କାଲିଠୁ ରାଜ୍ୟରେ ହଟିବ ସଟଡାଉନ୍, କିନ୍ତୁ ମାସ୍କ ଓ ସାମାଜିକ ଦୂରତ୍ୱ ବାଧ୍ୟତାମୂଳକ

Published By : Prameya-News7 Bureau | August 29, 2020 IST

ଭୁବନେଶ୍ୱର, ୨୯|୦୮:   ରବିବାରଠୁ  ରାଜ୍ୟରେ ସବୁ ସଟଡାଉନ୍ ଓ ଲକଡାଉନ୍ କଟକଣା ହଟିବ । ଏନଇଇଟି-ଜେଇଇ ପରୀକ୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି ।

ରବିବାର ଅର୍ଥାତ ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୭ ଯାଏଁ ସାରା ରାଜ୍ୟକୁ କଟକଣାମୁକ୍ତ ଘୋଷିତ କରାଯାଇଛି। ସେହିପରି ସେପ୍ଟେମ୍ବର ୧୨ରୁ ସେପ୍ଟେମ୍ବର ୧୪ ତାରିଖ ଯାଏଁ ମଧ୍ୟ  ରାଜ୍ୟରେ କୌଣସି କଟକଣା ଲାଗୁ କରାଯିବ ନାହିଁ । ଏନେଇ ଶନିବାର ଘୋଷଣା କରିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା।

ତେବେ ଏନଇଇଟି ଓ ଜେଇଇ ପରୀକ୍ଷା ଓ  ପରୀକ୍ଷାର୍ଥୀଙ୍କ ସୁବିଧା ଦୃଷ୍ଟିରୁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି । ତେବେ ସାମାଜିକ ଦୂରତ୍ୱ, ମାସ୍କ ଏବଂ ବାହାରେ ଛେପ ନ ପକେଇବା ନିୟମ କଡାକଡି ପାଳନ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.