Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

କୌଣସି ପାରମ୍ପରିକ ଔଷଧକୁ ମଞ୍ଜୁରୀ ଦିଆଯାଇ ନାହିଁ, ବାବା ରାମଦେବଙ୍କ ଦାବି ପରେ ଏମିତି କହିଲା WHO

21/02/2021 at 6:17 PM

ନୂଆଦିଲ୍ଲୀ ୨୧।୦୨: ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଅନୁଯାୟୀ, ସେ କରୋନାର କୌଣସି ପାରମ୍ପରିକ ଔଷଧକୁ ମଞ୍ଜୁରୀ ଦେଇ ନାହିଁ। ବାବା ରାମଦେବଙ୍କ ପକ୍ଷରୁ କରୋନା ଔଷଧ କୋରୋନିଲ୍‌କୁ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ପକ୍ଷରୁ ମଞ୍ଜୁରୀ ମିଳିଥିବା ଦାବି କରାଯାଇଥିଲା। ଏବେ ଏହାକୁ ନେଇ ହୁର ବୟାନ ସାମ୍ନାକୁ ଆସିଛି। ପତଞ୍ଜଳୀ କିମ୍ବା କୋରୋନିଲ୍ ଔଷଧର ନାମ ନନେଇ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଦକ୍ଷିଣ ପୂର୍ବ ଏସିଆର ୟୁନିଟ୍ ଟ୍ଵିଟ୍ କରି ଲେଖିଛି, ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ କରୋନା ଚିକିତ୍ସାରେ କୌଣସି ପ୍ରକାରର ପାରମ୍ପରିକ ଔଷଧକୁ ମଞ୍ଜୁରୀ ଦେଇ ନାହିଁ।

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଏହି ବୟାନ ସେହି ସମୟରେ ଆସିଛି ଯେତେବେଳେ ବାବା ରାମଦେବ କରୋନାର ନୂତନ ଔଷଧ ଲଞ୍ଚ କରି ଦାବି କରିଥିଲେ ଯେ, ହୁର ନିର୍ଦ୍ଦେଶ ମୁତାବକ ଭାରତ ସରକାର ଏହାକୁ ମଞ୍ଜୁରୀ ଦେଇଛନ୍ତି।

ବାବା ରାମଦେବ କହିଛନ୍ତି ଯେ, ବୈଜ୍ଞାନିକ ଗବେଷଣା ପ୍ରମାଣ ଉପସ୍ଥାପନ କରାଯିବା ପରେ କେନ୍ଦ୍ର ସରକାର ଏହି ଔଷଧକୁ ମଞ୍ଜୁରୀ ଦେଇଛନ୍ତି।  ଏହାକୁ ଅନ୍ତରାଷ୍ଟ୍ରୀୟ ମାନଦଣ୍ଡ ହିସାବରେ ମଞ୍ଜୁରୀ ଦିଆଯାଇଛି। ରାମଦେବ କହିଛନ୍ତି ଯେ, ଯେଉଁ ଲୋକଙ୍କୁ କରୋନାର ଚିକିତ୍ସା ପାଇଁ ଅନ୍ୟ ଔଷଧ ମିଳୁନାହିଁ, ସେମାନେ କୋରୋନିଲ ବ୍ୟବହାର କରି ପାରିବେ। ହରିଦ୍ଵାର ସ୍ଥିତ ବାବା ରାମଦେବଙ୍କ କମ୍ପାନୀ କହିଥିଲା ଯେ, ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ସାର୍ଟିଫିକେସନ ସ୍କିମ ଆଧାରରେ ଆୟୁଷ ମନ୍ତ୍ରଣାଳୟ କୋରୋନିଲକୁ ମଞ୍ଜୁରୀ ଦେଇଛନ୍ତି।

   Related Posts