ମାଲକାନଗିରି (ରଞ୍ଜିତ ସାହା)୦୪।୦୧ - ଗାଁକୁ ସାଇକେଲ ଯିବାକୁ ରାସ୍ତା ନାହିଁ । କିନ୍ତୁ ଚନ୍ଦ୍ରଯାନରେ ବସି ପାଠ ପଢୁଛନ୍ତି ପିଲା । ଶିକ୍ଷାର ବିକାଶ ପାଇଁ ଏକ ଅଭିନବ ପ୍ରୟାସ କରିଛନ୍ତି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମାଲକାନାଗିରି ଜିଲ୍ଲାର ବି.ପୂଜାରୀଗୁଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ । ଚନ୍ଦ୍ରଯାନ କଣ ଦେଖିନଥିବା ପିଲା ଏବେ ଚନ୍ଦ୍ରଯାନରେ ବସି ପାଠ ପଢିବାକୁ ବେଶ୍ ଆଗ୍ରହୀ ।
{"id":206790,"sizeSlug":"large"}ଚନ୍ଦ୍ରଯାନରେ ବସି ପାଠ ପଢୁଛନ୍ତି ପିଲା । ଚନ୍ଦ୍ରପୃଷ୍ଠରେ ଓହ୍ଲାଉଛନ୍ତି, ଚନ୍ଦ୍ରଯାନ ଭିତରକୁ ପ୍ରବେଶ କରୁଛନ୍ତି । ବାସ୍ତବରେ ଏ କୌଣସି ଚନ୍ଦ୍ରଯାନ ନୁହେଁ ।ଆଦିବାସୀ ପିଲାଙ୍କୁ ସ୍କୁଲ ମୁହାଁ କରିବାକୁ ଏଭଳି ଅଭିନବ ପ୍ରୟାସ କରାଯାଇଛି । ମାଲକାନାଗିରି ଜିଲ୍ଲାର ବି.ପୂଜାରୀଗୁଡା ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏମିତି କିଛି ନିଆରା ଦୃଶ୍ୟ । ବିଦ୍ୟାଳୟର ଗେଟ୍କୁ ଅବିକଳ ଚନ୍ଦ୍ରଯାନ ଭଳି ତିଆରି କରାଯାଇଛି । ଚନ୍ଦ୍ରଯାନ ପ୍ରବେଶ ପଥ ଶୈଳୀରେ ତିଆରି ହେ।ଇଛି ଗେଟ୍ । ଯାହା ଛାତ୍ରଛାତ୍ରୀଙ୍କ ସହ ଅଭିଭାବକଙ୍କୁ ବେଶ୍ ଆକର୍ଷିତ କରୁଛି । ଖାସ୍ ସେଇଥିପାଇଁ ଏବେ ସ୍କୁଲ ମୁହାଁ ହେ।ଇଛନ୍ତି ପଛୁଆ ଅଞ୍ଚଳର ଛାତ୍ରଛାତ୍ରୀ ।
{"id":206791,"sizeSlug":"large"}ଅପହଞ୍ଚ ଇଲାକାର ଆଲେ।କ ପହଞ୍ଚାଇବାକୁ ଉଦ୍ୟମ କରିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷକ ଜୟନ୍ତ ଜେନା । ଜିଲ୍ଲାରେ ଅନେକ ଗାଁରେ ଏଯାଏ ଶିକ୍ଷାର ବିକାଶ ହେ।ଇପାରିନି । ଯେଉଁଥିପାଇଁ ସର୍ବ ଶିକ୍ଷା ଅଭିଯାନକୁ ବାସ୍ତବ ରୂପ ଦେବାକୁ ପ୍ରଧାନ ଶିକ୍ଷକ ଏଭଳି ଅଭିନବ ଚିନ୍ତା କରିଛନ୍ତି । କାରଣ ଆଦିବାସି ଅଧ୍ୟୁଷିତ ଜିଲ୍ଲାର ପିଲାଏ ଏଯାଏଁ ରକେଟ ଦେଖି ନଥିବା ବେଳେ ସେମାନଙ୍କ ପାଇଁ ଚନ୍ଦ୍ରଜାନ ଚଢିବା ଏକ ସ୍ବପ୍ନ ।ତେଣୁ ପିଲାଙ୍କ ମଧ୍ୟରେ ଏକ ଉଚ୍ଚ ଭାବନା ସୃଷ୍ଟି କରିବା ସହ ପାଠ ପଢିବା ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ଉଦ୍ୟମ କରିଛନ୍ତି ପ୍ରଧାନ ଶିକ୍ଷକ ।
ଆଦିବାସୀ ଅଧ୍ୟୁଷିତ ମାଲକାନାଗିରି ଜିଲ୍ଲାରେ ଆଜି ବି େମୗଳିକ ସୁବିଧାରୁ ବଞ୍ଚିତ ଲେ।କ । ଏଭଳି ସ୍ଥିତିରେ ପିଲାଙ୍କୁ ସ୍କୁଲ ମୁହାଁ କରିବାକୁ ପ୍ରଧାନ ଶିକ୍ଷକଙ୍କ ଉଦ୍ୟମ ନିଶ୍ଚିତ ପ୍ରଶଂସନୀୟ ।