ରବିବାର ରାତି ୯ଟାରେ ବିଦ୍ୟୁତ ସରବରାହ ବ୍ୟାହତ ହେବ ନାହିଁ, ଚିନ୍ତିତ ନହେବାକୁ ଭରସା ଦେଲେ ସରକାର

Published By : Prameya-News7 Bureau | April 04, 2020 IST

ଭୁବନେଶ୍ୱର, ୦୪|୦୪: ରବିବାର ରାତି ୯ଟାରେ ବିଦ୍ୟୁତ ସେବା ବ୍ୟାହତ ହେବ ନାହିଁ । ବିଦ୍ୟୁତ ଯୋଗାଣ ଜାରି ରହିବ । ମେଡିକାଲରେ ବିଦ୍ୟୁତ ସେବା, ଷ୍ଟ୍ରିଟଲାଇଟ୍ ମଧ୍ୟ ବନ୍ଦ ହେବ ନାହିଁ ବୋଲି କେନ୍ଦ୍ର ସରକାରଙ୍କ ଶକ୍ତି ମନ୍ତ୍ରାଳୟ ଜନତାଙ୍କୁ ସୂଚନା ଦେଇଛି ।

ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସମ୍ବୋଧନ କରି ରବିବାର ରାତି ୯ଟାରେ ୯ ମିନିଟ ଯାଏଁ ଘରର ଲାଇଟ ବନ୍ଦ କରିବାକୁ କହିଥିଲେ । ଏହି ସମୟରେ ଦୀପ, ମୋବାଇଲ ଲାଇଟରେ ଆଲୋକ ଜଳାଇବାକୁ ଦେଶବାସୀଙ୍କୁ ଅପିଲ କରିଥିଲେ । ଏହାକୁ ନେଇ ଅନେକ ଆଶଙ୍କାରେ ରହିଛନ୍ତି । ଏହି ସମୟରେ ବିଦ୍ୟୁତ କାଟ ହେବ, ଘରର ଅନ୍ୟ ଇଲେକ୍ଟ୍ରୋନିକ ସାମଗ୍ରୀ ବନ୍ଦ ହେବ କି ନାହିଁ ତାହାକୁ ନେଇ ଜନତା ଦ୍ୱିଧାରେ ରହିଥିଲେ । ଏହା ଉପରୁ ପରଦା ହଟାଇଛି ଶକ୍ତି ମନ୍ତ୍ରାଳୟ ।

{"id":248875,"width":751,"height":623,"sizeSlug":"large"}

ଶକ୍ତି ମନ୍ତ୍ରାଳୟ କହିଛି ଯେ, ବିଦ୍ୟୁତ ସେବା ଜାରି ରହିବ । ଟିଭି, ଫ୍ରିଜ୍, ଏସି ଆଦି ବନ୍ଦ କରିବା ଆବଶ୍ୟତା ନାହିଁ । ଜନତା ସ୍ୱତଃପ୍ରବୃତ ଭାବେ ଲାଇଟ୍ ବନ୍ଦ କରିବେ ବୋଲି ଆଶା କରାଯାଉଛି । ଏହି ସମୟରେ ସମସ୍ତ ଷ୍ଟ୍ରିଟ୍ ଲାଇଟ୍ ଜଳିବ ବୋଲି ମନ୍ତ୍ରାଳୟ ବିଭିନ୍ନ ବିଦ୍ୟୁତ ସରବରାହ କମ୍ପାନୀକୁ କହିଛି । ଏପରିକି ମେଡିକାଲ ଆଦି ଜରୁରୀକାଳୀନ ସେବା ଯୋଗାଉଥିବା ଅନୁଷ୍ଠାନରେ ଲାଇଟ ବନ୍ଦ କରିବା ଆବଶ୍ୟକ ନାହିଁ ବୋଲି ମନ୍ତ୍ରାଳୟ ପରାମର୍ଶ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.