ବିଜ୍ଞପ୍ତି ପ୍ରକାଶ ପାଇନି, ନିର୍ବାଚନ ହୋଇନି: ସେପଟେ ସରପଞ୍ଚ ନିର୍ବାଚିତ ହୋଇସାରିଲେଣି

Published By : Prameya-News7 Bureau | October 28, 2021 IST

ଆନନ୍ଦପୁର ୨୮।୧୦: ନିର୍ବାଚନ ହୋଇନି ହେଲେ ଘଷିପୁରା ବ୍ଲକର ଶାଳଦେଇ ପଞ୍ଚାୟତର ସରପଞ୍ଚ ନିର୍ବାଚିତ ହୋଇସାରିଲେଣି। ଯାହାକୁ ନେଇ ଅସନ୍ତୋଷ ତେୋଜିବାରେ ଲାଗିଛି।  ଏପଟେ ୨୦୨୨ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ଭୋଟର ତାଲିକା ସଂଶୋଧନ ପାଇଁ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟନିର୍ବାଚନ କମିଶନ।

ଘଷିପୁରା ବ୍ଲକର ଶାଳଦେଇ ପଞ୍ଚାୟତର ସରପଞ୍ଚ ହେବେ ପ୍ରେମଲତା ଦେହୁରୀ । ଆପଣ ତ ନିଶ୍ଚୟ ଭାବୁଥିବେ ଭୋଟ ପଡ଼ିନି, ନିର୍ବାଚନ ତାରିଖ ଘୋଷଣା ହୋଇନି,  ବିଜ୍ଞପ୍ତି ପ୍ରକାଶ ବି ପାଇନି, ହେଲେ ଏତେ ଜୋର ଦେଇ ଆମେ କାହିଁକି ଏକଥା ଆମେ କହୁଛୁ ? ଘଷିପୁରା ବ୍ଲକର ଶାଳଦେଇ ପଞ୍ଚାୟତ ସରପଞ୍ଚ ହେବେ ପ୍ରେମଲତା ଦେହୁରୀ । ବର୍ତ୍ତମାନର ଆକଳନ ତ ସେହିକଥା କହୁଛି।  ଏକଥା ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ। କାରଣ ସଂରକ୍ଷିତ ତାଲିକା ପ୍ରକାଶ ପାଇବା ପରେ କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ  ଶାଳଦେଇ ପଞ୍ଚାୟତରେ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ସଂରକ୍ଷିତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।

{"id":534822,"sizeSlug":"full","linkDestination":"none"}

ଏହି ପଞ୍ଚାୟତ ଗତ ଥର ଅଣସଂରକ୍ଷିତ ଥିବାବେଳେ ଏଥର ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ପୂରା ପଞ୍ଚାୟତରେ ମୋଟ ଭୋଟର ସଂଖ୍ୟା ୪ ହଜାର ୬ଶହ୫୮। ଏମାନଙ୍କ ଭିତରୁ  ମାତ୍ର ଜଣିଏ ମହିଳା ପ୍ରେମଲତା ଦେହୁରୀ ହେଉଛନ୍ତି ଅନୁସୂଚିତ ଜନଜାତି ମହିଳା। ଗତ ଥର ସେ ଓ୍ବାର୍ଡମେମ୍ବର ଥିବା ବେଳେ ଏଥର ସରପଞ୍ଚ ହେବା ପାଇଁ ତାଙ୍କ ପାଳି ପଡିଛି । ସେଥିପାଇଁ ସେ ଉତ୍ସାହିତ ଅଛନ୍ତି। ହେଲେ ପଞ୍ଚାୟତବାସୀ ନିରୁତ୍ସାହିତ ।  ଏବେ ସେମାନେ କୋର୍ଟଙ୍କ ଦ୍ବାରସ୍ଥ ହେବା ପାଇଁ ଚେତବନୀ ଦେଇଛନ୍ତି।

ସଂରକ୍ଷଣକୁ ନେଇ ପଞ୍ଚାୟତରେ ଅଙ୍କ ଛିଣ୍ଡୁ  ନଥିବା ବେଳେ ୨୦୨୨ରେ ପଞ୍ଚାୟତ ନିର୍ବାଚନ ପାଇଁ  ରାଜ୍ୟ ନିର୍ବାଚନ କମିଶନଙ୍କ ତତ୍ତ୍ବାବଧନାରେ ପ୍ରସ୍ତୁତି ଆରମ୍ଭ  ହୋଇଛି। କେନ୍ଦ୍ର ନିର୍ବାଚନ କମିଶନ ଜାନୁଆରି ୧, ୨୦୨୧ର ଭୋଟର ତାଲିକା ରାଜ୍ୟନିର୍ବାଚନ କମିଶନଙ୍କୁ ପ୍ରଦାନ କରିଛନ୍ତି।  ଓ୍ବାର୍ଡ ସ୍ତରରେ ଭୋଟର ତାଲିକା ସଂଶୋଧନ କରିବା ପାଇଁ ଆସନ୍ତା ନଭେମ୍ବର ୬ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟନିର୍ବାଚନ କମିଶନ।   ଏପଟେ ସଂରକ୍ଷଣ ତାଲିକା ଦୁଇଟି ଜିଲ୍ଲାକୁ ଛାଡି ସମସ୍ତ ଜିଲ୍ଲାର ପହଞ୍ଚିସାରିଛି। ଧାର୍ଯ୍ୟ ତାରିଖ ଅନୁସାରେ ସଂରକ୍ଷଣ ତାଲିକା ଜିଲ୍ଲପାଳ ମାନେ ପ୍ରଦାନ କରିବେ ବୋଲି କହିଛନ୍ତି ରାଜ୍ୟନିର୍ବାଚନ କିମିଶନ।

ଇଏ କେବଳ ଗୋଟିଏ ପଞ୍ଚାୟତର ସମସ୍ୟା ନୁହଁ ।  ଏହି ପରି ଅନେକ ପଞ୍ଚାୟତରେ ସଂରକ୍ଷଣକୁ ନେଇ  ସମସ୍ୟା ସାମ୍ନାକୁ ଆସିପାରେ। ତେଣୁ ସମାଧାନ ଏବେ କମିଶନଙ୍କ ଉପରେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.