ଭାଗ ହେବନାହିଁ କ୍ୟାପଟେନ୍ସି , ଏହି ଖେଳାଳି ରହିବେ ଉଭୟ ଟେଷ୍ଟ ଓ ଏକଦିବସୀୟ ଦଳର ଅଧିନାୟକ

Published By : Prameya-News7 Bureau | July 19, 2019 IST

ନୂଆଦିଲ୍ଲୀ ୧୯|୭: ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ଏକଦିବସୀୟ ଏବଂ ଟେଷ୍ଟ ଦଳର ଅଲଗା ଅଲଗା ଅଧିନାୟକ ଚୟନ ହେବା ନେଇ ଚର୍ଚ୍ଚା ହେଉଛି । ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତୀୟ ଦଳର ଚୟନ ପାଇଁ ଚୟନ କର୍ତ୍ତାଙ୍କ ବୈଠକରେ ଏନେଇ ଆଲୋଚନା କରାଯିବ । ମାତ୍ର ବିରାଟ କୋହଲି ଓ୍ବେଷ୍ଟଇଣ୍ଡିଜ୍ ଗସ୍ତ ବେଳେ ଏବଂ ତାପରେ ମଧ୍ୟ ଭାରତୀୟ ଦଳର ଅଧିନାୟକ ରହିବେ ବୋଲି ଜଣାପଡିଛି । ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, ବିରାଟ କୋହଲିଙ୍କ ବଦଳରେ ଏକଦିବସୀୟ ଏବଂ ଟି-୨୦ ମ୍ୟାଚ୍ ପାଇଁ ରୋହିତ ଶର୍ମାଙ୍କୁ ଅଧିନାୟକ ଦାୟିତ୍ବ ଦିଆଯିବ । ମାତ୍ର ଏବେ ଏଭଳି ହେବାର କୌଣସି ଯୋଜନା ନଥିବା ଜଣାପଡିଛି ।

ବିରାଟ କୋହଲି ସବୁ ପ୍ରକାର କ୍ରିକେଟ୍ ଫର୍ମାଟରେ ଜଣେ ଦକ୍ଷ ଖେଳାଳି ଭାବେ ପରିଚିତ । ସେ ଓ୍ବେଷ୍ଟଇଣ୍ଡିଜ୍ ଗସ୍ତ ବେଳେ ଏକଦିବସୀୟ, ଟି-୨୦ ଏବଂ ଟେଷ୍ଟ ମ୍ୟାଚ୍ ରେ ଭାରତୀୟ ଦଳର ଅଧିନାୟକ ରହିବେ ।

୨୦୧୬ ମସିହାରେ ଟେଷ୍ଟ ଏବଂ ଏକଦିବସୀୟ ପାଇଁ ଅଲଗା ଅଲଗା ଭାବେ ଅଧିନାୟକ ରହିଥିଲେ । ସେହି ସମୟରେ ମହେନ୍ଦ୍ର ସିଂ ଧୋନୀ ଏକଦିବସୀୟ ଏବଂ ବିରାଟ କୋହଲି ଟେଷ୍ଟ ମ୍ୟାଚ୍ ର ଅଧିନାୟକ ଥିଲେ । ଏହା ପୂର୍ବରୁ ୨୦୦୭ ନଭେମ୍ବରରୁ ୨୦୦୮ ଅକ୍ଟୋବର ପର୍ଯ୍ୟନ୍ତ ଅନୀଲ କୁମ୍ବଲେ ଟେଷ୍ଟ ଏବଂ ମହେନ୍ଦ୍ର ସିଂ ଧୋନୀ ଟି-୨୦ ଓ ଏକଦିବସୀୟ ପାଇଁ ଅଧିନାୟକତ୍ବ କରିଥିଲେ । ମାତ୍ର ଭାରତୀୟ ଦଳ ପାଇଁ ସ୍ପ୍ଲିଟ୍ କ୍ୟାପଟେନ୍ସି ବେଶୀ ଲାଭଦାୟକ ହୋଇପାରିନଥିଲା ।

ଅଗଷ୍ଟ ୩ ତାରିଖରେ ଭାରତୀୟ କ୍ରିକେଟ୍ ଦଳର ଓ୍ବେଷ୍ଟଇଣ୍ଡିଜ୍ ସହ ମୁକାବିଲା ହେବ । ଓ୍ବେଷ୍ଟଇଣ୍ଡିଜ ଗସ୍ତ ପାଇଁ ଭାରତୀୟ ଦଳର ଚୟନ ଶୁକ୍ରବାର ହେବାକୁ ଥିଲା । ମାତ୍ର ବିସିସିଆଇର ସଚିବ ଅମିତାଭ ଚୌଧୁରୀ ନଥିବା ଯୋଗୁଁ ଚୟନକର୍ତ୍ତା କମିଟି ବୈଠକକୁ ଘୁଞ୍ଚାଇ ଦିଆଯାଇଥିଲା ।

କେଉଁ କେଉଁ ଦେଶର କ୍ରିକେଟ୍ ରେ ସ୍ପ୍ଲିଟ୍ କ୍ୟାଟେନ୍ସି ଚୟନ କରାଯାଇଥିଲା :

ଭାରତ :

ନଭେମ୍ବର ୨୦୦୭ ରୁ ୨୦୦୮ – ଏକଦୀବସୀୟ ଏବଂ ଟି-୨୦ ପାଇଁ ମେହେନ୍ଦ୍ର ସିଂ ଧୋନୀ, ଟେଷ୍ଟ ପାଇଁ ଅନୀଲ କୁମ୍ବଲେ

ଜାନୁଆରୀ ୨୦୧୫ରୁ ଜାନୁଆରୀ ୨୦୧୭- ଏକଦୀବସୀୟ ଏବଂ ଟି-୨୦ ପାଇଁ ମେହେନ୍ଦ୍ର ସିଂ ଧୋନୀ, ଟେଷ୍ଟ ପାଇଁ ବିରାଟ କୋହଲି

ଇଂଲଣ୍ଡ:

ଜୁନ୍ ୧୯୯୭ ରୁ ୧୯୯୮ - ଏକଦୀବସୀୟ ପାଇଁ ଆଡମ ହୋଲିଓକ, ଟେଷ୍ଟ ପାଇଁ ଏଲକ ଷ୍ଟିଓ୍ବର୍ଟ

ଜୁନ୍ ୨୦୧୧ ରୁ ୨୦୧୨ - ଏକଦୀବସୀୟ ପାଇଁ ଏଲିଷ୍ଟର କୁକ୍, ଟେଷ୍ଟ ପାଇଁ ଏଣ୍ଡ୍ରୟୁ ଷ୍ଟ୍ରାସ

ଜାନୁଆରୀ ୨୦୧୫ ରୁ ଡିସେମ୍ବର ୨୦୧୬ - ଏକଦୀବସୀୟ ପାଇଁ ଇୟାନ ମୋର୍ଗନ, ଟେଷ୍ଟ ପାଇଁ ଏଲିଷ୍ଟର କୁକ୍

ଜାନୁଆରୀ  ୨୦୧୭ରୁ ବର୍ତ୍ତମାନ ପର୍ଯ୍ୟନ୍ତ - ଏକଦିବସୀୟ ପାଇଁ ଇୟାନ ମୋର୍ଗୋନ, ଟେଷ୍ଟ ପାଇଁ ଜୋ ରୁଟ୍

ଅଷ୍ଟ୍ରେଲିଆ :

ଡିସେମ୍ବର ୧୯୯୭ ରୁ ଜାନୁଆରୀ ୧୯୯୯ - ଏକଦୀବସୀୟ ପାଇଁ ଷ୍ଟିଭ ଓ୍ବଗ, ଟେଷ୍ଟ ପାଇଁ ମାର୍କ ଟେଲର

ମାର୍ଚ୍ଚ ୨୦୦୨ରୁ ଜାନୁଆରୀ ୨୦୦୪- ଏକଦୀବସୀୟ ପାଇଁ ରିକି ପଣ୍ଟିଂ, ଟେଷ୍ଟ ପାଇଁ ଷ୍ଟିଭ ଓ୍ବଗ

ସାଉଥଆଫ୍ରିକା :

wp:paragraph {"align":"left"}

ଅପ୍ରେଲ ୨୦୧୧ରୁ ମାର୍ଚ୍ଚ ୨୦୧୪- ଏକଦିବସୀୟ ପାଇଁ ଦେ ଓ୍ବିଲିୟର୍ସ, ଟେଷ୍ଟ ପାଇଁ ଗ୍ରେମ ସ୍ମିଥ୍

ଜୁନ୍ ୨୦୧୪ରୁ ଜାନୁଆରୀ ୨୦୧୬- ଏକଦିବସୀୟ ପାଇଁ ଅବ୍ ଦେ ଓ୍ବିଲିୟର୍ସ, ଟେଷ୍ଟ ପାଇଁ ହାସିମ ଆମଲା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.