Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅକ୍ସଫୋର୍ଡ ଭାକସିନ୍‌ର ସାଇଡ୍ ଇଫେକ୍ଟ ନାହିଁ, ପରୀକ୍ଷାରେ ସାମିଲ ଲୋକଙ୍କ ଠାରୁ ଆସିଲା ଭଲ ଖବର

27/08/2020 at 3:48 PM

ପୁଣେ, ୨୭|୦୮:  ଏବେ କରୋନା ଭାକସିନ୍‌ର ବିଭିନ୍ନ ପର୍ଯ୍ୟାୟ ଟ୍ରାଏଲ୍ ଚାଲିଛି । ପୁଣେରେ ମଧ୍ୟ ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ୱାରା ପ୍ରସ୍ତୁତ ଭାକସିନ୍‌ର ପରୀକ୍ଷଣ ଦ୍ୱତୀୟ ପର୍ଯ୍ୟାୟରେ ପହଁଚିଛି । ତେବେ ଏହି ଭାକସିନ୍ ଯେଉଁ ଦୁଇଜଣଙ୍କୁ ପ୍ରଦାନ କରାଯାଇଥିଲା, ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଅଛି । କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ ବୋଲି ଭାରତୀ ବିଦ୍ୟାପୀଠ ମେଡିକାଲ କଲେଜ କହିଛି । ହସ୍ପିଟାଲର ଜଣେ ବରିଷ୍ଠ ଡାକ୍ତର ଏହା କହିଛନ୍ତି ।

କ୍ଲିନିକାଲ ଟ୍ରାଏଲର ଦ୍ୱିତୀୟ ପର୍ଯ୍ୟାୟରେ ପୁଣେର ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ପ୍ରସ୍ତୁତ କୋଭିସିଲ୍ଡର ପ୍ରଥମ ଡୋଜ୍ ୩୨ ଓ ୪୮ ବର୍ଷର ଦୁଇଜଣ ବ୍ୟକ୍ତିଙ୍କୁ ଦିଆଯାଇଥିଲା । ବୁଧବାର ଭାକସିନ୍ ଦେବା ପରେ ସେମାନଙ୍କ ଉପରେ ୩୦ ମିନଟ ପର୍ଯ୍ୟନ୍ତ ନଜର ରଖାଯାଇଥିଲା । ଏହାପରେ ସେମାନଙ୍କୁ ଘରକୁ ଯିବାକୁ ଦିଆଯାଇଥିଲା । ଡାକ୍ତର ଓସ୍ୱାଲ କହିଛନ୍ତି ଯେ, ସେମାନଙ୍କୁ ଜରୁରୀ ଫୋନ୍ ନମ୍ବର ପ୍ରଦାନ କରାଯାଇଥିଲା । ଯେଉଁଥିରେ ସେମାନେ ସମ୍ପର୍କ କରିପାରିବେ । ମେଡିକାଲ ଟିମ୍ ମଧ୍ୟ ସେମାନଙ୍କ ସହ ଲଗାତାର ଭାବେ ସମ୍ପର୍କରେ ରହିଥିଲେ । ମେଡିକାଲ ଟିମ୍ ମଧ୍ୟ ସେମାନଙ୍କ ସମ୍ପର୍କରେ ରହିଛନ୍ତି ।

ସେହିପରି ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ସଞ୍ଜୟ ଲଲଓ୍ୱାନୀ କହିଛନ୍ତି ଯେ, ବୁଧବାର ସେମାନଙ୍କୁ ଭାକସିନର ପ୍ରଥମ ଡୋଜ୍ ଦିଆଯାଇଥିଲା । ଆଉ ଏକ ମାସ ପରେ ଦ୍ୱିତୀୟ ଡୋଜ୍ ଦିଆଯିବ । ଆଗାମୀ ୭ ଦିନରେ ୨୫ ଲୋକଙ୍କୁ ଭାକସିନ୍ ଦିଆଯିବ ।

   Related Posts