Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ସରକାରୀ ନିୟମ ଭିତରେ ବନ୍ଧା ପଡ଼ିଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ

1/03/2020 at 9:27 PM

ଭଦ୍ରକ ୦୧।୦୩- ସରକାରୀ ନିୟମ ଭିତରେ ବନ୍ଧା ପଡ଼ିଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ପିଲାଙ୍କ ସୁରକ୍ଷା ପାଇଁ ଦୂର ସ୍କୁଲକୁ ଛାଡୁ ନାହାନ୍ତି ଅଭିଭାବକ । ପିଲାଏ ଏବେ ବାରଣ୍ଡାରେ ପଢ଼ୁଛନ୍ତି । ଗାଁ ଲୋକେ ଯାହା ଖାଦ୍ୟ ଦେଉଛନ୍ତି ଖାଉଛନ୍ତି । ହେଲେ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇ ପାରିବେ ନାହିଁ । ଭଦ୍ରକ ବନ୍ତ ନରସିଂହପୁର ଗାଁରୁ ଏହି ଖବର ।

ଭଦ୍ରକ ବନ୍ତ ନରସିଂହପୁର  ସରକାରୀ ପ୍ରାଥମିକ ବିଦ୍ୟାଳୟ । ପିଲାଏ ସ୍କୁଲ ବାରଣ୍ଡାରେ ପାଠ ପଢୁଛନ୍ତି । ଛାତ୍ରଛାତ୍ରୀଙ୍କୁ ପଢ଼ାଉଛନ୍ତି ଜଣେ ଗାଁର ଜଣେ ଯୁବକ । ଆଉ ବିଦ୍ୟାଳୟରେ ତାଲା ପଡିଛି । ସରକାରୀ ନିୟମ ଅନୁଯାୟୀ  ଛାତ୍ରଛାତ୍ରୀ ସଂଖ୍ୟା ୧୦ ନହେବାରୁ ସ୍କୁଲ ବନ୍ଦ କରାଯାଇଛି । ପିଲାଙ୍କୁ ଗାଁ ଲୋକେ ମାଗଣା ଖାଇବାକୁ ଦେଉଛନ୍ତି । ପିଲା ପାଠ ପଢ଼ୁଛନ୍ତି, ମଧ୍ୟାହ୍ନ ଭୋଜନର ବିକଳ୍ପ ବ୍ୟବସ୍ଥା ବି ହେଇଛି । ହେଲେ ଛାତ୍ରଛାତ୍ରୀ ପରୀକ୍ଷା କେମିତି ଦେବେ ?

ସ୍କୁଲ ବନ୍ଦ ହେଲେ ସରକାରୀ ନିୟମ ଅନୁଯାୟୀ ନିକଟସ୍ଥ ବିଦ୍ୟାଳୟରେ ପିଲାମାନେ ପାଠ ପଢିବେ । ଏଥିପାଇଁ ସେମାନଙ୍କୁ ଯାତାୟାତ ବାବଦକୁ ଖର୍ଚ୍ଚ ମଧ୍ୟ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । କିନ୍ତୁ ଜଣେ ଛାତ୍ର ନିକଟସ୍ଥ ବିଦ୍ୟାଳୟକୁ ଯିବା ବେଳେ ଦୁର୍ଘଟଣାର ଶିକାର ହେଲା । ଫଳରେ ଅଭିଭାବକ ଭୟରେ ସ୍କୁଲକୁ ପିଲାଙ୍କୁ ଛାଡ଼ୁନାହାଁନ୍ତି । ଥିବା ଅଭିଯୋଗ ହୋଇଛି ।  

ସରକାରୀ ନିୟମ ପାଇଁ ପିଲାଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହେଲା ଭଳି ଅବସ୍ଥା ଦେଖାଦେଇଛି…

   Related Posts