Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ମଣ୍ଡିରେ ବିକ୍ରି ହେଉନି ଧାନ, ପ୍ରତିବାଦରେ ରାସ୍ତାରୋକ କଲେ ଚାଷୀ

1/03/2021 at 12:51 PM

ଢେଙ୍କାନାଳ,୧/୦୩ : ଚାଷୀ ମାନଙ୍କଠାରୁ ଧାନ ନେଉ ନଥିବାରୁ ମଣ୍ଡି ଆଗରେ ଦେଖାଦେଇଛି ଉତ୍ତେଜନା ।  ଏପରିକି ଉତ୍ୟକ୍ତ ଚାଷୀମାନେ ଧାନ ବସ୍ତା ରଖି ରାସ୍ତା ଅବରୋଧ କରିଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ କାଇମାଟି ସମବାୟ ସମିତି ଧାନ ମଣ୍ଡି ପାଖରେ ।

ସମବାୟ ସମିତି ଉପରେ ନିର୍ଭର କରୁଥିବା କାଇମାଟି, ବେଳଟିକିରି, ନାଗିଆପଶି,ଚାଉଳିଆ ଖମାର ଆଦି ପାଞ୍ଚଟି ପଂଚାୟତର ଚାଷୀ ମାନେ ଧାନ ବସ୍ତା ରଖି ଢେଙ୍କାନାଳ-ଗଁନ୍ଦିଆ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ପ୍ରାୟ ୨୦ହଜାର କୁଇଣ୍ଟାଲ ଧାନ ଚାଷୀମାନଙ୍କ ଠାରୁ ନ କିଣି ଗତ ଫେବୃଆରୀ ୧୧ତାରିଖରୁ ଧାନ ମଣ୍ଡି ବନ୍ଦ କରିଦେଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ଏହାସହ ପ୍ରତି ଧାନ ବସ୍ତା ପିଛା ତିନି ଚାରି କେଜି ଧାନ କାଟିବା ପ୍ରତିବାଦରେ ଚାଷୀମାନେ ଏହି ରାସ୍ତା ରୋକ କରିବା ସହ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଫଳରେ ଢେଙ୍କାନାଲ ଓ ଗଁନ୍ଦିଆ ମଧ୍ୟରେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଖବର ପାଇ ସଦର ପୋଲିସ ଓ ଢେଙ୍କାନଲ ତହସିଲଦାର ପହଂଚି ଉତ୍ୟକ୍ତ ଚାଷୀଙ୍କୁ ବୁଝାସୁଝା ଜାରି ରଖିଛନ୍ତି । 

   Related Posts