Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

୨୦୨୦ ଫେବୃଆରୀ ସୁଦ୍ଧା ଆକ୍ସନ ପ୍ଲାନ ପୁରା ନକଲେ ଏଫଏଟିଏଫରେ ବ୍ଲାକଲିଷ୍ଟ ହେବ ପାକ୍

18/10/2019 at 3:47 PM

ପ୍ୟାରିସ :  ପାକିସ୍ତାନ ମୁଣ୍ଡରେ ଝୁଲିଲା ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ (ଏଫଏଟିଏଫ)ଙ୍କ ଡେମୋକ୍ଲିସ ଖଣ୍ଡା।  ଟେରର ଫଣ୍ଡିଂ ଓ ମନି ଲଣ୍ଡ୍ରିଂ ଭଳି ୨୭ଟି ମାନକ ମଧ୍ୟରୁ ପାକିସ୍ତାନ ୨୨ଟି ମାନକ ପୂରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି। ଏଣୁ ଏଫଏଟିଏଫ ଆସନ୍ତା ୨୦୨୦ ମସିହା ଫେବୃଆରୀ ସୁଦ୍ଧା ପାକିସ୍ତାନକୁ ଆକ୍ସନପ୍ଲାନ ପୁରା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ପାକ୍ ଏଥିରେ ବିଫଳ ହୁଏ ତେବେ ବ୍ଲାକଲିଷ୍ଟରେ ପଡିବା ନିଶ୍ଚିତ । ଯଦି ପାକ୍ ଏଫଏଟିଏଫଙ୍କ ବ୍ଲାକ୍ ଲିଷ୍ଟରେ ପଡେ ତେବେ ଟାସ୍କ ଫୋର୍ସ ଅନ୍ତର୍ଗତ ସଦସ୍ୟ ରାଷ୍ଟ୍ରଙ୍କ ସହ ସମସ୍ତ ଆର୍ଥିକ ଓ ବ୍ୟବସାୟିକ ସମ୍ପର୍କ ହରାଇବ।

ଆତଙ୍କବାଦ ଲାଗି ଆର୍ଥିକ ସହାୟତା ଉପରେ ନଜର ରଖିଥିବା ପ୍ୟାରିସସ୍ଥିତ ଇଣ୍ଟରନ୍ୟାସନାଲ ୱାଚ୍ ଡଗ ଏଫଏଟିଏଫ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ଏଥିରେ ପାକ୍ କୁ ବର୍ତ୍ତମାନ ଲାଗି ଗ୍ରେ ଲିଷ୍ଟରେ ରଖିବାକୁ ନିଷ୍ପତ୍ତି ହୋଇଛି।  ଅକ୍ଟୋବର ପର୍ଯ୍ୟନ୍ତ ହୋଇଥିବା ସମୀକ୍ଷାରେ ପାକ୍ ଆତଙ୍କବାଦ ଲାଗି ପାଣ୍ଠି ଯୋଗାଣ ଦିଗରେ ନେଇଥିବା ପଦକ୍ଷେପ ସନ୍ତୋଷଜନକ ନୁହେଁ ବୋଲି ଜଣାପଡିଥିଲା। ଏଣୁ ଟେରର ଫଣ୍ଡିଂ ଓ ମନି ଲଣ୍ଡ୍ରିଂ ଉପରେ ଆହୁରି ଦୃଢ ହେବାକୁ ପାକ୍ କୁ  ନିର୍ଦ୍ଦେଶ ଦିଆଯାଇଛି।  ଏଥିଲାଗି ଫଏଟିଏଫ ତାକୁ ଆସନ୍ତା ଫେବୃଆରୀମାସ ପର୍ଯ୍ୟନ୍ତ ଆହୁରି ୪ ମାସ ସମୟ ଦେଇଛନ୍ତି।

ଗତ ଜୁନ ୨୦୧୮ରେ ଏଫଏଟିଏଫ ପାକିସ୍ତାନକୁ ଗ୍ରେ ଲିଷ୍ଟରେ ସାମିଲ କରିଥିଲେ। ଏଥିଲାଗି ୨୭ଟି ପଏଣ୍ଟ ଅଫ ଆକ୍ସନରେ ପାକିସ୍ତାନକୁ କାର୍ଯ୍ୟ କରିବାକୁ ସେତେବେଳେ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ୧୫ ମାସ ସମୟ ମଧ୍ୟ ଦିଆଯାଇଥିଲା। ତେବେ ନିର୍ଦ୍ଧାରିତ ସମୟ ସୀମା ପରେ ହୋଇଥିବା ସମୀକ୍ଷାରେ ପାକିସ୍ତାନକୁ ନେଇ ସଦସ୍ୟ ଦେଶମାନେ ଚିନ୍ତା ବ୍ୟକ୍ତ କରିଛନ୍ତି। ତେବେ ପୁଣି ଦିଆଯାଇଥିବା ୪ ମାସରେ ଯଦି ପାକ୍  ଏ ଦିଗରେ ଆଖିଦୃଶିଆ ପଦକ୍ଷେପ ନେବାରେ ବିଫଳ ହୁଏ ତେବେ ତାକୁ ଇରାନ ଓ ଉତ୍ତର କୋରିଆ ଭଳି ରାଷ୍ଟ୍ରଙ୍କ ସୂଚୀରେ ସାମିଲ ହେବ। ଯଦି ଏପରି ହୁଏ ତେବେ ପାକିସ୍ତାନକୁ ଅନ୍ତର୍ଜାତିକ ମୁଦ୍ରାକୋଷ, ବିଶ୍ୱବ୍ୟାଙ୍କ ରୁ ଆର୍ଥିକ ଋଣ ମିଳିବା ବନ୍ଦ ହୋଇଯିବ। ଫଳରେ କାଙ୍ଗାଳ ହୋଇ ସାରିଥିବା ପାକ୍ ଅର୍ଥନୀତି ଧୂଳିସାତ ହୋଇଯିବା ନିଶ୍ଚିତ । 

   Related Posts