ଓଡିଶା ଲକଡାଉନ୍ ୩.୦ ଗାଇଡଲାଇନ୍ : ବାଇକରେ ୨ ଜଣ ବସିବା ମନା

Published By : Prameya-News7 Bureau | June 01, 2021 IST

ଭୁବନେଶ୍ୱର, ୦୧୦୬ ବାଇକରେ ୨ ଜଣ ବସି ଯିବା ମନା । ରାଜ୍ୟ ସରକାର ଜାରି କରିଥିବା ନୂଆ ଗାଇଡଲାଇନରେ ଏନେଇ ଉଲ୍ଲେଖ ରହିଛି । ଏହାସହ କାର୍ କିମ୍ବା ଅନ୍ୟ ୪ ଚକିଆରେ ଡ୍ରାଇଭରଙ୍କ ବ୍ୟତୀତ ଆଉ ୨ ଜଣ ଯାତ୍ରୀ ହିଁ ଯାଇପାରିବେ ।

ସୂଚନାନୁସାରେ, ରାଜ୍ୟ ସରକାର ଲକଡାଉନର ଅବଧିକୁ ବୃଦ୍ଧି କରିଛନ୍ତି । ମେ ୩୧ ତାରିଖରେ ଲକଡାଉନ୍ ସରିଥାନ୍ତା । କିନ୍ତୁ କରୋନାର ବର୍ଧିତ ମାମଲା ଓ ସଂକ୍ରମଣ ଚେନ୍ ଭାଙ୍ଗିବାକୁ ଏହାକୁ ଜୁନ ୧୭ ସକାଳ ୫ଟା ଯାଏଁ ବୃଦ୍ଧି କରାଯାଇଛି । ଏହି ସମୟରେ କଟକଣାକୁ କଡାକଡି କରାଯାଇଛି ।

ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ, କେବଳ ଅତ୍ୟାବଶ୍ୟକ ସେବା ଯୋଗାଉଥିବା କର୍ମଚାରୀ ଓ ବ୍ୟକ୍ତିବିଶେଷ ହିଁ ଯାତାୟତ କରିପାରିବେ । ଏହି ସମୟରେ କାରରେ ଡ୍ରାଇଭରଙ୍କ ସହ ଆଉ ୨ ଜଣ ଯାତ୍ରୀ କାର୍‌ର ପଛ ସିଟରେ ଓ ବାଇକରେ କେବଳ ଜଣେ ହିଁ ଯାଇପାରିବେ । କରୋନା ଟେଷ୍ଟିଂ, ଟିକାକରଣ, ବିବାହ କାର୍ଯ୍ୟକ୍ରମ, ବିମାନବନ୍ଦର, ଷ୍ଟେସନ୍, ଅନ୍ତିମ ସଂସ୍କାର ଓ ଜରୁରୀ ସେବା ଯୋଗାଉଥିବା ବ୍ୟକ୍ତିଙ୍କ ପାଇଁ ଏହି ନିୟମ ରହିଛି । ଅଟୋ, ଟାକ୍ସି ଆଦି ବନ୍ଦ ରହିବ । ଏହାବ୍ୟତୀତ ଅନ୍ୟ ସାଧାରଣ ଚଳପ୍ରଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ । ଏପରିକି ବସ୍ ଚଳାଚଳ ମଧ୍ୟ ଜୁନ ୧୭ ତାରିଖ ସକାଳ ୫ଟା ଯାଏଁ ବନ୍ଦ ରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.