ଟିକ୍‌ଟକ୍ କରୁଥିବା ଲୋକଙ୍କ ପାଇଁ ଖରାପ ଖବର : ଡିଲିଟ କରିବାକୁ ଆଦେଶ ଦେଲେ ଅଦାଲତ

Published By : Prameya-News7 Bureau | April 16, 2019 IST

ନୂଆଦିଲ୍ଲୀ ୧୬/୪: ଚାଇନିଜ ସଟ ଭିଡିଓ ଆପ୍ ଟିକଟକ୍ ଆଜିକାଲି ସମସ୍ତଙ୍କ ଫୋନରେ ସହଜରେ ମିଳିଯିବ। ଏବଂ ସମସ୍ତେ ଏହି ଟିକଟକ୍ ଆପରେ ନିଜର ଭିଡିଓ କରି ସୋଶିଆଲ ମିଡିଆରେ ସେୟାର କରୁଥିଲେ। କିନ୍ତୁ ନିକଟରେ ଦିଲ୍ଲୀର ଏକ ଘଟଣା ସାମନାକୁ ଆସିଥିଲା ଯେଉଁଥିରେ ଟିକଟକରେ ଭିଡିଓ କରୁଥିବା ଯୁବକ ଶରୀରରେ ଭୁଲରେ ଗୁଳି ବାଜି ଯାଇଥିଲା ଏବଂ ତା’ର ଜୀବନ ଚାଲିଯାଇଥିଲା। ଏହା ପରଠୁ ଟିକଟକକୁ ନେଇ ସରକାର ଅଡ଼ୁଆରେ ପଡ଼ିଥିଲେ । କିନ୍ତୁ ଏବେ ସରକାର ଏହାକୁ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର ତୁରନ୍ତ ଏହାକୁ ଟିକଟକକୁ ପ୍ଲେ ଷ୍ଟୋରରୁ ଡିଲିଟ କରିବାକୁ ଆଦେଶ ଦେଇଛନ୍ତି।

ସୁପ୍ରିମ କୋର୍ଟ ସୋମବାର ମଦ୍ରାସ ହାଇକୋର୍ଟ ତରଫରୁ ଏହି ଆପ୍ ଉପରେ ଲଗାଯାଇଥିବା କଟକଣା ଉପରେ ଷ୍ଟେ ଦେବାକୁ ମନା କରିଥିଲେ। ଏହାପରେ ମିନିଷ୍ଟ୍ରି ଅଫ ଇଲେକ୍ଟୋନିକ୍ସ ଏଣ୍ଡ ଇନଫରମେସନ ଟେକ୍ନୋଲୋଜି କଡ଼ା ପଦକ୍ଷେପ ନେଇଛି।

ରିପୋର୍ଟ ଅନୁସାରେ ହାଇ କୋର୍ଟ ସରକାରଙ୍କୁ ଟିକଟକ୍ ଆପ୍ ଡାଉନଲୋଡ ରୋକିବାକୁ କହିଛନ୍ତି ଏବଂ ମିନିଷ୍ଟ୍ରି ଗୁଗଲ ଏବଂ ଆପଲକୁ ନିଜ ପ୍ଲେ ଷ୍ଟୋରରୁ ଡିଲିଟ କରିବାକୁ ଆଦେଶ ଦେଇଛି। ଏବେ ଏହା କମ୍ପାନୀ ଉପରେ ନିର୍ଭର କରୁଛି ଯେ ଆଦେଶକୁ ପାଳନ କରାଯିବ ନା ଏହା ବିରୋଧରେ ଅପିଲ କରାଯିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.