ସୋସିଆଲ ମିଡିଆ ପୋଷ୍ଟ ପାଇଁ କାହାକୁ ଗିରଫ କରିପାରିବନି ପୋଲିସ, ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
19/07/2020 at 12:08 PM

ନୂଆଦିଲ୍ଲୀ, ୧୯।୦୭: ଏବେ ସୋସିଆଲ ମିଡିଆରେ କେହି କିଛି ପୋଷ୍ଟ କଲେ ଗିରଫ କରିବନି ପୋଲିସ । କୈଣସି ପୋଷ୍ଟକୁ ନେଇ ହୋଇପାରିବନି ଗିରଫଦାରି । ଏହା କହିଛନ୍ତି ସୁପ୍ରିମକୋର୍ଟ ।
ସୁପ୍ରିମକୋର୍ଟଙ୍କ କହିବାନୁସାରେ, ସୋସିଆଲ ମିଡିଆରେ କିଛି ପୋଷ୍ଟ କରିବା ହେଉଛି ମୌଳିକ ଅଧିକାରର ଅଂଶବିଶେଷ । ଏହା ଅଭିବ୍ୟକ୍ତିର ସ୍ୱାଧିନତା । ଏପରିକି କୋର୍ଟ ଆଇଟି ଅଧିନିୟମ ଧାରା ୬୬(ଏ)କୁ ଅସାମ୍ବିଧାନିକ କହିଛନ୍ତି । ଏହା ସମ୍ବିଧାନର ଧାରା ୧୯(୧)କୁ ଉଲଙ୍ଘନ କରୁଥିବା କୋର୍ଟ କହିଛନ୍ତି । ଯାହା ମୌଳିକ ଅଧିକାରର ଉଲଙ୍ଘନ ।
କୋର୍ଟ ଦେଇଥିବା ନିର୍ଦ୍ଦେଶ ପରେ ହ୍ୱାଟସଆପ୍, ଟ୍ୱିଟର, ଫେସବୁକ, ଇନଷ୍ଟାଗ୍ରାମ, ଟେଲିଗ୍ରାମ ଆଦି ସୋସିଆଲ ସାଇଟରେ କୌଣସି ପୋଷ୍ଟ ପାଇଁ କାହାକୁ ଗିରଫ କରାଯାଇ ପାରିବ ନାହିଁ । ପୂର୍ବରୁ ଥିବା ଆଇନ ଅନୁସାରେ କୌଣସି ପୋଷ୍ଟ କଲେ ପୋଲିସ ଜଣଙ୍କୁ ଗିରଫ କରିପାରୁଥିଲା ।
ସୂଚନାଯୋଗ୍ୟ, ପୂର୍ବରୁ ଥିବା ଆଇନକୁ ବିରୋଧ କରି ସାମାଜିକ କର୍ମୀ ଶ୍ରେୟା ସିଙ୍ଘଲ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଯାହାର ଶୁଣାଣି କରି କୋର୍ଟ ଏହି ଆଇନକୁ ଅସାମ୍ବିଧାନିକ ବୋଲି କହିଛନ୍ତି ।
ନିକଟରେ ଭାରତ ସରକାର ସୁରକ୍ଷା ଦୃଷ୍ଟିକୋଣରୁ ୫୯ଟି ଚୀନା ଆପ୍କୁ ବ୍ୟାନ୍ କରିଛନ୍ତି । ଏଥିରେ ଟିକଟକ୍ ଓ ଜେଣ୍ଡର୍ ଭଳି ଲୋକପ୍ରିୟ ଆପ୍ ରହିଛି । ଏହି ଆପ୍ ଦ୍ୱାରା ୟୁଜର ଅଭିବ୍ୟକ୍ତିର ସ୍ୱାଧିନତା ପାଉଥିଲେ । ତେବେ ଏହି ଆପ୍କୁ ବ୍ୟାନ୍ କରିବାକୁ କିଛି ନାପସନ୍ଦ କରିଛନ୍ତି । ତେଣୁ ସୁପ୍ରିମକୋର୍ଟଙ୍କ ଏହି ରାୟ ଏବେ ଚର୍ଚ୍ଚାକୁ ଆସିଛି ।ସରକାର ଆପ୍ ବ୍ୟାନ୍ ପରେ କହିଥିଲେ ଯେ, ଧାରା ୬୯(ଏ) ଆଧାରରେ ଏହି ପଦକ୍ଷେପ ନିଆଯାଇଛି । ଏହି ଧାରାରେ ଯଦି କୌଣସି ଆପ୍ଲିକେସନ ଦେଶର ସୁରକ୍ଷାକୁ ବିପଦରେ ପକାଏ ତେବେ ସରକାର ଏହାକୁ ବ୍ୟାନ୍ କରିପାରିବେ ।