହାରେ ଯୋରଦାର ଚେକିଙ୍ଗ କରାଯାଉଛି। ପ୍ରତିଦିନ ଫାଇନ ମଧ୍ୟ ଭୁଲ ବାହାରିଲେ କଟାଯାଉଛି।

{"id":194208,"sizeSlug":"large"}

ଗୋଟିଏ ପଟେ ନୂଆ ଟ୍ରାଫିକ ନିୟମ ଆଉ ଅନ୍ୟ ପଟେ ଜିଲ୍ଲାର ରାସ୍ତା ସମସ୍ୟା ଦୁଇଟି ସମସ୍ୟା ଭିତରେ ଜନସାଧାରଣଙ୍କୁ ହିଁ ହେବାକୁ ପଡୁଛି ହଇରାଣ। ତେବେ ନିୟମକୁ ପାଳନ କରିବା ପାଇଁ ଲୋକଙ୍କୁ ସମସ୍ତ ସୁବିଧା ପ୍ରଥମେ ଯୋଗାଇ ଦିଆଯାଉ ଯାହା ଫଳରେ ଲୋକ ନିଜେ ସଚେତନ ହେବେ ବୋଲି କରାଯାଇଛି ଲୋକଙ୍କ ପକ୍ଷରୁ ଦାବି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.