Thursday, February 21, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଷ୍ଟେଟ୍‌ ବ୍ୟାଙ୍କର ଡାଟାବେସ ସର୍ଭରରେ ନିଥିଲା ପାସୱାର୍ଡ : ଲକ୍ଷ ଲକ୍ଷ ଗ୍ରାହକଙ୍କ ବ୍ୟାଙ୍କ ଖାତା ସମ୍ପର୍କିତ ଗୋପନ ତଥ୍ୟ ସାର୍ବଜନୀନ ଆଶଂକା

ଭାରତର ସବୁଠାରୁ ବଡ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଗ୍ରାହକଙ୍କ ଡାଟା ଲିକ ହୋଇଥିବା ଘଟଣା ସାମ୍ନାକୁ ଆସିଛି | ଆମେରିକା ଟେକ ୱେବସାଇଟ ଟେକ କ୍ରଞ୍ଚର ଏକ ରିପୋର୍ଟ ଅନୁଯାୟୀ, ବ୍ୟାଙ୍କ ସର୍ଭରର ପାସୱାର୍ଡ଼ ଦିଆଯାଇନଥିଲା | ଯେଉଁଥିପାଇଁ ଗ୍ରାହକଙ୍କ ଡାଟା ଲିକ ହୋଇଥିବା ନେଇ ଆଶଙ୍କା କରାଯାଉଛି | ଏହି ବ୍ୟାଙ୍କ ସର୍ଭର ମୁମ୍ବାଇ ସ୍ଥିତ ଡାଟା ସେଣ୍ଟରରେ ରହିଛି | ଏହି ଡାଟା ସେଣ୍ଟରରେ SBI Quick ର ଦୁଇ ମାସର ଡାଟା ରହିଛି | SBI Quick ର ଏକ ପ୍ରକ୍ରିୟା ରହିଛି ଯାହା ଦ୍ୱାରା ଖାତାଧାରୀଙ୍କୁ ମେସେଜ ଏବଂ କଲ ଦ୍ୱାରା ଆକାଉଣ୍ଟ ସହ ଜଡିତ ତଥ୍ୟର ସୂଚନା ଦିଆଯାଇଥାଏ | ତେବେ ଆକାଉଣ୍ଟ ସିକ୍ୟୁର ନଥିବା ହେତୁ ଆକାଉଣ୍ଟକୁ ଏକସେସ କରିବା ସହଜ ହୋଇଥାଏ |


ରିପୋର୍ଟ ଅନୁସାରେ, ଏହି ସର୍ଭର କେବେଠାରୁ ଖୋଲା ଏବଂ ଅସୁରକ୍ଷିତ ରହିଛି ତାହା ଜଣାପଡିନାହିଁ | ଜଣେ ସ୍ୱେକ୍ୟୁରିଟି ରିସର୍ଚ୍ଚର ଆକାଉଣ୍ଟ ଖୋଲାଥିବା ଦେଖିଥିଲେ ଏବଂ ଟେକ କ୍ରଞ୍ଚ ଏହାକୁ ନେଇ ଅଭିଯୋଗ କରିଥିଲା | ଯେଉଁ ସେକ୍ୟୁରିଟି ରିସର୍ଚ୍ଚର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ଏହି ଭୁଲ ଦର୍ଶାଇଥିଲେ ସେ ନିଜ ନାଁ ଗୁପ୍ତ ରଖିବାକୁ ସର୍ତ ରଖିଛନ୍ତି |


SBI Quick ଜରିଆରେ ବ୍ୟାଙ୍କ ଗ୍ରାହକ ମିସକଲ ଏବଂ ଟେକ୍ସଟ ମେସେଜ କରି ଆକାଉଣ୍ଟ ସମ୍ବନ୍ଧୀୟ ସୂଚନା ନେଇଥାନ୍ତି | BAL କି ୱାର୍ଡ ପଠାଇବାକୁ ହୋଇଥାଏ | ଏହାପରେ ବ୍ୟାଙ୍କ ସେହି ଗ୍ରାହକଙ୍କ ରେଜିଷ୍ଟର ମୋବାଇଲ ନମ୍ବର ଯାଞ୍ଚ କରି ସମସ୍ତ ତଥ୍ୟ ପ୍ରଦାନ କରିଥାଏ | ଏହା ଦ୍ୱାରା ଆକାଉଣ୍ଟରେ ଥିବା ବାଲାନ୍ସ ଏବଂ ଶେଷ ୫ଟି ଟ୍ରାଞ୍ଜାକ୍ସନର ସୂଚନା ମିଳିଥାଏ | ଏହି ସେବା ଦ୍ୱାରା ଏଟିଏମ କାର୍ଡ ମଧ୍ୟ ବ୍ଲକ କରାଯାଇଥାଏ |


ଟେକ କ୍ରଞ୍ଚ କହିଛି ଯେ, ଟେକ୍ସଟ ମେସେଜ ଲିକ ହୋଇଛି ଯେଉଁଥିରେ ପ୍ରତିଦିନର ଲକ୍ଷ ଲକ୍ଷ ମେସେଜ ଷ୍ଟୋର ହୋଇଛି | ଡାଟାବେସରେ କୌଣସି ପାସୱାର୍ଡ଼ ସେଟ କରାଯାଇନଥିଲା ଯେଉଁଥିପାଇଁ ଗ୍ରାହକଙ୍କ ସମସ୍ତ ଟେକ୍ସଟ ମେସେଜ ଦେଖିବାକୁ ମିଳିଥିଲା | ଏଥିରେ ଗ୍ରାହକଙ୍କ ଆକାଉଣ୍ଟ ନମ୍ବର, ଫୋନ ନମ୍ବର, ବ୍ୟାଙ୍କ ବାଲାନ୍ସ ଏବଂ ଟ୍ରାଞ୍ଜାକ୍ସନର ପୁରା ବିବରଣୀ ରହିଥିଲା | ସୋମବାର ଦିନ ବ୍ୟାଙ୍କ ୩୦ ଲକ୍ଷ ମେସେଜ ପଠାଇଥିଲା ବୋଲି ଏହି ଡାଟାବେସରୁ ଜଣାପଡିଥିଲା |


ପାସୱାର୍ଡ଼ ନଥିବା ଡାଟାବେସ ଗ୍ରାହକଙ୍କ ସମ୍ବେଦନଶୀଳ ସୂଚନା ପାଇଁ ଅତ୍ୟନ୍ତ ଭୟଙ୍କର ପ୍ରମାଣିତ ହୋଇପାରେ | ଏହା ସାହାଯ୍ୟରେ ହେକର ଆକାଉଣ୍ଟ ଡିଟେଲ କାଢି ଆକାଉଣ୍ଟରୁ ଟଙ୍କା ମଧ୍ୟ ଉଠାଇବାର ଆଶଂକା ରହିଛି | ଏହା ଦ୍ୱାରା ଡାଟାବେସରେ ବିଜ୍ଞାପନ ଦେଉଥିବା କମ୍ପାନୀଗୁଡିକର କାମ ମଧ୍ୟ ସହଜ ହୋଇଯାଇଥଏ | କାରଣ ଏଥିରେ ଗ୍ରାହକଙ୍କ ଫୋନ ନମ୍ବର ରହିଥାଏ |


ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଏନେଇ ଏବେ ଯାଏଁ କୌଣସି ବୟାନ ଜାରି କରିନାହିଁ |


ସିକ୍ୟୁର ନଥିବା ଡାଟାବେସ କଣ ଜାଣନ୍ତୁ :
ଏହା ବହୁତ ସରଳ | କମ୍ପ୍ୟୁଟରରେ ଡାଟା ଷ୍ଟୋର କରାଯାଏ | ଏହାର ବହୁତ ଉପାୟ ମଧ୍ୟ ରହିଛି | ଅର୍ଗାନାଇଜ ଉପାୟରେ ଡାଟା ଷ୍ଟୋର କରାଯାଇଥାଏ | ଏହି ଡାଟା କମ୍ପାନୀର ବ୍ୟବହାର ନିମନ୍ତେ ସରଳ କରାଯାଇଥାଏ | ଡାଟାବେସ ସର୍ଭରକୁ କମ୍ପାନୀଗୁଡିକ ଅନେକ ଉପାୟରେ ସୁରକ୍ଷିତ ରଖିଥାନ୍ତି | ଏଥିରେ ହାର୍ଡୱେଆର ଏବଂ ସଫ୍ଟୱେଆର ସ୍ୱେକ୍ୟୁରିଟି ସାମିଲ ଥାଏ | କିନ୍ତୁ ବେସିକ ସ୍ୱେକ୍ୟୁରିଟି ପାସୱାର୍ଡ଼ ଏକ ସାଧାରଣ ପାସୱାର୍ଡ଼ ହୋଇଥାଏ | କିନ୍ତୁ ଏହି ଡାଟାବେସରେ ପାସୱାର୍ଡ଼ ହିଁ ନଥିଲା ଯାହାକି ଏକ ଉଦବେଗର ବିଷୟ | ଏହାଫଳରେ ଗ୍ରାହକଙ୍କ ବହୁ କ୍ଷତି ହେବାର ଆଶଂକା ମଧ୍ୟ ରହିଛି |

179 Views

   ସମ୍ବନ୍ଧିତ ଖବର