Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ରାଜଧାନୀର ଦୁଇଟି ହତ୍ୟାକାଣ୍ଡରେ ପୋଲିସର ହାତ ଖାଲି

28/08/2018 at 8:49 AM

ଭୁବନେଶ୍ବର୨୮|୮: ରାଜଧାନୀରେ ହତ୍ୟାରକାଣ୍ଡର ତାଣ୍ଡବ । କମିସନରେଟ ପୋଲିସ ଅଧିନରେ ଦୁଇ ଦୁଇଟି ହତ୍ୟାକାଣ୍ଡ ଘଟିଯାଇଥିଲେ ମଧ୍ୟ ଏହି ହତ୍ୟା ଘଟଣା ଉପରୁ ପରଦା ଉଠାଇବାରେ ସକ୍ଷମ ହୋଇପାରିନାହିଁ ତଦନ୍ତକାରୀ ଦଳ । ମଞ୍ଚେଶ୍ବର ଥାନା ଅଧିନରେ ଥିବା ହୋଟେଲ ହାଇୱେ ଇନ୍‌ର ରୁମ ନମ୍ବର ୧୨୧ରେ ଜଣେ ଅନ୍ତସତ୍ବା ମହିଳାଙ୍କୁ ଏକ ରଡ୍‌ରେ ପିଟିପିଟି ଅତି ନୃସଂଶ ଭାବେ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ଭିଆଇଥିବା ହତ୍ୟାକାରୀର ପରିଚୟ ମିଳିସାରିଛି । ହତ୍ୟାକାରୀ ନିଜର ଭୁଲ ଆଧାର କାର୍ଡ ହୋଟେଲରେ ଦେଇଥିଲେ ମଧ୍ୟ ସେହି ଯୁବକର ଫଟୋ ଠିକ ଥିଲା ବୋଲି ପୋଲିସ ଜାଣିବାକୁ ପାଇସାରିଛି । ହତ୍ୟାକାରୀ ଏବେ ଆରାମରେ ବାହାରେ ବୁଲୁଥିଲେ ମଧ୍ୟ ତାକୁ ଧରିବାରେ ବିଫଳ ହୋଇଛି କମିସନରେଟ ପୋଲିସ ।

ସେହିଭଳି ନୟାପଲ୍ଲୀ ଥାନା ଅଧିନରେ ଜଣେ ବ୍ୟକ୍ତିଙ୍କ ମ଼ତଦେହ ଉଦ୍ଧାର କରିଥିଲା ପୋଲିସ । ଯାହାଙ୍କ ବେକ , ପିଠି ଓ ବେକକୁ ହଣାଯାଇ ହତ୍ୟା କରାଯାଇଥିଲା । ଏହି ଘଟଣା  ଘଟିବାର ୪ଦିନ ବିତିଗଳାଣି । ଏହାର ତଦନ୍ତ ଦାଇତ୍ବ ଏବେ କମିସନରେଟ ପୋଲିସର ସ୍ପେଶାଲ ସ୍କ୍ବାର୍ଡ ହାତରେ । ତେବେ ନିଆଳି ଅଞ୍ଚଳର ଏହି ବ୍ୟକ୍ତି ପୁର୍ଣ୍ନ ଚନ୍ଦ୍ର ନାଏକ ।  ଗତ କିଛିଦିନ ହେବ ସାଲିଆ ସାହିରେ ରହିଆସୁଥିଲେ । ପୁର୍ଣ୍ନଚନ୍ଦ୍ରଙ୍କୁ କିଏ ଓ କାହିଁକି ଏଭଳି ନୃଶଂସ ଭାବେ ହତ୍ୟା କଲା । ହତ୍ୟା ପଛରେ କଣ ରହିଛି ପ୍ରକ଼ତ ରହସ୍ୟ । ପୁର୍ଣ୍ନଚନ୍ଦ୍ରଙ୍କ ପରିବାର କାହିଁକି ଏହି ହତ୍ୟା ଘଟଣାରେ ମୁହଁ ଖୋଲୁନାହାନ୍ତି । ଯାହାର ତଦନ୍ତ କମିସନରେଟ ପୋଲିସ କରୁଥିଲେ ବି ଏହାର ସମାଧାନର ବାଟ ବାହାର କରିବାରେ ବିଫଳ ହୋଇଛି ପୋଲିସ । ତେବେ ଦୁଇ ଦୁଇଟି ହତ୍ୟାକାଣ୍ଡ ସମ୍ପର୍କରେ କମିସନରେଟ ପୋଲିସ ତଦନ୍ତ ଚଳାଇଥିଲେ ମଧ୍ୟ ହତ୍ୟାକାରୀଙ୍କ ପାଖରେ ଏବେବି ପହଁଚିବାରେ ସକ୍ଷମ ହୋଇପାରିନାହିଁ ।କେବେ ଖୋଲିବ ଏହି ମ଼ତ୍ୟୁ ରହସ୍ୟ । ଆଉ କେବେ ଧରାପଡିବେ ଦୁଇ ହତ୍ୟାକାଣ୍ଡର ହତ୍ୟାକାରୀ ।

   Related Posts