ସୁନ୍ଦରଗଡ-ଛତିଶଗଡ ସୀମାରେ ଯାଞ୍ଚ କଡାକଡି, ସେପଟେ ମୁକୁଳା ପଡିଛି ଝାଡଖଣ୍ଡ ସୀମା

Published By : Prameya-News7 Bureau | April 09, 2021 IST

ରାଉରକେଲା ୯।୪: କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ଫକୋସରେ ପଶ୍ଚିମ ଓଡ଼ିଶା । ବିଗିଡ଼ିବାରେ ଲାଗିଛି ସୁନ୍ଦରଗଡ଼ ସ୍ଥିତି । ପ୍ରତ୍ୟେକ ଦିନ ୧୦୦ ଉପରେ ରହୁଛି ପଜିଟିଭଙ୍କ ସଂଖ୍ୟା । କରୋନା ମୁକାବିଲା ପାଇଁ ସୁନ୍ଦରଗଡ଼ ସୀମା ଛତିଶଗଡ଼କୁ ଗାଡି ଚଳାଚଳ ବନ୍ଦ କରିଦିଆଯାଇଛି । ଛତିଶଗଡ଼ରୁ ଆସୁଥିବା ଲୋକେ କରୋନା ନେଗେଟିଭ ରିପୋର୍ଟ ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ସୀମାରେ ଯାଞ୍ଚ କଡାକଡି କରାଯାଉଛି ।

{"id":435551,"sizeSlug":"large","linkDestination":"none"}

ଏଭଳି ସ୍ଥିତିରେ ସୁନ୍ଦରଗଡ ଜିଲ୍ଲାର ବୀରମିତ୍ରପୁର ଓ ଜରେଇକେଲା ଝାଡଖଣ୍ଡ ସୀମା ମୁକୁଳା ପଡିଛି । ଅବାଧରେ ଲୋକେ ଯିବାଆସିବା କରୁଛନ୍ତି । ଯଦିଓ ସରକାର ଝାଡଖଣ୍ଡ ପାଇଁ କଟକଣା କରିନାହାନ୍ତି କିନ୍ତୁ ଲୋକେ ଛତିଶଗଡ ଭାୟା ଝାଡଖଣ୍ଡର ଗୁମଲା, ସୀମଡେଗା ଦେଇ ସୁନ୍ଦରଗଡ ବୀରମିତ୍ରପୁର ହୋଇ ଜିଲ୍ଲାକୁ ଅବାଧରେ ପ୍ରବେଶ କରୁଛନ୍ତି ।

{"id":435552,"sizeSlug":"large","linkDestination":"none"}

ସେପଟେ ପଶ୍ଚିମବଙ୍ଗରୁ ଲୋକେ ଝାଡଖଣ୍ଡର ଟାଟାନଗର ହୋଇ ସୁନ୍ଦରଗଡ-ଝାଡଖଣ୍ଡ ସୀମା ଜରେଇକେଲା ଦେଇ ଅବାଧରେ ପ୍ରବେଶ କରୁଛନ୍ତି । ଯାହା ଫଳରେ ସ୍ଥିତି ଆହୁରୁ ସଙ୍ଗୀନ ହେବାର ଯଥେଷ୍ଟ ସମ୍ମାବନା ରହିଛି । କରୋନା ମୁକାବିଲା ପାଇଁ ସୁନ୍ଦରଗଡର-ଛତିଶଗଡ ସୀମାରେ ଯେପରି ଯାଞ୍ଚ କଡାକଡି ହୋଇଛି ସେପରି ଝାଡଖଣ୍ଡ ସୀମା ମଧ୍ୟ ଯାଞ୍ଚ କଡାକଡି ହେବାର ଆବଶ୍ୟକତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.