ମୋଦି ସରକାରଙ୍କୁ ବଡ ଆଶ୍ବସ୍ତି ; ରାଫେଲ୍ ଡିଲ୍‌ରେ କୌଣସି ସନ୍ଦେହ ନଥିବା କହିଲେ ସୁପ୍ରିମ୍‌କୋର୍ଟ

Published By : Prameya-News7 Bureau | December 14, 2018 IST

ନୂଆଦିଲ୍ଲୀ ୧୪|୧୨:  ରାଫେଲ୍ ଡିଲ୍ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ମୋଦି ସରକାରଙ୍କୁ ବଡ ଆଶ୍ବସ୍ତି ମିଳିଛି । ରାଫେଲ ଡିଲ୍ ରେ କୌଣସି ସନ୍ଦେହ ନଥିବା କହିଛନ୍ତି ସୁପ୍ରିମକୋର୍ଟ । ରାଫେଲ ଡିଲ୍‌ରେ ଅନିୟମିତତା ହୋଇଥିବା ନେଇ ଆବେଦନ କରାଯାଇଥିଲା । ତେବେ ରାଫେଲ କିଣା ଦାମ୍ ଦେଖିବା କୋର୍ଟଙ୍କ କାମ ନୁହେଁ । ଯୁଦ୍ଧ ବିମାନ ଆମ ଦେଶର ଆବଶ୍ୟକତା । ଏହି ଡିଲ୍‌ରେ କୌଣସି ଅନିୟମିତତା ହୋଇନାହିଁ ବୋଲି ଉଚ୍ଚତମ ନ୍ୟାୟଳାୟ କହିବା ସହ ଏହାର ତଦନ୍ତ ନେଇ ହୋଇଥିବା ସମସ୍ତ ଆବେଦନକୁ ଖାରଜ କରିଛନ୍ତି ।

 ଯୁଦ୍ଧ ବିମାନ କିଣା ବୁଝାମଣାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଅନିୟମିତତା ଅଭିଯୋଗର ତଦନ୍ତ ଆଦାଲତଙ୍କ ତତ୍ତ୍ବାବଧାନରେ ସିବିଆଇ ଦ୍ବାରା କରିବା ଲାଗି ହୋଇଥିବା ଆବେଦନ ଉପରେ ଆଜି କୋର୍ଟ ରାୟ ଦେଇଛନ୍ତି । ଗତ ନଭେମ୍ବର ୧୪ରେ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ ପ୍ରଧାନ ବିଚାରପତିଙ୍କ ଖଣ୍ଡପୀଠ । ଆବେଦନକାରୀଙ୍କ ମଧ୍ୟରେ ଥିଲେ ପ୍ରଶାନ୍ତଭୂଷଣ, ଅରୁଣ ସୌରୀ, ଯଶବନ୍ତ ସିହ୍ନା ଏମ୍ ଏଲ ଶର୍ମା ପ୍ରମୁଖ । ବୁଝାମଣାରେ ସ୍ବଚ୍ଛତା ନାହିଁ । ନିର୍ଦ୍ଧିଷ୍ଟ ଭାବେ ଏକ ଘରେ କମ୍ପାନୀକୁ  ଲାଭ ଦେବା ଉଦ୍ଦେଶ୍ୟରେ ଏହି ଡିଲ୍  ହୋଇଥିବା ଆବେଦନକାରୀ ଯୁକ୍ତି ଦର୍ଶାଇଥିଲେ । ଏହା ଭାରତ-ଫ୍ରାନ୍ସ ମଧ୍ୟରେ ନୁହେଁ ବଂର ଦୁଇଟି କମ୍ପାନୀ ମଧ୍ୟରେ ହୋଇଥିବା ଚୁକ୍ତିରେ ଦର୍ଶାଯାଇଥିଲା ।

ସରକାର ୧୪ ପୃଷ୍ଠାର ସତ୍ୟପାଠରେ ଦର୍ଶାଇଥିଲେ ଯେ ୨୦୧୩ରେ ହୋଇଥିବା ରାଫେଲ୍ ଚୁକ୍ତି ପ୍ରକ୍ରିୟାର ନିର୍ଦ୍ଧାରିତ ସର୍ତ୍ତଗୁଡ଼ିକୁ ପାଳନ କରୁଛୁ । ଗୋଟିଏ ଯୁଦ୍ଧ ବିମାନ ପିଛା ପ୍ରାୟ ୧,୬୭୦ କୋଟି ଟଙ୍କା ମୂଲ୍ୟରେ ଭାରତ ସରକାର ବିମାନ କ୍ରୟ କରିଥିବା ବେଳେ ୟୁପିଏ ସରକାର ଅମଳରେ ଏହାର ଦାମ ୫୨୬ କୋଟି ଟଙ୍କା ଥିଲା ବୋଲି କଂଗ୍ରେସ ଦାବି କରିଛି। ସେପଟେ ରାଫେଲ ଡିଲରେ ବ୍ୟାପକ ଲାଞ୍ଚ କାରବାର ହୋଇଥିବା ଅଭିଯୋଗରେ ବ୍ରିଟିଶ ନାଗରିକ ଖ୍ରୀଷ୍ଟିଆନ ମିଶେଲକୁ ଭାରତ ଆଣି ପଚରା ଉଚରା ମଧ୍ୟ କରୁଥିଲା ସିବିଆଇ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.