କୌଣସି ପେନସନ ବନ୍ଦ ହେବ ନାହିଁ, ସ୍ପଷ୍ଟ କଲେ ସରକାର

Published By : Prameya-News7 Bureau | April 19, 2020 IST

ନୂଆଦିଲ୍ଲୀ, ୧୯|୦୪:  ପେନସନ୍ କମ କରିବା ପାଇଁ କୌଣସି ପ୍ରସ୍ତାବ ନାହିଁ । ସରକାର ଏହା ସମ୍ବନ୍ଧରେ କୌଣସି ପ୍ରକାର ଚିନ୍ତା କରି ନାହାଁନ୍ତି । ପେନସନ କମ ଓ ରୋକ ଲାଗିବା ନେଇ ବିଭିନ୍ନ ଗୁଜବ ଆସିବା ପରେ ସରକାର ଏହି ସ୍ପଷ୍ଟୀକରଣ ଦେଇଛନ୍ତି ।

ସରକାର ଏକ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ, ପେନସନ ଓ ପେନସନଭୋଗୀ କଲ୍ୟାଣ ବିଭାଗ ନଜରକୁ କିଛି ଗୁଜୁବ ଆସିଛି । କରୋନା ଭାଇରସକୁ ନଜରରେ ରଖି ପେନସନ କମ ଓ ବନ୍ଦ ହେବା ନେଇ ଅନେକ ମିଛ ଖବର ବୁଲୁଛି । ଯାହା ସମସ୍ତ ପେନସନଭୋଗୀଙ୍କ ପାଇଁ ଚିନ୍ତାଜନକ ।

ତେବେ କୌଣସି ପେନସନ ବନ୍ଦ ହେବ ନାହିଁ ବୋଲି ସରକାର କହିଛନ୍ତି । ଏପରି କୌଣସି ପ୍ରସ୍ତାବ ନାହିଁ । ସରକାର ଏହି ପ୍ରସଙ୍ଗରେ କୌଣସି ଆଲୋଚନା କରିନାହାଁନ୍ତି । ସରକାର ପେନସନଭୋଗୀଙ୍କ ସୁବିଧା ଓ ସହଯୋଗ ପାଇଁ ପ୍ରତିଶ୍ରୁତିବଦ୍ଧ । ସାରା ଦେଶରେ କେନ୍ଦ୍ର ସରକାରଙ୍କ ଅନୁସାରେ ପ୍ରାୟ ୬୫.୨୬ ଲକ୍ଷ ପେନସନ ଭୋଗୀ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.