ଆଇନ ମନ୍ତ୍ରୀଙ୍କ ଅର୍ଥନୀତି ଫଣ୍ଡା : ‘ଦେଶର ମାନ୍ଦାବସ୍ଥା ନାହିଁ, ଅର୍ଥନୀତି ଠିକ ବାଟରେ ଅଛି’
13/10/2019 at 11:15 AM

ନୂଆଦିଲ୍ଲୀ ୧୩/୧୦: ଅର୍ଥନୀତି ନେଇ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଅଜବ ଫଣ୍ଡା । ଦେଶର ଅର୍ଥନୀତି ସଂକଟ ଭିତର ଦେଇ ଗତି କରୁଥିବା ନେଇ ଅର୍ଥନୀତିଜ୍ଞମାନେ କହୁଛନ୍ତି, ହେଲେ ଆଇନ ମନ୍ତ୍ରୀ କହିଛନ୍ତି ଦେଶର ଅର୍ଥନୀତି ଠିକଠାକ ଚାଲିଛି ମାନେ ଅଲ୍ ଇଜ୍ ୱେଲ୍ । ଏଥିପାଇଁ ଆଇନମନ୍ତ୍ରୀ ରଖିଛନ୍ତି ଅଜବ ଯୁକ୍ତି ।
ଅକ୍ଟୋବର ୨ରେ ରିଲିଜ ହୋଇଥିବା ୩ଟି ଫିଲ୍ମ ଗୋଟିଏ ଦିନରେ ବକ୍ସ ଅଫିସରେ ୧୨୦କୋଟି ଟଙ୍କାର ବିଜିନେସ୍ କରିଛି, ତେଣୁ ଦେଶର ଅର୍ଥନୀତି ଠିକ ବାଟରେ ଅଛି । ନିକଟରେ ଇଣ୍ଟରନାସନାଲ୍ ମନିଟାରି ଫଣ୍ଡ କହିଛି ବିଶ୍ବରେ ଦେଖା ଦେଇଥିବା ମାନ୍ଦାବସ୍ଥାର ପ୍ରଭାବ ଭାରତ ଏବଂ ବ୍ରାଜିଲ ଉପରେ ସର୍ବାଧିକ ପରିଲକ୍ଷିତ ହୋଇଛି ।
ଏନଏସଏସଓ ରିପୋର୍ଟ ଅନୁଯାୟୀ ଗତ ବେରୋଜଗାରୀ ୪୫ବର୍ଷ ଭିତରେ ସବୁଠୁ ଅଧିକ ରହିଛି । ଅନେକ ସେକ୍ଟରରେ ମାନ୍ଦାବସ୍ଥା ଦେଖିବାକୁ ମିଳିଛି । ତାର ମୁକାବିଲା କରିବା ଲାଗି ଅର୍ଥମନ୍ତ୍ରୀ ଗୋଟିଏ ପରେ ଗୋଟିଏ ପ୍ୟାକେଜ୍ ଘୋଷଣା କରିଛନ୍ତି । ହେଲେ ଏପଟେ ମହାରାଷ୍ଟ୍ର ନିର୍ବାଚନ ପାଇଁ ପ୍ରଚାର ଅବସରରେ ଆଇନ ମନ୍ତ୍ରୀ କହିଛନ୍ତି କୁଆଡେ ବକ୍ସ ଅଫିସରେ ଫିଲ୍ମ ଭଲ ରୋଜଗାର କରୁଛି ତେଣୁ ଅର୍ଥନୀତି ଠିକ ବାଟରେ ଅଛି ।