ବସ୍ ମାଲିକଙ୍କୁ ଆଶ୍ୱସ୍ତୀ, ୩ ମାସ ପାଇଁ ଛାଡ ହେଲା ରୋଡ୍ ଟ୍ୟାକ୍ସ୍

Published By : Prameya-News7 Bureau | May 26, 2020 IST

ଭୁବନେଶ୍ୱର, ୨୬|୦୫: ଘରୋଇ ବସ୍ ମାଲିକଙ୍କୁ ବଡ ଆଶ୍ୱସ୍ତୀ ଦେଇଛନ୍ତି ରାଜ୍ୟ ସରକାର । ପରିବହନ ବିଭାଗ ତରଫରୁ ୩ ମାସ ପାଇଁ ବସର ରୋଡ୍ ଟ୍ୟାକ୍ସ୍ ଛାଡ କରାଯାଇଛି । ଏପ୍ରିଲ, ମେ ଓ ଜୁନ୍ ମାସ ପାଇଁ ରୋଡ୍ ଟ୍ୟାକ୍ସ୍ ଛାଡ କରିଛି ପରିବହନ ବିଭାଗ ।

ମଙ୍ଗଳବାର ଘରୋଇ ବସ ମାଲିକ ସଙ୍ଘ ଓ ପରିବହନ ବିଭାଗ ମଧ୍ୟରେ ଆଲୋଚନା ହୋଇଥିଲା । ଆଲୋଚନା ପରେ ଟ୍ୟାକ୍ସ୍ ଛାଡ ବାବଦରେ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।  

ରାଜ୍ୟ ସରକାର ବସ୍ ଚଳାଚଳ ପାଇଁ ଗ୍ରୀନ୍ ସିଗ୍ଲାଲ୍ ପ୍ରଦାନ କରିଥିଲେ । ତେବେ କେତେକ ଦାବି ଧରି ଅଡି ବସିଥିଲା ଘରୋଇ ବସ ମାଲିକ ସଙ୍ଘ । ଫଳରେ ରାଜ୍ୟ ସରକାରଙ୍କ ଘୋଷଣା ପରେ ବି ଘରୋଇ ବସ୍ ଚଳାଚଳ କରିପାରି ନଥିଲା । ସଙ୍ଘ ପକ୍ଷରୁ ରୋଡ୍ ଟ୍ୟାକ୍ସ୍ ଛାଡ ଦାବି ଉପସ୍ଥାପନା କରାଯାଇଥିଲା । ଏହି ଦାବିକୁ ସରକାର ମାନି ନେଇଛନ୍ତି ।

ସେହିପରି ୨୬ ତାରିଖଠୁ ରାଜଧାନୀ ଭୁବନେଶ୍ୱର ଓ କଟକରେ ମୋ ବସ୍ ଚଳାଳଚ ଆରମ୍ଭ ହୋଇଯାଇଛି । ଏହା ପ୍ରଥମେ ୭ଟି ରୁଟରେ ଚଳାଚଳ କରିବ ବୋଲି ପୂର୍ବ ସୂଚନା​‌ ଦିଆଯାଇଥିଲା। ସେହି ନିୟମ ଅନୁସାରେ ଆଜିଠୁ ବସ୍ ଚଳାଚଳ ମୋ ବସ୍ ଗୁଡିକ ଚଳାଚଳ ଆରମ୍ଭ କରିଛି । ତେବେ କେବଳ ମାସ୍କ ପିନ୍ଧିଥିବା ଯାତ୍ରୀ ହିଁ ବସରେ ଯାତ୍ରା କରିପାରିବେ ବୋଲି ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.