Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୧୫ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ଭୂମି ପୂଜନ ଉତ୍ସବର ଅତିଥି ତାଲିକାରେ ଅଛି ମୁସଲିମ ନେତାଙ୍କ ନାମ, ମନ୍ଦିର ମାମଲାର ପ୍ରତିପକ୍ଷ ବି ସାମିଲ, କିନ୍ତୁ ନାହାଁନ୍ତି ବିରୋଧି ଦଳର କେହି ନେତା

28/07/2020 at 6:51 PM

ଲକ୍ଷ୍ନୌ, ୨୮|୦୭:   ଅଯୋଧ୍ୟାରେ ଆସନ୍ତା ୫ତାରିଖରେ ଶ୍ରୀରାମ ମନ୍ଦିର ପାଇଁ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ମନ୍ଦିର ପ୍ରତିଷ୍ଠା ପାଇଁ ଶିଳାନ୍ୟାସ ମଧ୍ୟ ହେବ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ବିଜେପି ନେତାଙ୍କ ସମେତ ଆରଏସଏସ, ବିଏଚପିର ପ୍ରମୁଖ ନେତା ସାମିଲ ହେବେ । ଏପରିକି ରାମ ମନ୍ଦିରକୁ ବିରୋଧ କରୁଥିବା କିଛି ମୁସଲିମ ନେତାଙ୍କୁ ମଧ୍ୟ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ ବୋଲି ସୂଚନା ମିଳିଛି । ଏହାକୁ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଆୟୋଜନ କରୁଛି । ଟ୍ରଷ୍ଟର ବରିଷ୍ଠ ସଦସ୍ୟଙ୍କ କହିବାନୁସାରେ, ଏହି କାର୍ଯ୍ୟକ୍ରମକୁ ମୁସଲିମ ନେତା ଜାଫର ଫାରୁକି, ସିଆ ଓ୍ୱାକଫ୍ ବୋର୍ଡର ସଭାପତି ଓ୍ୱାସିମ ରିଜବୀଙ୍କୁ ନିମନ୍ତ୍ରଣ କରାଯାଇଛି । ସେହିପରି ଇକବାଲ ଅନସାରୀ ଯିଏ ବାବ୍ରୀ ମସଜିଦ ସପକ୍ଷରେ ଲଢେଇ କରୁଥିଲେ ତାଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।

ଲାଲ କୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀଙ୍କ ସହ ଅନ୍ୟ ଆରଏସଏସ ନେତାଙ୍କୁ ନିମନ୍ତ୍ରଣ କରାଯାଇଛି । ଆରଏସଏସ ମୁଖ୍ୟ ମୋହନ ଭାଗବତ, ସାଧାରଣ ସମ୍ପାଦକ ସୁରେଶ ବୟାଜୀ ଯୋଶୀ ଓ ଯୋଗ ଗୁରୁ ବାବା ରାମଦେବ ମଧ୍ୟ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । କିନ୍ତୁ କୌଣସି ବିରୋଧି ଦଳର ନେତାଙ୍କୁ କାର୍ଯ୍ୟକ୍ରମକୁ ଡକାଯାଇ ନାହିଁ । ଏପରିକି କଂଗ୍ରେସ ସଭାପତି ତଥା ରାୟବରେଲୀ ସାଂସଦ ସୋନିଆ ଗାନ୍ଧୀଙ୍କୁ ନିମନ୍ତ୍ରଣ ମିଳିନାହିଁ ।

ଟ୍ରଷ୍ଟର କୋଷାଧ୍ୟକ୍ଷ ସ୍ୱାମୀ ଗୋବିନ୍ଦ ଦେବ ଗିରି କହିଛନ୍ତି ଯେ, କୌଣସି ଦଳକୁ ନେଇ ଭେଦଭାବ କରାଯାଇ ନାହିଁ । ଭଗବାନ ରାମ ସମସ୍ତଙ୍କର । ଯେଉଁମାନଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ  ସେମାନେ ଯେଉଁଠି ବି ଥିଲେ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ । କେବଳ ବିଏସପି ବିଧାୟକ ରିତେଶ ପାଣ୍ଡେଙ୍କୁ ନିମନ୍ତ୍ରଣ କରାଯାଇଛି । ସେ ଆମ୍ବେଦକର ନଗରର ବିଧାୟକ ରହିଛନ୍ତି । ଏତତ୍ ବ୍ୟତୀତ ଫୟାଜବାଦ, ଅଯୋଧ୍ୟା ଓ ଅନ୍ୟ ବିଧାୟକଙ୍କୁ ମଧ୍ୟ ଡକାଯାଇଛି ।

ସେ ଆହୁରି କହିଛନ୍ତି ଯେ, କରୋନା ଭାଇରସରକୁ ନଜରରେ ରଖି କମ୍ ଅତିଥୀଙ୍କୁ ନିମନ୍ତ୍ରଣ କରାଯାଇଛି । ତେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କିଛି ସ୍ୱତନ୍ତ୍ର ଅତିଥିଙ୍କୁ ନିମନ୍ତ୍ରଣ କରିପାରନ୍ତି । ତାହା ସେ ଜାଣନ୍ତି ନାହିଁ । ସେ କହିଛନ୍ତି ଯେ, ଶିଳାନ୍ୟାସ ପରେ ମନ୍ଦିର ତିଆରି କାମ ଆରମ୍ଭ ହୋଇଯିବ । ୨୦୨୪ ସୁଦ୍ଧା ଏହା ସରିବା ନେଇ ଲକ୍ଷ୍ୟ ରଖାଯାଇଛି ।

   Related Posts