Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ
  • ||
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||

ରେଳବାଇର ହେବନି କୌଣସି ଘରୋଇକରଣ, ପିୟୁଷ ଗୋଏଲଙ୍କ ବଡ ବୟାନ

9/07/2020 at 9:21 AM

ନୂଆଦିଲ୍ଲୀ, ୦୯|୦୭:  ଦେଶରେ ରେଳବାଇର ଘରୋଇକରଣକୁ ନେଇ ଚର୍ଚ୍ଚା ଲାଗି ରହିଛି । ଏହା ମଧ୍ୟରେ ରେଳ ମନ୍ତ୍ରାଳୟର ଏକ ବୟାନ ସାମ୍ନାକୁ ଆସିଛି । କୌଣସି ପ୍ରକାର ଘରୋଇକରଣ ହେବ ନାହିଁ ବୋଲି ରେଳବାଇ ସ୍ପଷ୍ଟ କରିଛି । ଏବେ ଯେପରି ଭାବେ ସେବା ଚାଲୁଛି ଆଗରୁ ମଧ୍ୟ ସେପରି ଜାରି ରହିବ ।

ରେଳ ବିଭାଗ ନିକଟରେ ୧୦୯ଟି ରୁଟ୍‌ରେ ଘରୋଇ ସଂସ୍ଥାକୁ ଇନଭିଟେସନ୍ ଦେଇଥିଲା । ଯେଉଁଥିରେ ଘରୋଇ ସଂସ୍ଥା ୩୦ ହଜାର କୋଟି ଟଙ୍କାର ନିବେଶ କରିଥାନ୍ତେ । ଏହାପରେ ଟ୍ରେନର ଘରୋଇକରଣକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା ।

ରେଳମନ୍ତ୍ରୀ ପିୟୁଷ ଗୋଏଲ ଟ୍ୱିଟ୍ କରି କହିଛନ୍ତି ଯେ, ରେଳବାଇର କୌଣସି ଘରୋଇ କରଣ ହେଉନାହିଁ । ବର୍ତ୍ତମାନ ଯେପରି ସେବା ଚାଲୁଛି ଆଗକୁ ମଧ୍ୟ ଏପରି ଜାରି ରହିବ । ବେସରକାରୀ ଭାଗିଦାରୀରେ ୧୦୯ଟି ରୁଟ୍‌ରେ ୧୫୧ଟି ଅତ୍ୟାଧୂନିକ ଟ୍ରେନ୍ ଚାଲିବ । ଏହାର ରେଳବାଇ ଟ୍ରେନ୍ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ବରଂ ନୂଆ ଟ୍ରେନ୍ ଆସିଲେ ରୋଜଗାର ସୃଷ୍ଟି ହେବ ।

ସୂଚନାଯୋଗ୍ୟ, ରେଳବାଇ ପାସେଞ୍ଜର୍ ଟ୍ରେନ୍ ସର୍ଭିସ୍ ଅପରେଟ୍ ପାଇଁ ବେସରକାରୀ ସଂସ୍ଥା ପାଇଁ ଦ୍ୱାର ଖୋଲି ଦେଇଥିଲା । ୧୦୯ଟି ରୁଟ୍‌ରେ ପ୍ରାଇଭେଟ୍ କମ୍ପାନୀ ଟ୍ରେନ୍ ଅପରେଟ୍ କରିପାରିବେ । ଏଥିରେ ୩୦ ହଜାର କୋଟିର ନିବେଶ ସମ୍ଭାବନା ରହିଛି । ପାସେଞ୍ଜର୍ ଟ୍ରେନ୍ ସଞ୍ଚାଳନ ପାଇଁ ପ୍ରଥମ ଥର ଭାରତୀୟ ରେଳବାଇ ନିବେଶର ରାସ୍ତା ଉନ୍ମକ୍ତ କରିଥିଲା ।

ଏହି ସମସ୍ତ ଟ୍ରେନ୍‌ରେ ଅତି କମରେ ୧୬ଟି କୋଚ୍ ରହିବ । ଏହାର ଘଣ୍ଟାପ୍ରତି ବେଗ ସର୍ବାଧିକ ୧୬୦ କିମି ରହିବ । ତେବେ ବର୍ତ୍ତମାନର ଟ୍ରେନ ଓ ଟିକେଟ୍ ଉପରେ ଏହା କୌଣସି ପ୍ରଭାବ ପକାଇବ ନାହିଁ ।

   Related Posts