Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଲକ୍ଷ୍ମୀପୁର ହିଂସା: ଆଶିଷ ମିଶ୍ରଙ୍କୁ ମିଳିଲାନି ଆଶ୍ଵସ୍ତି, ତିନି ଦିନ ପୋଲିସ ରିମାଣ୍ଡରେ ପଠାଇଲେ କୋର୍ଟ

11/10/2021 at 4:35 PM

ଲକ୍ଷ୍ମୀପୁର ଖେରୀ ୧୧।୧୦: ଲକ୍ଷ୍ମୀପୁର ଖେରି ହିଂସା ମାମଲାର ମୁଖ୍ୟ ଅଭିଯୁକ୍ତ କେନ୍ଦ୍ର ମନ୍ତ୍ରୀ ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ମିଳିଲାନି ଆଶ୍ଵସ୍ତି। କୋର୍ଟ ତାଙ୍କୁ ତିନି ଦିନିଆ ରିମାଣ୍ଡରେ ପଠାଇଛନ୍ତି। ସୋମବାର ସକାଳେ ଭିଡିଓ କନଫରେନ୍ସିଂରେ ଆଶିଷ ମିଶ୍ରଙ୍କୁ କୋର୍ଟରେ  ହାଜର କରାଯାଇଥିଲା। ଦୁଇ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ଅଦାଲତ ଆଶିଷଙ୍କୁ ପୋଲିସ ରିମାଣ୍ଡରେ ପଠାଇବାକୁ ନିଷ୍ପତ୍ତି ଶୁଣାଇଛନ୍ତି। ଏସଆଇଟି ଆଶିଷଙ୍କୁ ୧୪ ଦିନ ରିମାଣ୍ଡ ଦାବି କରିଥିଲା। ହେଲେ କୋର୍ଟ ତିନି ଦିନ ରିମାଣ୍ଡ ଦେଇଛନ୍ତି। ତାଙ୍କ ରିମାଣ୍ଡ ଅବଧି ଅକ୍ଟୋବର ୧୨ରୁ ଆରମ୍ଭ ହେବ।

ଅଦାଲତ ରିମାଣ୍ଡ ମଞ୍ଜୁର କରିବା ସହ କିଛି ସର୍ତ୍ତ ମଧ୍ୟ ରଖିଛନ୍ତି। ଓକିଲଙ୍କ ଅନୁଯାୟୀ ପଚରା ଉଚୁରା ସମୟରେ ଆଶିଷଙ୍କ ଓକିଲ ମଧ୍ୟ ଉପସ୍ଥିର ରହିବେ। ମେଡିକାଲ ଚେକ୍ ଅପ ପରେ ଆଶିଷଙ୍କୁ ପୋଲିସ ହେପାଜତରେ ନେବ। ଜେଲ୍‌ରେ ଭର୍ତ୍ତି ସମୟରେ ମଧ୍ୟ ମେଡିକାଲ ଚେକ୍ ଅପ୍ କରାଯିବ। ଏହା ବ୍ୟତୀତ ଏସଆଇଟି ଦୂରରୁ ଆଶିଷଙ୍କୁ ଜେରା କରିବ।

ରିମାଣ୍ଡର ବିରୋଧ କରି ଆଶିଷଙ୍କ ଓକିଲ କହିଛନ୍ତି ଯେ, ଶନିବାର ଆଶିଷ ୧୨ ଘଣ୍ଟାରେ ୪୦ରୁ ଅଧିକ ପ୍ରଶ୍ନର ଉତ୍ତର ଦେଇ ସାରିଛନ୍ତି। ଏମିତିରେ ରିମାଣ୍ଡର ଆବଶ୍ୟକତା ନାହିଁ। ସେ କହିଛନ୍ତି ଏସଆଇଟି ଥାର୍ଡ ଡିଗ୍ରୀ  ପ୍ରୟୋଗ କରି ଆଶିଷଙ୍କୁ ଦୋଷ ସ୍ଵୀକାର କରିବାକୁ ବାଧ୍ୟ କରି ପାରନ୍ତି। ସେ ଘଟଣା ଦିନ ଆଶିଷଙ୍କ ଦଙ୍ଗଲରେ ଉପସ୍ଥିତ ଥିବା ସମ୍ବନ୍ଧିତ କିଛି ଫଟୋ ମଧ୍ୟ ଅଦାଲତରେ ଉପସ୍ଥାପନ କରିଛନ୍ତି। ଓକିଲ କହିଛନ୍ତି, ଏସଆଇଟି ଜେଲ୍‌ ଯାଇ ପଚରା ଉଚୁରା ମଧ୍ୟ କରି ପାରିବ।

ସୂଚନାଯୋଗ୍ୟ, ଅକ୍ଟୋବର ୩ରେ ଲକ୍ଷ୍ମୀପୁର ଖେରୀ ଘଟଣାରେ ଚାରି କୃଷକଙ୍କ ସମେତ ଆଠ ଜଣଙ୍କ ମୃତ୍ୟୁ ଘଟିଥିଲା। ଏସଆଇଟି କହିବା କଥା ଯେଉଁ ଥର ଜିପ୍‌ରେ କୃଷକଙ୍କ ଉପରେ ଚଢା ଯାଇ ହତ୍ୟା କରାଯାଇଥିଲା, ସେହି ଗାଡିକୁ ଆଶିଷ ମିଶ୍ର ଚଲାଉଥିଲେ। ମାମଲା ରାଜନୀତିର ରୂପ ମଧ୍ୟ ନେଇ ସାରିଛି। ଆଶିଷଙ୍କୁ ଜେରା ପାଇଁ ସମନ ଜାରି କରାଯାଇଥିଲା। ଶନିବାର ଦୀର୍ଘ ୧୨ ଘଣ୍ଟାର ପଚରା ଉଚୁରା ପରେ ଏସଆଇଟି ତାଙ୍କୁ ଗିରଫ କରିଥିଲା। ଏସଆଇଟି ଅଭିଯୋଗ କରିଥିଲା ଯେ, ଆଶିଷ ତଦନ୍ତରେ ସହଯୋଗ କରୁ ନାହାନ୍ତି। ଏସଆଇଟି ଆଶିଷଙ୍କ ମୋବାଇଲ୍ ନିଜ କବଜାକୁ ନେଇ ତଦନ୍ତ ଜାରି ରଖିଛି।

   Related Posts