Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ବ୍ଲାକ ଫଙ୍ଗସ୍ ଔଷଧ ସଂପୂର୍ଣ୍ଣ ଟିକସ୍ ମୁକ୍ତ, କମିଲା ରେମଡେସିଭିର ଓ ଭେଣ୍ଟିଲେଟର ଦାମ, ଜିଏସଟି ପରିଷଦର ଗୁରୁତ୍ଵପୂର୍ଣ୍ଣ ନିଷ୍ପତି

12/06/2021 at 4:25 PM

ନୂଆଦିଲ୍ଲୀ ୧୨।୦୬: ବସ୍ତୁ ଓ ସେବା କର(ଜିଏସଟି)ର ପରିଷଦର ୪୪ତମ ବୈଠକ ଶନିବାର ଅନୁଷ୍ଠିତ ହୋଇଛି। କରୋନାରେ ବ୍ୟବହୃତ ସାମଗ୍ରୀ ଉପରେ ମନ୍ତ୍ରୀ ସମୂହଙ୍କ ସୁପାରିସକୁ ଜିଏସଟି ପରିଷଦ ସ୍ଵୀକାର କରି ନେଇଛନ୍ତି। ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦ ବ୍ଲାକ ଫଙ୍ଗସ୍  ଔଷଧକୁ ଟିକସମୁକ୍ତ କରିଛନ୍ତି। ଏହା ବ୍ୟତୀତ କରୋନା ପାଇଁ ବ୍ୟବହୃତ ଔଷଧ ଏବଂ ଅନ୍ୟ ସାମଗ୍ରୀ ଉପରେ ଜିଏସଟି ହ୍ରାସ କରାଯାଇଛି।

ଜିଏସଟି ପରିଷଦ କରୋନା ଭ୍ୟାକ୍ସିନ ଉପରେ ୫ ପ୍ରତିଶତ ଜିଏଟସି ଜାରି ରଖିଛନ୍ତି। ରେମଡେସିଭିର ଔଷଧ ଉପରେ ଜିଏସଟି କମ କରାଯାଇ ୧୨ ପ୍ରତିଶତରୁ ୫ ପ୍ରତିଶତ କରାଯାଇଛି। ସୀତାରମଣ କହିଛନ୍ତି, କେନ୍ଦ୍ର ସରକାର ୭୫ ପ୍ରତିଶତ ଭ୍ୟାକ୍ସିନ କ୍ରୟ କରୁଛନ୍ତି ଏବଂ ଏହା ଉପରେ ଜିଏସଟି ମଧ୍ୟ ଭରୁଛନ୍ତି। ଏଥିରେ ଜନତାଙ୍କୁ ମାଗଣାରେ ଟିକା ମିଳିବ ଏବଂ ସେମାନଙ୍କର କୌଣସି ଅସୁବିଧା ହେବ ନାହିଁ। ସେହି ପରି ଟୋସିଲିଜୁମାବ, ଆମ୍ପୋଟେରିସିନ-ବି ଉପରେ କୌଣସି ଟିକସ ଲାଗିବ ନାହିଁ। ପୂର୍ବରୁ ଏହି ଦୁଇଟି ଔଷଧ ଉପରେ ଜିଏସଟି ଲାଗୁଥିଲା।

ସେହି ପରି କୋଭିଡ୍ ଚିକିତ୍ସାରେ ବ୍ୟବହୃତ ସରଞ୍ଜାମ ଉପରୁ ମଧ୍ୟ ଟିକସ ହ୍ରାସ କରାଯାଇଛି। ଭେଣ୍ଟିଲେଟର, ଅକ୍ସିଜେନ କନସେନଟ୍ରେଟର ଉପରୁ ଜିଏସଟି ୧୨ ରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି। କୋଭିଡ୍ ଟେଷ୍ଟ କିଟ୍‌ ଉପରୁ ମଧ୍ୟ ଜିଏସଟି ହ୍ରାସ କରାଯାଇ ୧୨ ପ୍ରତିଶତରୁ ୫ ପ୍ରତିଶତ କରାଯାଇଛି। ଅକ୍ସିମିଟର, ସାନିଟାଇଜର, ଉତ୍ତାପମାପକ ଯନ୍ତ୍ର ଉପରେ ଜିଏସଟି ୫ ପ୍ରତିଶତ କମ କରାଯାଇଛି। ଏପରିକି ଆମ୍ବୁଲାନ୍ସ ଉପରୁ ମଧ୍ୟ ଟିକସ ୨୮ ପ୍ରତିଶତରୁ ୧୨ ପ୍ରତିଶତକୁ ହ୍ରାସ କରିଛନ୍ତି କେନ୍ଦ୍ର ସରକାର।

 ବୈଠକରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ଅର୍ଥ ରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଏବଂ ଅର୍ଥ ମନ୍ତ୍ରଣାଳୟର ଅଧିକାରୀ ଉପସ୍ଥିଥ ଥିଲେ। ଏହା  ବ୍ୟତୀତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଅର୍ଥ ମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ମଧ୍ୟ ବୈଠକରେ ସାମିଲ ହୋଇଥିଲେ।

   Related Posts