କରୋନା ଲକଡାଉନ୍‌ରେ ଡାକଘର ସଞ୍ଚୟ ଯୋଜନାର ବଡ ନିଷ୍ପତି, ଆଦାୟ ହେବନି ପେନାଲ୍ଟି

Published By : Prameya-News7 Bureau | April 10, 2020 IST

ନୂଆଦିଲ୍ଲୀ ୧୦।୪: କରୋନା ସଂକ୍ରମଣ ଯୋଗୁ ସାରା ଦେଶ ଏବେ ଲକଡାଉନରେ। ଏଥିରେ ଲୋକେ ଡାକଘର ସଞ୍ଚୟ ଯୋଜନାରେ ଜମା କରୁଥିବା ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ସେମାନେ ଡାକଘର ସଞ୍ଚୟ ଯୋଜନାରେ ଖୋଲିଥିବା ବିଭିନ୍ନ ଅବଧି ଜମାର କିସ୍ତି ଦାଖଲ କରିପାରୁନାହାନ୍ତି। ଏଣୁ ଏଭଳି ଖିଲାପି ଜମାକାର୍ତ୍ତାଙ୍କ ଠାରୁ ଆଗରୁ ଡାକଘର କର୍ତ୍ତୃପକ୍ଷ ଜରିମନା ବା ପେନାଲ୍ଟି ଆଦାୟ କରୁଥିଲେ। ହେଲେ କରୋନା ଜନିତ ୨୧ ଦିନିଆ ଲକଡାଉନ୍‌ରେ ଜମାକର୍ତ୍ତାଙ୍କ ଠାରୁ ପେନାଲ୍ଟି ଆଦାୟ ହେବନି ବୋଲି ଡାକ ବିଭାଗ ପକ୍ଷରୁ ସୂଚିତ କରାଯାଇଛି।

{"id":251975,"width":578,"height":806,"sizeSlug":"large"}

ଡାକଘରେ ଲୋକେ ସ୍ୱଳ୍ପ ସଞ୍ଚୟ ଯୋଜନା ସମେତ ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଇ) ଓ ରେକରିଂ ଡିପୋଜିଟ୍ ଆଦି ଖାତା ଖୋଲିଛନ୍ତି। ଏହି ସବୁ ସଞ୍ଚୟ ଯୋଜନାରେ କେବଳ ସଞ୍ଚୟ ଜମା ବ୍ୟତୀତ ଅନ୍ୟ ଗୁଡିକ ଅବଧି ଜମା ହୋଇଥିବାରୁ ଗ୍ରାହକ ମାର୍ଚ୍ଚ ମାସ ଶେଷରେ ଗୋଟିଏ ଥରରେ ସବୁ ଜମା କରନ୍ତି। ହେଲେ ଚଳିତବର୍ଷ କଥା ଭିନ୍ନ। କରୋନା ୟୋଗୁ ସରକାର ମାର୍ଚ୍ଚ ୨୫ ତାରିଖରୁ ସାରା ଦେଶରେ ଲକଡାଉନ୍ ଜାରି କରିଛନ୍ତି। ଏଣୁ ଲୋକେ ଡାକଘରକୁ ଯାଇପାରୁନଥିବାରୁ ଜମା ପ୍ରଭାବିତ ହୋଇଛି।

{"id":251976,"sizeSlug":"large"}

ଡାକ ବିଭାଗ ଏହି ରିହାତି ଜୁନ ୩୦ ତାରିଖ ପର୍ଯ୍ୟନ୍ତ ଦେଇଛନ୍ତି। ଜମାକର୍ତ୍ତା ଜୁନ ୩୦ ତାରିଖ ସୁଦ୍ଧା ତାଙ୍କର କିସ୍ତି ଜମା କରିଦେଲେ ସେମାନଙ୍କୁ ପେନାଲ୍ଟି ଦେବାକୁ ପଡିବ ନାହିଁ। କେନ୍ଦ୍ର ଅର୍ଥମନ୍ତ୍ରୀ  ନିର୍ମଳା ସୀତାରମଣଙ୍କ ନିର୍ଦେଶରେ ଡାକ ବିଭାଗ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ଫଲରେ ସ୍ୱଳ୍ପ ସଞ୍ଚୟ ଯୋଜନାରେ ନିବେଶ କରୁଥିବା କ୍ଷୁଦ୍ର ନିବେଶକଙ୍କ ସ୍ୱାର୍ଥ ପ୍ରଭାବିତ ହେବ ନାହିଁ ବୋଲି ଆଶାବ୍ୟକ୍ତ କରାଯାଉଛି।

{"align":"center","id":251977,"sizeSlug":"large"}

ପୂର୍ବରୁ ସାଧାରଣ ସମୟରେ ପିପିଇ କିସ୍ତି ଖିଲାପ ହେଲେ ୫୦ ଟଙ୍କା ପର୍ଯ୍ୟନ୍ତ ପେନାଲ୍ଟି ଆଦାୟ ହେଉଥିଲା। ସେହିପରି ରେକରିଂ ଡିପୋଜିଟ୍‌ରେ ୧୦୦ ଟଙ୍କା ଲାଗି ୧ ଟଙ୍କା ପେନାଲ୍ଟି ପ୍ରାବଧାନ ଥିବା ବେଳେ ୫୦୦ ଟଙ୍କା ଲାଗି ୫୦ ଟଙ୍କା ପେନାଲ୍ଟି ପ୍ରବଧାନ ଥିଲା। ତେବେ ବର୍ତ୍ତମାନ ଉପୁଜିଥିବା ପରିସ୍ଥିତିରେ ଗ୍ରାହକଙ୍କୁ ଏଥିରୁ ମୁକ୍ତ କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.