Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ପୋଲିଓ ବୁନ୍ଦା ବଦଳରେ ପିଆଇଦେଲେ ସାନିଟାଇଜର୍ : ୧୨ ଶିଶୁ ଗୁରୁତର, ଜୀବନ-ମରଣ ସହ ଲଢୁଛନ୍ତି

2/02/2021 at 9:00 AM

ମୁମ୍ବାଇ, ୦୨/୦୨:  ମହାରାଷ୍ଟ୍ରର ଯବତମାଲରେ ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ସ୍ୱାସ୍ଥ୍ୟକର୍ମୀମାନଙ୍କ ଅବହେଳା ପାଇଁ ୧୨ଟି ନିଷ୍ପାପ ଶିଶୁଙ୍କ ଜୀବନ ବିପଦରେ ପଡି ଯାଇଛି । ସ୍ୱାସ୍ଥ୍ୟକର୍ମୀମାନେ ପୋଲିଓ ବୁନ୍ଦା ବଦଳରେ ଶିଶୁଙ୍କୁ ସାନିଟାଇଜର୍ ପିଆଇ ଦେଇଛନ୍ତି । ଏହି ଅଘଟଣ ରବିବାର ଘଟିଛି ।

ସୂଚନାନୁସାରେ, ଗତ ରବିବାର ଦିନ ଘାଟାଜୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ପୋଲିଓ ଅଭିଯାନ ଚାଲୁଥିଲା । ଏହି ସମୟରେ ୧୨ଜଣ ଶିଶୁଙ୍କ ସାନିଟାଇଜର୍ ପିଆଇ ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଥିଲା । ଏହାପରେ ରାତିରେ ଶିଶୁମାନେ ବାନ୍ତି କରିଥିଲେ । ଏପରିକି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ପରେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ଏବେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

ଜଣେ ପୀଡିତ ଶିଶୁର ପିତା କହିଛନ୍ତି ଯେ, ପୋଲିଓ ବୁନ୍ଦା ନେବା ପରେ ଶିଶୁଟି ବାନ୍ତି କରିଥିଲା । ଏହି ଖବର ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଇଥିଲା । ସେମାନେ ଭୁଲରେ ସାନିଟାଇଜର୍ ଦେଇଥିବା ସ୍ୱୀକାର କରିଥିଲେ ।

ଏବେସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ଜଣେ ସିଏଚଓ, ଅଙ୍ଗନବାଡି କର୍ମୀ ଓ ଜଣେ ଆଶା କର୍ମୀଙ୍କୁ ନିଲମ୍ବିତ କରାଯାଇଛି । ତଦନ୍ତ ଚାଲିଛି । ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡିଛି ।

   Related Posts