Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶବ୍ୟାପୀ ତ୍ରିରଙ୍ଗା ରାଲି ବାହାର କରିବେ କୃଷକ, ଅଗଷ୍ଟ ୧୫ରେ ପାଳନ କରିବେ ଏହି ଦିବସ
  • ||
  • ଟୋକିଓ ଅଲିମ୍ପିକ୍ସ: ଆଜି ଇତିହାସ ରଚିବାକୁ ଓହ୍ଲାଇବେ ରବି ଦାହିଆ, ପୁରୁଷ ହକି ଉପରେ ବି ରହିବ ନଜର
  • ||
  • ତୃତୀୟ ଲହରକୁ ନେଇ ସତର୍କ କରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଭକ୍ତଙ୍କ ପାଇଁ ବଡ଼ ଘୋଷଣା, ୧୬ ତାରିଖରୁ ଖୋଲିବ ଶ୍ରୀମନ୍ଦିର
  • ||
  • ଅଗଷ୍ଟ ୧୬ରୁ ଶ୍ରୀମନ୍ଦିର ଖୋଲିବ
  • ||
  • ଟୋକିଓ ଅଲିମ୍ପିକ୍ସ ହକି ସେମିଫାଇନାଲ୍‌ରେ ହାରିଲା ମହିଳା ଦଳ, ଫାଇନାଲ୍‌କୁ ଉନ୍ନିତ ହେଲା ଆର୍ଜେଣ୍ଟିନା
  • ||
  • ଦେବଗଡ : ହନୁମାନ ପଇସା ରାକେଟ୍ ଠାବ : ୩ ଗିରଫ, ୨ଟି ହନୁମାନ ପଇସା ଜବତ
  • ||
  • ସାଲେପୁର : ସାଲେପୁର ଅଞ୍ଚଳରୁ ବିରଳ ଏଣ୍ଡୁଅ ଉଦ୍ଧାର, ବଦଳାଉଛି ରଙ୍ଗ
  • ||
  • ଢେଙ୍କାନାଳ : ବିକ୍ରି କରୁଥିଲେ ବାରହା ମାଂସ, ୩ ଶିକାରୀଙ୍କୁ ବାନ୍ଧିଲା ବନ ବିଭାଗ
  • ||
  • ଅନୁଗୋଳ : ରେଙ୍ଗାଳି ଡ୍ୟାମ୍‌ରୁ ଛଡାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ, ୭ ନମ୍ବର ଗେଟ୍ ଦେଇ ଜଳ ନିଷ୍କାସିତ
  • ||

ବିବାଦ ଭୁଲିଲେ ପାଇଲଟ, କହିଲେ- ‘ରାଜନୀତିରେ ବ୍ୟକ୍ତିଗତ ଶତ୍ରୁତା ଓ ମତପାର୍ଥକ୍ୟରେ ସ୍ଥାନ ନାହିଁ ’

11/08/2020 at 2:39 PM

ଜୟପୁର ୧୧।୦୮: ରାଜସ୍ଥାନରେ ଦୀର୍ଘ ଦିନ ଚାଲିଥିବା ବିବାଦ ଏବେ ଅନ୍ତ ହୋଇଛି । ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ରାଜ୍ୟରେ ଚାଲିଥିବା କ୍ଷମତା ଯୁଦ୍ଧାର ଶେଷ ହୋଇଛି । କଂଗ୍ରେସକୁ ସଚ୍ଚିନ ପାଇଲଟ ଫେରିବାର ରାସ୍ତା ସଫା ହୋଇଛି । ସେହିପରି ପାଇଲଟଙ୍କ ସହିତ ଥିବା ୧୮ ବିଧାୟକଙ୍କ ମଧ୍ୟରୁ ୩ଜଣ ନିର୍ଦଳୀୟ ବିଧାୟକ ମାନେ ଆଜି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କ ସାକ୍ଷାତ କରିଛନ୍ତି । ସାକ୍ଷାତ ପରେ ପାଇଲଟ୍‌ କହିଛନ୍ତି ଯେ, ରାଜନୀତିରେ ଘୃଣା କିମ୍ବା ବ୍ୟକ୍ତିଗତ ଶତ୍ରୁତା ପାଇଁ କୌଣସି ସ୍ଥାନ ନାହିଁ । ବରଂ ରାଜନୀତିରେ ଅନୁଶାସନ ହେବା ଉଚିତ୍ ।

ପାଇଲଟ କହିଛନ୍ତି ଯେ, ମୁଁ ଓ ମୋର କିଛି ବିଧାୟକମାନଙ୍କ ଦ୍ୱାରା ଉଠାଇଯାଇଥିବା ପ୍ରସଙ୍ଗ ବା ମୁଦ୍ଦାର ସମାଧାନ ପାଇଁ ହାଇକମାଣ୍ଡଙ୍କ ପକ୍ଷରୁ ତିନି ଜଣିଆ ସଦସ୍ୟ ସମିତି ଗଠନ କରାଯାଇଛି । ଏସବୁ ପ୍ରସଙ୍ଗ ମଧ୍ୟରେ ଅନେକ ମହତ୍ୱପୂର୍ଣ୍ଣ କଥା ରହିଛି । ତେଣୁ ରାଜନୀତିରେ ରାଜନୀତିରେ ଘୃଣା କିମ୍ବା ବ୍ୟକ୍ତିଗତ ଶତ୍ରୁତା ପାଇଁ କୌଣସି ସ୍ଥାନ ନାହିଁ । ବରଂ ରାଜନୀତିରେ ଅନୁଶାସନ ହେବା ଉଚିତ୍ । ସେ ଆଗକୁ ମଧ୍ୟ କହିଛନ୍ତି ଯେ, ପ୍ରିୟଙ୍କା  ଓ ରାହୁଲ ଗାନ୍ଧୀଙ୍କ ଆମର ଅଭିଯୋଗକୁ ଧର୍ଯ୍ୟତା ପୂର୍ବକ ଶୁଣିଥିଲେ , ଏବଂ ଏହାର ସମାଧାନ ପାଇଁ ଆଶ୍ୱାସନା ଦେଇଛନ୍ତି । ଯେଉଁଥିପାଇଁ ଏକ ରୋଡମ୍ୟାପ୍‌ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ କିଛି ମାସ ହେଲା ରାଜସ୍ଥାନରେ ସରକାରରେ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମଧ୍ୟରେ ବିବାଦ ଲାଗିରହିଥିଲା । ଯାହା ପରେ ଦଳ ସଚ୍ଚିନଙ୍କୁ ବିଭିନ୍ନ ପଦବୀରୁ ହଟାଇଥିଲା । ସେବାଠାରୁ ବିବାଦ ଲାଗିରହିଥିଲା । ତେବେ ସୋମବାର ଦିନ କଂଗ୍ରେସ ନେତା ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ସଚ୍ଚିନ ପାଇଲଟଙ୍କ ସାକ୍ଷାତ କରିଥିଲେ । ଚାଲିଥିବା ସମସ୍ତ ବିବାଦ ଓ ପ୍ରସଙ୍ଗକୁ ନେଇ ଆଲୋଚନା କରିଥିଲା । ତେବେ   ସଚ୍ଚିନ ପାଇଲଟ କଂଗ୍ରେସ ହାଇକମାଣ୍ଡ ସହିତ ସାକ୍ଷାତ ପରେ କହିଥିଲେ କି, ମୋର ପଦକୁ ନେଇ କୌଣସି ଲୋଭ ନାହିଁ । ଆଶା କରୁଛି ଏହି ମାମଲା ଖୁବଶୀଘ୍ର ସାମାଧାନ ହେବା ଆବଶ୍ୟକ।

   Related Posts