Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ସପ୍ତାହେ ବିତିଗଲା, ମିଳୁନି ପାରାଗ୍ଲାଇଡରଙ୍କ ସୁରାକ: ନିଖୋଜ ପୁଅ ସମ୍ପର୍କରେ ସୂଚନା ଦେଲେ ୩ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କଲା ପରିବାର

15/01/2021 at 12:17 PM

କାଙ୍ଗଡା ୧୫/୦୧ : ହିମାଚଳ ପ୍ରଦେଶ କାଙ୍ଗଡା ଜିଲ୍ଲାର ବିର-ବିଲିଂ ଘାଟିରେ ଜଣେ ପାଇଲଟ ନିଖୋଜ ଅଛନ୍ତି। ନିଖୋଜ ପାଇଲଟଙ୍କ ସମ୍ପର୍କରେ ସୂଚନା ଦେଲେ ୩ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ। ନିଖୋଜ ପାଇଲଟ ରୋହିତ ଭଦୌରିୟାଙ୍କ ପରିବାର ଓ ବନ୍ଧୁ ପୁରସ୍କାର ଘୋଷଣା କରିଛନ୍ତି। ଏଥିପାଇଁ ପରିବାର ଲୋକ ପୋଷ୍ଟର ମଧ୍ୟ ରିଲିଜ କରିଛନ୍ତି। ଗତ ଶୁକ୍ରବାର ଦିନ ବିର-ବିଲିଂ ଘାଟିରୁ ଉଡାଣ ଆରମ୍ଭ କରିବା ପରେ ଦିଲ୍ଲୀ ଦ୍ୱାରିକାର ୪୫ ବର୍ଷ ବୟସ୍କ ପାଇଲଟ ରୋହିତ ଭଦୌରିୟା ନିଖୋଜ ହୋଇଯାଇଛନ୍ତି।

ଇତି ମଧ୍ୟରେ ସପ୍ତାହେ ବିତିଗଲାଣି। କିନ୍ତୁ ପାଇଲଟଙ୍କ କୌଣସି ପତ୍ତା ମିଳୁନାହିଁ। ଶନିବାର ଠାରୁ ପ୍ରତିଦିନ ହେଲିକେପ୍ଟର ସାହାଯ୍ୟରେ ପାଇଲଟଙ୍କ ତଲାସୀ ଅଭିଯାନ ଜାରି ରହିଛି। କିନ୍ତୁ ଷଷ୍ଠ ଦିନ ହେଲିକେପ୍ଟର ସାହାଯ୍ୟରେ ପାଇଲଟଙ୍କୁ ଖୋଜିବା ବନ୍ଦ କରିଦିଆଯାଇଥିଲା। ବର୍ତ୍ତମାନ ମ୍ୟାକ୍ଲେଡଗଞ୍ଜ ପର୍ବତାରୋହଣ ସଂସ୍ଥାର ଟିମ ତାଙ୍କୁ ଖୋଜୁଛି।

ଗୁରୁବାର ଦିନ ହେଲିକେପ୍ଟରରେ ତଲାଶ ଅଭିଯାନ ବନ୍ଦ ହେବାପରେ ବିଲିଂରୁ ପାରାଗ୍ଲାଇଡିଙ୍ଗ ୫ ଦିନ ଲଗାତାର ବନ୍ଦ ରହିବା ପରେ ପୁଣି ଆରମ୍ଭ କରାଯାଇଛି। ନିଖୋଜ ପାଇଲଟଙ୍କ ମିତ୍ର ତଥା ପରିବାର ତାଙ୍କୁ ଖୋଜିବାକୁ ସବୁ ସମ୍ଭବ ପ୍ରୟାସ କରୁଛନ୍ତି। ମନାଲିରୁ ଆସିଥିବା ପ୍ରାଇଭେଟ ହେଲିକେପ୍ଟର ସାହାଯ୍ୟରେ ରୋହିତଙ୍କୁ ଖୋଜା ଯାଇଥିଲା। ସୋମବାର ଦିନ ଭାରତୀୟ ବାୟୁସେନା ହେଲିକେପ୍ଟର ମଧ୍ୟ ତାଙ୍କୁ ତଲାଶ କରିଥିଲା। ଗତ ଶୁକ୍ରବାର ଦିନ ସକାଳ ସାଢେ ୧୧ଟା ସମୟରେ ବିଲିଂରୁ ଉଡାଣ ଆରମ୍ଭ କରିବା ପରେ ଶେଷଥର ପାଇଁ ମନଇ ଧାର ଉତରାଲା ଗାଁ ଉପର ଦେଇ ଯାଉଥିବାବେଳେ ଦେଖିବାକୁ ମିଳିଥିଲା। ତାପରେ ସେ ନିଖୋଜ ହୋଇଯାଇଛନ୍ତି। ତାଙ୍କର କୌଣସି ପତ୍ତା ମିଳୁନାହିଁ।

   Related Posts