ରାଗିଂମୁକ୍ତ କ୍ୟାମ୍ପସ ଅଭିଯାନ- ଆରମ୍ଭ ହେଲା 'ନୋ ରାଗିଂ ଓ ଷ୍ଟପ୍ ରାଗିଂ'

Published By : Prameya-News7 Bureau | August 25, 2019 IST

ଭୁବନେଶ୍ୱର ୨୫|୮: ରାଗିଂ ଏକ କଳଙ୍କିତ ପ୍ରଥା । ଯାହା ଛାତ୍ର ଛାତ୍ରୀ ଙ୍କୁ ଦେଇଥାଏ ଗଭୀର ମାନସିକ ନିର୍ଯ୍ୟାତନା । ତେବେ କୌଣସି ଭୁଲ କାମରେ ଯେତେବେ ଏକାଧିକ ବ୍ୟକ୍ତି ଲିପ୍ତ ହୋଇଯାଆନ୍ତି  ସେତେବେଳେ ମନରୁ ଭୟ ଦୁରେଇ ଯାଏ ଓ ଏହା ବଢିଥାଏ ବୋଲି କହନ୍ତି ମନସ୍ତତ୍ବବିତ । ତେବେ ଦୋଷୀଙ୍କୁ ଦୃଷ୍ଟାନ୍ତ ମୁଳକ କାର୍ଯ୍ୟାନୁଷ୍ଠାନ ସହ ଛାତ୍ର ଛାତ୍ରୀ, ଅଭିଭାବକ ତଥା ଶିକ୍ଷାନୁଷ୍ଠାନ ମାନେ ନିଜ ଦାୟିତ୍ବ ତୁଲାଇବାର ଆବଶ୍ୟକତା ରହିଛି । ତେଣୁ ଭୁବନେଶ୍ବରଠାରେ ରାଗିଂମୁକ୍ତ କ୍ୟାମ୍ପସ ଅଭିଯାନ ପକ୍ଷରୁ ନୋ ରାଗିଂ ଓ ଷ୍ଟପ ରାଗିଂ ର ନାରା ଦିଆଯାଇଛି  ।

ଦିନକୁ ଦିନ ଏକାଧିକ ଘଟଣା ଦେଖିବାକୁ ମିଳୁଛି ରାଗିଂକୁ ନେଇ । କେଉଁଠି ଉଲଗ୍ନ କରାଇ ନଚାଯାଉଛି ତ ଲଣ୍ଡା କରିବା ଭଳି ଘଟଣା ଆସୁଛି ସାମ୍ନାକୁ । ତେଣୁ ରାଗିଂ ମୁକ୍ତ କ୍ୟାମ୍ପସ ଅଭିଯାନ ପକ୍ଷରୁ ଗାନ୍ଧିପାର୍କଠାରେ ଗାନ୍ଧି ମୁର୍ତ୍ତୀ ନିକଟରୁ ଆରମ୍ଭ ହୋଇଛି ସ୍ବତନ୍ତ୍ର ଅଭିଯାନ । ତେବେ ଏହି ଅବସରରେ ରାଗିଂକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବୀ ,ସାମାଜିକ ତଥା ମାନବିକ ଅଧିକାର କର୍ମୀ ଓ ଛାତ୍ର ଛାତ୍ରୀ ସଂଗଠନ । ଏଭଳି କୁତ୍ସିତ ଓ ଅନୈତିକ କାର୍ଯ୍ୟ ଛାତ୍ର ଛାତ୍ରୀଙ୍କୁ ଦେଇଥାଏ ଗଭୀର ମାନସିକ ନିର୍ଯ୍ୟାତନା । ତେଣୁ ଏନେଇ ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି । ତେବେ ସରକାରି ଆଇନ ଥିଲେ ମଧ୍ୟ କମୁନି ରାଗିଂ ।ତେଣୁ ଏଥିରେ ସଂପୃକ୍ତ ଛା ତ୍ର ଛାତ୍ରୀମାନଙ୍କୁ ଦୃଷ୍ଟାନ୍ତ ମୁଳକ ଦଣ୍ଡବିଧାନ କାର୍ଯ୍ୟକାରୀ ହେବାର ମଦ୍ୟଯଥେଷ୍ଟ ଆବଶ୍ୟକତା ଓ ଗୁରୁତ୍ବ ରହିଛି ।

କିଛି ଦିନତଳେ ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ ଭଳି ଅନୁଷ୍ଠାନର ରାଗିଂ ଭିଡିଓ ହୋଇଥିଲା ଭାଇରାଲ । ତେବେ ପ୍ରଫେସନାଲ ପାଠ୍ୟକ୍ରମର ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ଏଭଳି ଘୃଣ୍ୟ ମାନସିକତା ଏବେ ଚିନ୍ତାର ବିଷୟ ପାଲଟିଛି । ଯେଉଁ  ମାନେ କି ପାଠପଢା ସାରିଲେ ସମାଜରେ ସେବା ମନୋଭାବ ନେଇ କାର୍ଯ୍ୟ କରିବେ । ତେବେ ସେମାନେ ଆଗକୁ କିଭଳି କାର୍ଯ୍ୟ କରିବେ । ତେବେ ସେମାନଙ୍କର ମନରେ ଅଲଗା  ଭାବନା ରହୁଥିବା ବେଳେ  ସହନଶୀଳତାର ଅଭାବ ରହୁଥିବା କୁହନ୍ତି ମନୋବିତ୍ । ସେହିଭଳି ଯେତେବେଳେ ଏକାଧିକ ଲୋକ କୌଣସି ଅସାମାଜିକ କାର୍ଯ୍ୟରେ ଲିପ୍ତ ହୁଅନ୍ତି ସେତେବେଳେ ସେମାନଙ୍କ ମନୋବଳ ବଢିଥାଏ ଏଭଳି କାମ କରିବାକୁ । ଜଣେ କରୁଛି ତ ଅନ୍ୟଜଣେ  ଅଧିକ ଉତ୍ସାହିତ ହୋଇ ଏଭଳି କାର୍ଯ୍ୟରେ ସହଯୋଗ କରନ୍ତି । କିନ୍ତୁ ଭାବିଲା ବେଳକୁ ସମୟ ନଥାଏ । ସେହିଭଳି ଛାତ୍ର ଛାତ୍ରୀମାନେ ନିଜ ପ୍ରତି ହୋଇଥିବା ଅନ୍ୟାୟକୁ ଅନ୍ୟ ସହ ଯେଭଳି ନ ହେବ ସେନେଇ ମଧ୍ୟ ସଜାଗ ରହିବା ସହ ଏଭଳି କାର୍ଯ୍ୟରୁ ଦୁରେଇ ରହିବାର ଆବଶ୍ୟକତା ରହିଛି ।

ରାଗିଂ ରୋକିବାକୁ ସରକାରୀ ନିୟମ ତ ରହିଛି । ଶିକ୍ଷା ବର୍ଷ ଆରମ୍ଭ ହେଲେ କ୍ୟାମ୍ପସରେ ପୋଷ୍ଠର ମଧ୍ୟ ଲାଗୁଛି । କିନ୍ତୁ ଫଳ ଶୁନ । ତେଣୁ ଛାତ୍ରଛାତ୍ରୀ ,ଶିକ୍ଷାନୁଷ୍ଠାନ କତୃପକ୍ଷଙ୍କ ଠାରୁ ଧରି ପିତା ମାତା ସମସ୍ତଙ୍କ ଏ ଦିଗରେ ସଚେତନ ହେବାର ଆବଶ୍ୟକତା ରହିଛି । ତେବେ ଅଭିଯାନ ପକ୍ଷରୁ ଆଗକୁ ଏହି କାର୍ଯ୍ୟ କରାଯିବ ଅଧିକ ବ୍ୟାପକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.