Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ବୁଦ୍ଧି ଶିଖିଲା ପାକିସ୍ତାନ : ସାର୍କ ବୈଠକରେ ଲଗାଇଲା ନାହିଁ କୌଣସି ବିବାଦୀୟ ନକ୍ସା, ପୂର୍ବଥର ଭାରତ କରିଥିଲା ବିରୋଧ

24/09/2020 at 5:26 PM

ନୂଆଦିଲ୍ଲୀ, ୨୪ ।୦୯: ବୁଦ୍ଧି ଶିଖିଲା ପାକିସ୍ତାନ । ଆଉ ଦେଖାଇଲାନି ବିବାଦୀୟ ନକ୍ସା । ଗୁରୁବାର ଦକ୍ଷିଣ ଏସିଆ ଆଞ୍ଚଳିକ ସହଯୋଗ ସଙ୍ଗଠନ ବା ସାର୍କ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ବୈଠକ ହୋଇଥିଲା । ବୈଠକରେ ଭାରତ, ପାକିସ୍ତାନ, ବାଂଲାଦେଶ ଆଦିର ବୈଦେଶିକ ମନ୍ତ୍ରୀ ଅଂଶ ଗ୍ରହଣ କରିଥିଲେ । କିନ୍ତୁ ଏଥିରେ ଏକ ପରିବର୍ତ୍ତନ ଦେଖିବାକୁ ମିଳିଛି । ପାକିସ୍ତାନ ଚଳିତ ଥର ବ୍ୟାକ୍ ଗ୍ରାଉଣ୍ଡରେ କୌଣସି ପ୍ରକାର ନକ୍ସା ଲଗାଇ ନଥିଲା । ଗତ ବୈଠକରେ ଭାରତ ଏପରି ବିବାଦୀୟ ନକ୍ସାକୁ କଡା ବିରୋଧ କରି ବୈଠକ ଅଧାରୁ ଚାଲି ଆସିଥିଲା ।

କରୋନା ସଙ୍କଟ ମଧ୍ୟରେ ଗୁରୁବାର ସାର୍କ ଦେଶର ବୈଦେଶିକ ମନ୍ତ୍ରୀମାନେ ସାକ୍ଷାତ କରିଥିଲେ । ତେବେ ମନ୍ତ୍ରୀଙ୍କ ମଧ୍ୟରେ ଭର୍ଚୁଆଲ୍ ବୈଠକ ଅନୁଷ୍ଠିତ ହୋଇଥିଲା । ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ପାକିସ୍ତାନର ଶାହ ମହମ୍ମଦ କ୍ୟୁରେସୀ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ । ତେବେ ପାକ୍ ବୈଦେଶିକ ମନ୍ତ୍ରୀଙ୍କ ପଛରେ କୌଣସି ନକ୍ସା ନଥିଲା । ଏହି ବୈଠକରେ ଭାରତ ପାକିସ୍ତାନ ବିରୋଧରେ ଅସ୍ତ୍ରବିରତି ଉଲଙ୍ଘନ ଉଠାଇଥିଲା ।

ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ମଧ୍ୟ ସାର୍କ ଦେଶର ସୁରକ୍ଷା ପରାମର୍ଶଦାତାଙ୍କ ବୈଠକ ହୋଇଥିଲା । ଏଥିରେ ପାକିସ୍ତାନ ବିବାଦୀୟ ନକ୍ସା ପ୍ରଦର୍ଶିତ କରିଥିଲା  । ଯାହାକୁ ଭାରତ କଡା ବିରୋଧ କରିଥିଲା । ଏହାସହ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ବୈଠକ ଅଧାରୁ ଚାଲି ଆସିଥିଲେ ।

   Related Posts