ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ରାଜ୍ୟରେ କ'ଣ ଘଟିଲା ଅସୁବିଧା, କାହିଁକି ୧୫ଟି ଯାଗାରେ ଜଣେ ବି ଦେଲେନି ଭୋଟ: ଜାଣନ୍ତୁ

Published By : Prameya-News7 Bureau | April 11, 2019 IST

ଭୁବନେଶ୍ବର ୧୧|୪: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ୪ ଲୋକସଭା ଓ ୨୮ ବିଧାନସଭା ନିର୍ବାଚନ ମଣ୍ଡଳୀର ୬୦ଲକ୍ଷ ୩ହଜାର ଭୋଟରଙ୍କ ପାଇଁ ୭ହଜାର ୨୩୩ ମତଦାନ କେନ୍ଦ୍ର କରାଯାଇଥିଲା । ତେବେ  ବିଭିନ୍ନ ବୁଥରେ ଇଭିଏମ ମେସିନ୍‌ରେ ତ୍ରୁଟି ଯୋଗୁଁ ମତଦାନ ବାଧାପ୍ରାପ୍ତ ହୋଇଥିବାର ଖବର ମଧ୍ୟ ଆସିଥିଲା ।

{"id":102578}

ଏମିତି କି ଅନେକ ବୁଥରେ ପିଇବା ପାଣିର ସୁବିଧା କିମ୍ବା ଟେଣ୍ଟ୍‌ର ବ୍ୟବସ୍ଥା ନଥିବାରୁ ଭୀଷଣ ଖରାରେ ଧାଡ଼ିରେ ଠିଆ ହୋଇଥିବା ଭୋଟର ନିଜର ଅସନ୍ତୋଷ ଜାହିର କରିଥିଲେ । ସେପଟେ ମାଲକାନଗିରିରେ ମାଓ ଭୟରେ ସ୍ବାଭିମାନ ଅଂଚଳର ୯ଟି ବୁଥରେ ଭୋଟ ଦେବାକୁ କେହି ଆସିନଥିଲେ ।

{"id":102576}

ହେଲିକପ୍ଟରରେ ପହଞ୍ଚିଥିଲେ ପୋଲିଂ ପାର୍ଟି । କଡ଼ା ସୁରକ୍ଷାବଳୟ ଭିତରେ ରଖାଯାଇଥିଲା ବୁଥ ଗୁଡ଼ିକ । ତଥାପି ଭୋଟ୍‌ ଦେବାକୁ ଆସିଲେନି କେହି ଜଣେ ବି  ଭୋଟର । ମାଲକାନଗିରିରେ ମାଓ ଭୟରେ ପଡ଼ିଲାନି ଭୋଟ୍‌ । ସ୍ବାଭିମାନ ଅଂଚଳର କୁନ୍ତୁରୁପଦରସ୍ଥିତ ୯ଟି ବୁଥରେ ଦିନସାରା ପୋଲିଂ କର୍ମଚାରୀ ବସି ରହିଥିଲେ ବି ଗୋଟେ ବି ଭୋଟିଂ ହୋଇପାରିଲାନି । ପୂର୍ବରୁ ମାଓବାଦୀମାନେ ଏହି ସବୁ ଅଂଚଳରେ ଭୋଟ୍‌ ବର୍ଜନ ପାଇଁ ଆହ୍ବାନ ଦେଇଥିବା ବେଳେ ବୁଥର ଦୂରତା ଅଧିକ ଥିବାରୁ ଭୋଟ ଦେବାକୁ ଲୋକେ ଆସିନଥିବା ଜଣାପଡ଼ିଛି ।

{"id":102577}

ସେହିଭଳି ମାଲକାନଗିରି ଜିଲ୍ଲାର ୩୦ରୁ ଅଧିକ ବୁଥରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଦେଖିବାକୁ ମିଳିଥିଲା । ଜିଲ୍ଲାର ଏମଭି ୧୪ ଗାଁ ୯୦ ନମ୍ବର ବୁଥରେ ଇଭିଏମରେ ଗଡ଼ବଡ଼ି ଅଭିଯୋଗ ଆସିଥିଲା । ଏଠାରେ ଇଭିଏମରେ ଗୋଟିଏ ଚିହ୍ନରେ ଭୋଟ୍‌ ଦେଲେ ତାହା ଅନ୍ୟ ଚିହ୍ନକୁ ଚାଲିଯାଉଥିବା ଅଭିଯୋଗ କରିଥିଲେ ଭୋଟର । ଯାହାକୁ ବିରୋଧ କରି ଗ୍ରାମବାସୀମାନେ ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିଥିଲେ । ତେବେ ଭୋଟରଙ୍କ ଅଭିଯୋଗ ପରେ ୨ଟି ମେସିନ ବଦଳାଇଥିଲେ ସେକ୍ଟର ଅଫିସର ।

{"id":102579}

ସେହିଭଳି ଜିଲ୍ଲାର ଏମଭି-୧୧, କୋରକୋଣ୍ଡା, ମୁଦୁଲିଗୁଡ଼ା, ବିବିଗୁଡ଼ା ଓ ଶିଖପାଲିରେ ଇଭିଏମରେ ତ୍ରୁଟି ଦେଖାଯାଇଥିଲା । ଗୁଣୁପୁର ପଦ୍ମପୁର ବ୍ଲକ ୧୧୨ ନମ୍ବର ବୁଥରେ ଭିଭିପାଟ୍‌ ଅଚଳ ହୋଇପଡ଼ିଥିବା ବେଳେ ଉମରକୋଟ ୨ ଓ ରାଇଘର ବ୍ଲକର ଗୋଟିଏ ବୁଥ, ଜୁନାଗଡ଼ କୁହୁରା, କଣ୍ଟାମାଳ ବୁଥରେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା ।

{"id":102580}

ସେପଟେ ଜୟପୁର ପାରାବେଡ଼ା ହାଇସ୍କୁଲ, ଚିତ୍ରକୋଣ୍ଡା ୟୁପି ସ୍କୁର ୨୧୧ ନମ୍ବର ବୁଥ, ଲମତାପୁଟ ହାଇସ୍କୁର ୭୭, ହନୁମାନ ଏମଇ ସ୍କୁର ୬୮ ନମ୍ବର ସ ଅନକାଡେଲି ୟୁପି ସ୍କୁର ୬୯ନମ୍ବର ବୁଥରେ ମତଦାନ ବିଳମ୍ବ ହୋଇଥିଲା । ବ୍ରହ୍ମପୁରରେ କିଛି ବୁଥରେ ଇଭିଏମ କାମ କରୁନଥିବାରୁ ମତଦାନରେ ବିଳମ୍ବ ହୋଇଥିଲା ।

{"id":102582}

ଜୟପୁର, ଗଜପତିରେ କିଛି ବୁଥରେ ମଧ୍ୟ ସମାନ ଅବସ୍ଥା ନଜରକୁ ଆସିଥିଲା ।ବିଭିନ୍ନ ଯାଗାରେ ଇଭିଏମ ଖରାପ ଯୋଗୁଁ ଭୋଟରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏମିତିକି ବହୁ ସଂଖ୍ୟାରେ ଭୋଟର ଭୋଟ୍‌ ନଦେଇ ଫେରିଯାଇଥିବା ଭଳି ଖବର ମଧ୍ୟ ସାମ୍ନାକୁ ଆସିଛି ।

{"id":102581}

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ମାତ୍ର ୪ଟି ଲୋକସଭା କ୍ଷେତ୍ରରେ ଭୋଟ୍‌ ହୋଇଥିଲେ ମଧ୍ୟ ଭୋଟିଂରେ ଏଭଳି ସମସ୍ୟା ପ୍ରଶାସନର ପୂର୍ବ ପ୍ରସ୍ତୁତିର ପୋଲ୍‌ ଖୋଲିଦେଇଛି । ଲୋକଙ୍କ ଭିତରେ ନିର୍ବାଚନକୁ ନେଇ ପ୍ରବଳ ଉତ୍ସାହ ଥିବା ବେଳେ କେଉଁଠି ଭୋଟିଂ ମେସିନରେ ଅସୁବିଧା ତ ଆଉ କେଉଁଠି ମାଓଭୟ ଯୋଗୁଁ ଅନେକ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବାରୁ ବଂଚିତ ହୋଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.