ଗାଁକୁ ନଥିଲା ରାସ୍ତା, ଆସିପାରିଲାନି ଆମ୍ୱୁଲାନ୍ସ: ଖଟିଆରେ ୨ କିଲୋମିଟର ବୁହା ହେଲେ ରୋଗୀ

Published By : Prameya-News7 Bureau | September 27, 2021 IST

ପାଟଣା ୨୭/୦୯: ପୁଣି ସ୍ୱାସ୍ଥ୍ୟସେବାର ଅଭାବନୀୟ ଚିତ୍ର । କେନ୍ଦୁଝର ଜିଲ୍ଲାରେ ଦେଖିବାକୁ ମିଳିଛି ଏହାର ଉଦାହରଣ । ଗାଁକୁ ରାସ୍ତା ନଥିବାରୁ ଗୁରୁତର ରୋଗୀଙ୍କୁ ଜଙ୍ଗଲ ରାସ୍ତାରେ ୨ କିଲୋମିଟର ଖଟିଆରେ ବୋହି ମେଡିକାଲରେ ଭର୍ତ୍ତି କରାଯାଇଛି । କେନ୍ଦୁଝର ଜିଲ୍ଲା ବାରିଆ ଥାନା ସିରିକୁଆଁ ଗ୍ରାମରେ ଦେଖିବା ମିଳିଛି ଏପରି ଅଭାବନୀୟ ଚିତ୍ର ।

ଗାଁର ୭୦ ବର୍ଷୀୟ ବୃଦ୍ଧ ପରମେଶ୍ୱର ନାଏକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଗୁରୁତର ହୋଇଥିଲେ । ପରିବାର ଲୋକେ ୧୦୮ ଆମ୍ୱୁଲାନ୍ସକୁ ଫୋନ୍ କରିଥିଲେ । କିନ୍ତୁ ସାହିକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇ ପାରି ନଥିଲା । ଫଳରେ ଗୁରୁତର ରୋଗୀକୁ ଜଙ୍ଗଲ ରାସ୍ତାରେ ଖଟିଆ ସାହାଯ୍ୟରେ ବୁହା ହୋଇଥିଲା । ଏହାପରେ ଆମ୍ବୁଲାନ୍ସ ସହାୟତାରେ ଚମ୍ପୁଆ ମେଡିକାଲରେ ଭର୍ତ୍ତୀ କରାଯାଇଛି । ବୃଦ୍ଧଙ୍କ ଅଵସ୍ଥା ବର୍ତ୍ତମାନ ଗୁରୁତର ଥିବା ଜଣାପଡ଼ିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.