ଶୁଖିଲା ରହିଲେ ଗ୍ରାହକ, ନିରାଶ ବି ହେଲେ, ଅନଲାଇନରେ ମଦ ବିକ୍ରି ନୋହିଲା

Published By : Prameya-News7 Bureau | May 24, 2020 IST

ଭୁବନେଶ୍ୱର, ୨୪|୦୫:  ବିଜ୍ଞପ୍ତି ପ୍ରକାଶ ପାଇଲା  ହେଲେ ଆରମ୍ଭ ହୋଇପାରିଲାନି ଅନଲାଇନରେ ମଦ ବିକ୍ରି । ଦୋକାନରେ ସେମିତି ତାଲା ପଡିଛି। ଅନଲାଇନରେ ମଦ ବିକ୍ରି କରିବାକୁ ରାଜି ହେଉନାହାନ୍ତି ମଦ ବ୍ୟବସାୟୀ ।  ଅନଲାଇନରେ ମଦ ବିକିଲେ ସରକାର ଧାର୍ଯ୍ୟ କରିଥିବା ମାସିକ କୋଟା ମଦ ବିକ୍ରି କରିପାରିବେନି  ବୋଲି ଅଭିଯୋଗ କରି ଉଭୟ ଅଫଲାଇନ୍ ଏବଂ ଅନଲାଇନରେ ମଦ ବିକ୍ରି କରିବାକୁ ଅନୁମିତି ଦେବାକୁ  ଦାବି କରିଛନ୍ତି ବ୍ୟବସାୟୀ ।

ଆରମ୍ଭ ହୋଇପାରିଲାନି ଅନଲାଇନରେ ମଦ ବିଜ୍ରି । ଇଣ୍ଟରନେଟରେ ଖୋଜି ଖୋଜି ଗ୍ରାହକ ହାଲିଆ ହେଲେ ସିନା କଣ୍ଟାକ୍ଟ ଟ୍ରେସିଂ ହୋଇପାରିଲାନି। ଆଉ ଶୁଖିଲା ରହିଲେ ଗ୍ରାହକ, ନିରାଶ ବି ହେଲେ । ତେବେ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିବା ସତ୍ତ୍ବେ କାହିଁକି ଗ୍ରାହକମାନେ ଅନଲାଇଇନରେ ମଦ ପାଇପାରିଲେନି? କାରଣ ହେଲା ରାଜି ହେଉନାହାନ୍ତି ମଦ ବ୍ୟବସାୟୀ। । କୈଣସି ମଦ ଦୋକାନ ଆନଲାଇନରେ ମଦ ବିକି ନାହାନ୍ତି କି ଦୋକାନ ଆଗରେ ହ୍ବାଟସଆପ୍ ନମ୍ବର କି ଇମେଲ ଆଇଡି ଡିସିପ୍ଲେ କରିନାହାନ୍ତି । ଦୋକାନ ଯେମିତି ଅଢେଇ ମାସ ହେଲା ବନ୍ଦ ଥିଲା ସେମିତି ବନ୍ଦ ପଡିଥିଲା। ମଦ ବ୍ୟବସାୟୀ ମାନଙ୍କର ଯୁକ୍ତି ଅନଲାଇନରେ ମଦ ବିକିଲେ ମାସିକ କୋଟା ମଦ ସେମାନେ ବକି ପାରିବେ। ଯେଉଁଥିପାଇଁ ସେମାନଙ୍କୁ ଫାଇନ ଦେବାକୁ ପଡ଼ିବ । ମଦ ବ୍ୟବସାୟୀମାନେ କ୍ଷତିରେ ବି ପଡିବେ । ତେଣୁ ଉଭୟ ଅନଲାଇନ ଓ ଅଫଲାଇନରେ ମଦ ବିକ୍ରି ପାଇଁ ସରକାର ଅନୁମତି ଦିଅନ୍ତୁ ବୋଲି ଦାବି କରିଛି କଟକ ମଦ ବ୍ୟବସାୟୀ ସଂଘ ।

{"id":275387,"width":747,"height":490,"sizeSlug":"large"}

ରାଜ୍ୟ ସରକାର ତାଙ୍କ ନିଷ୍ପତି ଅଟଳ। କମିଶନ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ ଅନଲାଇନରେ ମଦ ବିକ୍ରୀ ହେବ। ମଦ ଦୋକାନ ଖୋଲିବ ନାହିଁ।  କେବଳ ବିଲ୍‌ କରୁଥିବା  ଏବଂ ଡେଲିଭରି ବଏ ଦୋକନକୁ ଯାଇପାରିବେ। । ଜୋମାଟୋ ଏବଂ ସ୍ବିଗି ଭଳି ଫୁଡ୍ ଡେଲିଭରି କମ୍ପାନି ମଦ ଡେଲିଭରି ଦେବେ। ଏପରିକି  ଦୋକାନୀ ମାନେ ମଧ୍ୟ ହ୍ବାଟସ ଆପରେ ଅଡର ରଖିବା ସହ ଡେଲିଭରୀ ବୟ ରଖି ହୋମ ଡେଲିଭରି କରିପାରିବେ। ଏଥିସହିତ ଗ୍ରାହକମାନେ ୫୦ ଫର୍ସେଣ୍ଟ କୋଭିଡ ଟ୍ୟାକ୍ସ ଲାଗିବ। । ସେପଟେ ରାଜ୍ୟ ସରକାର ଏ କରୋନା ସମୟରେ କାହିଁକି ମଦ ବିକ୍ରି କରିବାକୁ ଉଚ୍ଛନ୍ନ ହେଉଛନ୍ତି ବୋଲି ପ୍ରଶ୍ନ କରୁଛନ୍ତି ବିରୋଧୀ। ପଡୋଶୀ ରାଜ୍ୟମାନଙ୍କରେ ଅନୂଲାଇନ୍ ମଦ ବିକ୍ର କରିବା ସହ  କୋଭିଡ ଟ୍ୟାକ୍ସ ବସାଇଛନ୍ତି । ସେମାନଙ୍କ ଦେଖି ରାଜ୍ୟସରକାର  ବିଳମ୍ବରେ ମଦ ଅନଲାଇନରେ ବିକିବାକୁ ନିଷ୍ପତ୍ତି ନେଇଛନ୍ତି ହେଲେ ମଦ ବ୍ୟବସାୟୀ ମାନେ ରାଜି ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.