ମଦ ପାଇଁ ନେଇପାରିବେନି ଅଧିକ ଦାମ୍, MRP ଠାରୁ ଅଧିକ ଦାମରେ ବିକିଲେ ଦେଢ ଲକ୍ଷ ଟଙ୍କା ଫାଇନ୍

Published By : Prameya-News7 Bureau | May 08, 2020 IST

ଲକ୍ଷ୍ନୌ, ୦୮|୦୫:  ଲକଡାଉନ୍ ପାଇଁ ବିଭିନ୍ନ ରାଜ୍ୟରେ ମଦ ଦୋକାନ ବନ୍ଦ ରହିଛି । କିଛି ରାଜ୍ୟରେ ସାମାଜିକ ଦୂରତା ରକ୍ଷା କରି ମଦ ଦୋକାନ ଖୋଲାଯାଇଥିବା ବେଳେ ଆଉ କିଛି ସ୍ଥାନରେ ଅନଲାଇନରେ ମଦ ଡେଲିଭରୀ ହେଉଛି । ଆହୁରି ମଧ୍ୟ କିଛି ସ୍ଥାନରେ ଲୁଚାଛପାରେ ଚଢା ଦରରେ ମଦ ବିକ୍ରି କରାଯାଉଥିବା ଅଭିଯୋଗ ଆସୁଛି ।

ମଦ ପିଉଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର । ଏବେ ମଦର ନିର୍ଧାରିତ ମୂଲ୍ୟଠୁ ଅଧିକ ଦାମରେ ବିକ୍ରି କରାଗଲେ ଦୋକାନୀଙ୍କ ଉପରେ ଜରିମାନା ଲାଗିବ । ଅବକାରୀ ବିଭାଗ ଏହି ମାମଲାରେ ଦୋକାନୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଉତ୍ତର ପ୍ରଦେଶ ଅବକାରୀ ଆୟୋଗ ସଞ୍ଜୟ ଆର୍ ଭୁସରେଡ୍ଡୀ ଏନେଇ ସୂଚନା ଦେବା ସହ ଗ୍ରାହକଙ୍କୁ ଅପିଲ ମଧ୍ୟ କରିଛନ୍ତି । ଦୋକାନୀ ଏମଆରପିଠାରୁ ଅଧିକ ଦାମ ନେଲେ ଗ୍ରାହକମାନେ ଅଭିଯୋଗ କରିପାରିବେ ବୋଲି ଆୟୋଗ କହିଛନ୍ତି ।

ଅବକାରୀ ବିଭାଗର ପ୍ରମୁଖ ସଚିବ କହିଛନ୍ତି ଯେ, ଏପରି ମାମଲା ସାମ୍ନାକୁ ଆସିଲେ ଏହାକ ତଦନ୍ତ କରାଯିବ । ଯଦି ଅଭିଯୋଗ ସତ ପ୍ରମାଣିତ ହୁଏ ତେବେ  ଦୋକାନୀଙ୍କ ଉପରେ ୭୫ ହଜାର ଟଙ୍କା ଜରିମାନା ଲାଗିବ । ଦ୍ୱିତୀୟ ଥର ସମାନ ଅଭିଯୋଗ ଆସିଲେ ଜରିମାନା ରାଶି ୧.୫୦ ଲକ୍ଷ ହୋଇଯିବ ।  ସେହିପରି ତୃତୀୟ ଥର ଧରାପଡିଲେ ଦୋକାନର ଲାଇସେନ୍ସ ବାତିଲ ହେବ । ଅବକାରୀ ବିଭାଗ ତରଫରୁ ସମସ୍ତ ଅଧିକାରୀଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.