Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଘରୋଇ ସ୍କୁଲକୁ କଡା ନିର୍ଦ୍ଦେଶ ଦେଲେ ଦିଲ୍ଲୀ ସରକାର, ଫି ବୃଦ୍ଧି କଲେ ହେବ କାର୍ଯ୍ୟାନୁଷ୍ଠାନ

17/04/2020 at 2:48 PM

ନୂଆଦିଲ୍ଲୀ, ୧୭|୦୪:  କରୋନା ମୁକାବିଲା ମଧ୍ୟରେ ଦିଲ୍ଲୀ ସରକାର ଘରୋଇ ସ୍କୁଲରେ ପଢୁଥିବା ଛାତ୍ର ଓ ସେମାନଙ୍କ ଅଭିଭାବକଙ୍କ ପାଇଁ ଏକ ବଡ ନିଷ୍ପତ୍ତି ନେଇଛନ୍ତି ।ସରକାର ଶୁକ୍ରବାର କୌଣସି ଘରୋଇ ସ୍କୁଲ ସରକାରଙ୍କ ବିନା ଅନୁମତିରେ ଫି ବୃଦ୍ଧି କରିପାରିବେ ନାହିଁ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ମାସିକ ଆଧାରରେ କେବଳ ଟ୍ୟୁସନ ଫି ନେବେ । ଏହାସହ ସ୍କୁଲ କର୍ତୃପକ୍ଷ ସମସ୍ତ କର୍ମଚାରୀଙ୍କୁ ଦରମା ଦେବା ପାଇଁ ବାଧ୍ୟ । ଯଦି କୌଣସି ସ୍କୁଲ ଏହାର ଉଲଙ୍ଘନ କରେ ତେବେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଦିଲ୍ଲୀ ସରକାର ଏହାକୁ ନେଇ ଆଦେଶନାମା ଜାରି କରିଛନ୍ତି ।

ମନୀଷ ସିସୋଦିଆ କହିଛନ୍ତି ଯେ, ଅନେକ ଘରୋଇ ସ୍କୁଲ ମନଇଛା ଫି ବୃଦ୍ଧି କରୁଥିବା ସେ ଅଭିଯୋଗ ପାଇଥିଲେ । ଏହାସହ ସ୍କୁଲ ଛୁଟି ଥିବା ସତ୍ୱେ ପରିବହନ ଶଳ୍କ ମଧ୍ୟ ନେଉଥିଲେ । ଏହା ଠିକ ନୁହେଁ । ସ୍କୁଲମାନେ ଏତେ ତଳକୁ ଖସିବା ଆବଶ୍ୟକ ନାହିଁ । ସ୍କୁଲର କାମ ସମାଜସେବା, ଏହାକୁ ବ୍ୟବସାୟ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ସେ କହିଥିଲେ । ଏହି ସ୍ଥିତିରେ ଦିଲ୍ଲୀ ସରକାର ସମସ୍ତ ଘରୋଇ ସ୍କୁନ ବିନା ଅନୁମତିରେ ଫି ବୃଦ୍ଧି କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଫି ନଦେଇ ପାରିଲେ ଛାତ୍ରଙ୍କ ଅନଲାଇନ୍ କ୍ଲାସରୁ ନାମ କଟାଯାଇ ପାରିବ ନାହିଁ ।

ସେ ଆହୁରି କହିଛନ୍ତି ଯେ, ସମସ୍ତ ଘରୋଇ ସ୍କୁଲ ନିଜ କର୍ମଚାରୀଙ୍କୁ ଠିକ ସମୟରେ ଦରମା ଦେବେ । ଯଦି କୌଣସି ସମସ୍ୟା ରହେ ତେବେ କର୍ତୃପକ୍ଷ ସଂସ୍ଥା ସାହାଯ୍ୟରେ ଦରମା ପ୍ରଦାନ କରିବେ । ଯେଉଁ ସ୍କୁଲ ଏହାକୁ ପାଳନ କରିବ ନାହିଁ ତାହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

   Related Posts