କୋଭିଡ଼ କଟକଣାକୁ ଫୁ : ନାହିଁ ସାମଜିକ ଦୂରତା, କି ନାହିଁ ମୁହଁରେ ମାସ୍କ, ଭିଡିଓ ଭାଇରାଲ…

Published By : Prameya-News7 Bureau | August 25, 2020 IST

ସାନଖେମୁଣ୍ଡି ୨୫।୦୮: ସାରା ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ରହିଛି । ଯାହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସରକାର ଓ ସ୍ଥାନୀୟ ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । କିନ୍ତୁ କିଛି ଅମାନିଆଙ୍କ ପାଇଁ ଯେମିତି ଏହା କିଛି କଟକଣା ନୁହେଁ । କୋଭିଡ଼ କଟକଣା ମାନିବାକୁ ବାରମ୍ବାର ସରକାର ଅପିଲ କରୁଛନ୍ତି । କିନ୍ତୁ କିଛି ଲୋକଙ୍କ ନିୟମ ମାନିବା ପରିବର୍ତ୍ତେ ଅଧିକ ଅମାନିଆ ହୋଇଚାଲିଛି । ଆଜି ସକାଳ ସମୟରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡ ମୁଖ୍ୟ ରାସ୍ତାରେ ଦେଖିବାକୁ ମିଳିଛି ଏପରି ଏକ ଦୃଶ୍ୟ ।

{"id":319697,"sizeSlug":"large"}

ସୂଚନାଯୋଗ୍ୟ ଯେ, କରୋନା ନିୟନ୍ତ୍ରଣ ପାଇଁ ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରୁ ଲଗାଯାଇଥିବା  କଟକଣାକୁ କିଛିଟା ଅଂଶରେ  କୋହଳ କରାଯାଇଛି । କିନ୍ତୁ ଆଜି ସକାଳୁ ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଥିବା ରଘୁନନ୍ଦନ ଟ୍ରେଡ଼ସ ସମ୍ମୁଖରେ ପ୍ରବଳ ଭିଡ ଦେଖିବାକୁ ମିଳିଛି  । ତେବେ ଭିଡର କାରଣ ହେଉଛି କି ଧାନ ଫସଲ ପାଇଁ ପିଡ଼ିଆ ସାର କିଣିବା ପାଇଁ ଗହଳି ହୋଇଛି ।  ନିକଟସ୍ତ ଚାଷୀ ସାର କ୍ରୟ ପାଇଁ ସାର ଦୋକାନକୁ ସକାଳୁ ସକାଳୁ ଆସି ଜମା ହୋଇଥିବାର ଦେଖିବାକୁ ମିଳିଛି ।

{"id":319698,"sizeSlug":"large"}

ତେବେ କଟକଣା କୋହଳ ହୋଇଥିଲେ ବି ଏତେ ପରିମାଣରେ ଭିଡ ଜମାଇବା ଓ ମୁହଁରେ ମାସ୍କ ନପିନ୍ଧିବା , ଯାହାକି ଆମକୁ ବିପଦ ଆଡକୁ ନେଉଥିବାର ଦେଖିବାକୁ ମିଳିଛି ।  କାହା ମୁହଁ ରେ ନାହିଁ ମାସ୍କ ନାହିଁ କି,  ସାମାଜିକ ଦୂରତାକୁ ମଧ୍ୟ ଫୁ କରିବା ଦେଖା ଯାଉଛି । ତେବେ ଦିଗପହଣ୍ଡ ସହରର ମୁଖ୍ୟ ରାସ୍ତାରେ ଏପରି ଭିଡ଼ର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେଉଥିବାର ଦେଖିବାକୁ ମିଳିଛି । ନିକଟରେ  ତହସିଲ ସହ ବ୍ଲକ କାର୍ଯ୍ୟାଳୟ ଥିଲେ ମଧ୍ୟ ପ୍ରଶାସନର ନିଦ ଭାଙ୍ଗିନଥିବା ଦେଖିବାକୁ ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.