ଇସ୍ରୋର ଘରୋଇକରଣ ହେବ ନାହିଁ, କେ ଶିବନ୍ କଲେ ଘୋଷଣା

Published By : Prameya-News7 Bureau | August 20, 2020 IST

ନୂଆଦିଲ୍ଲୀ, ୨୦|୦୮: ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ ବା ଇସ୍ରୋର ଘରୋଇକରଣ ହେବ ନାହିଁ । ଏନେଇ ସ୍ପଷ୍ଟ କରିଛନ୍ତି ଇସ୍ରୋ ନିର୍ଦ୍ଦେଶକ କେ ଶିବନ । ସରକାର ଇସ୍ରୋର ଘରୋଇକରଣ କରିବାକୁ ଚାହୁଁଛନ୍ତି ବୋଲି ଶୁଣାଯାଉଥିଲା । କିନ୍ତୁ ଏପରି କେବେ ହେବ ନାହିଁ ବୋଲି ଶିବନ ସ୍ପଷ୍ଟ ଭାବେ କହିଛନ୍ତି ।

ଇସ୍ରୋ ତରଫରୁ ଏକ ଓ୍ୱେବିନାରରେ କେ ଶିବନ ଏହା କହିଛନ୍ତି । ସେ କହିଛନ୍ତି ଯେ, ଇସ୍ରୋର କେବେହେଲେ ଘରୋଇକରଣ ହେବ ନାହିଁ । କେବଳ ଘରୋଇ କମ୍ପାନୀଙ୍କ ସହ ମିଶି ଇସ୍ରୋ ବିଭିନ୍ନ ଟେକନୋଲୋଜିର ବିକାଶ ଓ କ୍ଷମତାର ବିସ୍ତାର କରିବ । ଘରୋଇ କମ୍ପାନୀ ନୂଆ ଅନ୍ତରୀକ୍ଷ ନୀତିରେ ସ୍ପେସ୍ ଆକ୍ଟିଭିଟିରେ ଭାଗ ନେବେ । କିନ୍ତୁ ମୁଖ୍ୟ କାମ ଇସ୍ରୋ ଓ ଏହାର ବୈଜ୍ଞାନିକମାନେ କରିବେ । ସ୍ପେସ୍ ସେକ୍ଟରରେ ରିଫର୍ମକୁ ନେଇ ଯେଉଁ ନୀତି ଆସିଛି ତାହା ଦେଶ ପାଇଁ ଗେମ୍ ଚେଞ୍ଜର୍ ସାବ୍ୟସ୍ତ ହେବ ।

wp:html /wp:html

ସେ କହିଛନ୍ତି ଯେ, ସ୍ପେସ୍ ସେକ୍ଟରରେ ଘରୋଇ କମ୍ପାନୀଙ୍କ ପାଖରେ ଅନେକ ସୁଯୋଗ ରହିଛି । ଦେଶକୁ ଆତ୍ମନିର୍ଭର କରିବାରେ ଅଧିକ ସଂଖ୍ୟାରେ ସଂଚାର ସାଟେଲାଇଟର ଆବଶ୍ୟକତା ରହିଛି । ଏଥିପାଇଁ ଘରୋଇ କମ୍ପାନୀ ସାମ୍ନାକୁ ଆସି ଇସ୍ରୋ ସହ କାମ କରିବେ । ଏହାର ଅର୍ଥ ଇସ୍ରୋର ଘରୋଇକରଣ ନୁହେଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.