Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||
  • ବିସ୍ଫୋରଣ କରି ଟ୍ରେନ୍ ଲାଇନ ଉଡାଇଲେ ନକ୍ସଲ, ପୋଷ୍ଟରରେ ଦେଲେ ଧମକ
  • ||
  • କୁହୁଡିର ଚାଦରରେ ଜଗତସିଂହପୁର, ଗମନାଗମନ ବାଧାପ୍ରାପ୍ତ
  • ||

CAA ହିଂସାରେ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ଯୋଗୀ, ଜାଣନ୍ତୁ କହିଛନ୍ତି କ’ଣ

19/02/2020 at 8:27 PM

ଲକ୍ଷ୍ନୌ ୧୯।୨: ନାଗିରକ ସଂଶୋଧିତ ଆଇନ (ସିଏଏ) ହିଂସାକୁ ନେଇ ରାଜ୍ୟରେ ହୋଇଥିବା ମୃତ୍ୟୁ ପ୍ରସଙ୍ଗରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ। ବିଧାନସଭାରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ପ୍ରସଙ୍ଗରେ କହିଥିଲେ ଯେ ସିଏଏ ବିରୋଧୀ ହିଂସା ବେଳେ ରାଜ୍ୟର କୌଣସି ସ୍ଥାନରେ ଜଣେ ହେଲେ ବ୍ୟକ୍ତି ପୋଲିସ ଗୁଳିରେ ମରି ନାହାନ୍ତି। ତେବେ ଯେଉଁମାନେ ବି ମରିଛନ୍ତି ସେମାନେ ଉପଦ୍ରବୀଙ୍କ ଗୁଳି ଓ ଟେକାପଥର ମାଡରେ ମରିଛନ୍ତି। ତେବେ ରାଜ୍ୟରେ ପୋଲିସ କାର୍ଯ୍ୟାନୁଷ୍ଠାନରେ କେହି ମରି ନଥିବାରୁ ଯୋଗୀ ପୋଲିସ ବିଭାଗକୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।

ଯୋଗୀ କହିଥଲେଯେ ଯଦି କିଏ ମୃତ୍ୟୁ ମୁହଁକୁ ଆସୁଛି ତାକୁ ରୋକିବ କିଏ? ତେବେ ଯୋଗୀଙ୍କ ଏହି ବୟାନରେ ବିରୋଧୀ ଦଳ ବିଧାନସଭାରେ ହଟ୍ଟଗୋଳ କରିଥିଲେ। ପୋଲିସ ଏପର୍ଯ୍ୟନ୍ତ ବିରୋଧ ବେଳେ ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟ ସେମାନଙ୍କ ପରିଜନକୁ ଦେଉ ନଥିବା ଅଭିଯୋଗ କରିଥିଲେ। କେବଳ ରାଜ୍ୟରେ ପୋଲିସ ଗୁଳିରେ ୨୧ ଜଣ ସିଏଏ ବିରୋଧୀଙ୍କ ମୃତ୍ୟୁ ହୋଇଥିବା ବିରୋଧୀ କହିଥିଲେ।

ସେହିପରି ଯୋଗୀ ଯୋଗେନ୍ଦ୍ର ମଣ୍ଡଳଙ୍କୁ ବିଧାନସଭାରେ ଦେଶଦ୍ରୋହୀ କହିବାକୁ ବି  ପଛାଇନଥିଲେ। ପିଏଫଆଇ ସିମି ଭଳି ସଂସ୍ଥାଙ୍କ ପରିବର୍ତ୍ତିତ ନାମ ବୋଲି କହିବା ସହ ଦେଶରେ ସିଏଏ ବିରୋଧୀ ହିଂସା ଉପୁଜିଥିବା ବେଳେ ଯୋଗେନ୍ଦ୍ର ପାକିସ୍ତାନରେ ଥିବା କହିଥିଲେ। ତେବେ ଦେଶ ବିରୋଧରେ ଷଡଯନ୍ତ୍ରକାରୀର ସର୍ବଦନା ଗୋପନ ମୃତ୍ୟୁ ହୋଇଥାଏ ବୋଲି କହିଥିଲେ ଯୋଗୀ। ତେବେ ଅପରାଧୀ ନିଜ ପୁଅ ଝିଅଙ୍କୁ ଅପରାଧ ଦୁନିଆରୁ ଦୂରରେ ରଖୁଥିବା ବେଳେ ରାଜନୀତି ଏକ ଏପରି ଦୁନିଆ ଯେଉଁଠି ଲୋକେ ନିଜ ପୁଅ ଝିଅଙ୍କୁ ବି ଦେଶ ବିରୋଧୀ ସ୍ଲୋଗାନ ଦେବାକୁ ରାସ୍ତା ଉପରକୁ ଛାଡି ଦେଉଥିବା ଦୁର୍ଭାଗ୍ୟଜନକ କହିଥିଲେ।

   Related Posts