ଜୁଲାଇ ୩୧ ଯାଏଁ ପୁରୀ ମନା, ଆସିବା ପୂର୍ବରୁ କରିବାକୁ ପଡିବ ରେଜିଷ୍ଟ୍ରେସନ୍

Published By : Prameya-News7 Bureau | July 04, 2020 IST

ପୁରୀ, ୦୪|୦୭:   ଜୁଲାଇ ୩୧ ଯାଏଁ ପୁରୀକୁ ପ୍ରବେଶ କରିବା ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ବିନା କୌଣସି କାରଣରେ କେହି ଜିଲ୍ଲାରେ ପ୍ରବେଶ କରିପାରିବେ ନାହି ବୋଲି ଜିଲ୍ଲାପାଳ ବଲଓ୍ୱନ୍ତ ସିଂ ସୂଚନା ଦେଇଛନ୍ତି ।

ସାରା ରାଜ୍ୟରେ ହୁହୁ ହୋଇ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଗତ ୨ ଦିନ ମଧ୍ୟରେ ୧୦୦୦ରୁ ଅଧିକ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ପୁରୀରେ ମଧ୍ୟ କୋଭିଡ୍ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହା ମଧ୍ୟରେ ପୁରୀ ଜିଲ୍ଲାପାଳ କହିଛନ୍ତି ଯେ, ୫ ତାରିକରୁ ଜୁଲାଇ ୩୧ ଯାଏଁ କେହି ପୁରୀକୁ ପ୍ରବେଶ କରିପାରିବେ ନାହିଁ । ବିନା କାରଣରେ ପ୍ରବେଶ ଉପରେ କଟକଣା ଲାଗିଛି । ପୁରୀକୁ ଆସିବାକୁ ହେଲେ ପଞ୍ଜୀକରଣ କରିବାକୁ ପଡିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.