Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସଚିନ୍ ପାଇଲଟ୍‌ଙ୍କ ଫୁସଫୁସରେ ସଂକ୍ରମଣ, ଆଜି ଆସିବ ଟେଷ୍ଟ ରିପୋର୍ଟ
  • ||
  • ବରିଷ୍ଠ ବିଜେପି ନେତାଙ୍କ ବିବାଦୀୟ ବୟାନ୍-‘ମୁସଲମାନ୍ ପ୍ରାର୍ଥୀଙ୍କୁ କେବେ ବି ଦେବୁନି ଟିକେଟ୍’
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ଅର୍ଥନୀତି ଉପରେ କରୋନା ପ୍ରଭାବ, ଖର୍ଚ୍ଚ କାଟ୍‌ମୁଡ୍‌ରେ ସରକାର : ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସବୁ ନୂଆ ଯୋଜନା ସ୍ଥଗିତ

5/06/2020 at 1:34 PM

ନୂଆଦିଲ୍ଲୀ ୦୫/୦୬ :  ଅର୍ଥନୀତି ଉପରେ କରୋନାର ଛାଇ । କରୋନା ମାହାମାରିର ପ୍ରକୋପ ବଢିଚାଲିଥିବା ବେଳେ ତାହା ରାଜସ୍ବକୁ ପ୍ରଭାବିତ କରିଛି ଏବଂ ସେଥିଲାଗି ଖର୍ଚ୍ଚ କାଟ ପାଇଁ କେନ୍ଦ୍ରସରକାର ନେଇଛନ୍ତି କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି। ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ କୌଁଣସି ନୂଆ ଯୋଜନା କାର୍ଯ୍ୟକାରୀ ହେବନାହିଁ । ଏପରିକି ବଜେଟ୍‌ରେ ମଂଜୁର ହୋଇଥିବା ଯୋଜନା ମଧ୍ୟ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସ୍ଥଗିତ ରହିବ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ନିଷ୍ପତ୍ତି ସଂପର୍କରେ ସୂଚନା ଦେଇଛନ୍ତି । ତେବେ ସମସ୍ତ ନୂଆ  ଯୋଜନାକୁ ଅର୍ଥ ମନ୍ତ୍ରଣାଳୟ ସ୍ଥଗିତ ରଖିଥିବାବେଳେ କେବଳ  ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଓ ଆତ୍ମନିର୍ଭର ଭାରତ ଅଭିଯାନ ସହ ଜଡିତ ଯୋଜନା ଉପରେ ଏହି ନିୟମ ଲାଗୁ କରାଯାଇନାହିଁ |ଏହି ସମୟରେ ଅର୍ଥାତ୍ ମାର୍ଟ୍ଟ ୩୧ ମଧ୍ୟରେ କୌଁଣସି ନୂଆ ଯୋଜନାର ପ୍ରସ୍ତାବ ନଦେବାକୁ ମଧ୍ୟ  ଅର୍ଥ ମନ୍ତ୍ରଣାଳୟ ନିର୍ଦ୍ଦେଶ ଜାରି କରିଛନ୍ତି ।

କରୋନା ସଙ୍କଟ ଓ ଲକଡାଉନ ମଧ୍ୟରେ କେନ୍ଦ୍ର ସରକାର ଏହିଭଳି ଆର୍ଥୀକ କଟକଣା ଜନୀତ ନିଷ୍ପତ୍ତି ନେଇଛନ୍ତି | ସରକାରଙ୍କ ଆଦେଶ ଅନୁଯାୟୀ, ୨୦୨୧ ମାର୍ଚ୍ଚ ମାସ ପର୍ଯ୍ୟନ୍ତ କୌଣସି ନୂଆ ସ୍କିମ ଆରମ୍ଭ ହେବନାହିଁ | ସରକାରଙ୍କ ଏହି ଆଦେଶ ୨୦-୨୧ ଆର୍ଥୀକ ବର୍ଷ ରେ ସ୍ୱୀକୃତ କିମ୍ବା ମୂଲ୍ୟାଙ୍କନ ହୋଇଥିବା ସମସ୍ତ ସ୍କିମକ୍ଷେତ୍ରରେ ଲାଗୁହେବ | ତେବେ ଅରେ୍ତ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏହି ନିଷ୍ପତ୍ତି ବ୍ୟତିରେକ କିଛି ଆବଶ୍ୟକତା ବା ପଦକ୍ଷେପ ଲାଗି   ଡିପାର୍ଟମେଣ୍ଟ ଅଫ ଏକ୍ସପେଣ୍ଡିଚର ବା ବ୍ୟୟ ବିବାଗର ମଞ୍ଜୁରୀ ଆବଶ୍ୟକ ।  ଏଥିରେ SFC ର ୫୦୦ କୋଟିରୁ ଅଧିକ ନୂଆ ଯୋଜନାରେ ମଧ୍ୟ ବ୍ରେକ ଲାଗିବ | ଅର୍ଥମନ୍ତ୍ରୀ ରାଜସ୍ୱ ହ୍ରାସ ହୋଇଥିବା ଦର୍ଶାଇ  ଏହି ଅର୍ଥୀକ କାଟ ଛାଣ୍ଟ  ଆଦେଶ ଜାରି କରିଛନ୍ତି | ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜୁନ ୪ ତାରିଖରେ ଏହି ଆଦେଶ ଜାରି କରାଯାଇଛି | ଏହା ସହ  ବିବିନ୍ନ ମନ୍ତ୍ରଣାଳୟ ଓ ବିଭାଗଙ୍କୁ ନିଜ ନିଜ ଯୋଜନା ତଥା ଖର୍ଚ୍ଚ ତାଲିକା ଜୁନ ୩୦ ତାରିଖ ସୁଦ୍ଧା ଦେବାକୁ ନିର୍ଦେଶ ଦିଆଯାଇଛି |

ଦେଶକୁ ଆତ୍ମନିର୍ଭର କରିବା ପାଇଁ କେନ୍ଦ୍ର ସରକାର ଆର୍ଥିକ ସୁଧାର ପାଇଁ ୨୦ ଲକ୍ଷ କୋଟି ଟଙ୍କାର ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି | ପ୍ରଧାନମନ୍ତ୍ରୀ ମୋଦିଙ୍କ ତରଫରୁ ଲେଖାଯାଇଥିବା ଚିଠିରେ କୁହାଯାଇଛି ଯେ, କରୋନା ମହାମାରୀ ସମୟରେ ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବିଶ୍ୱ ସାମ୍ନାରେ ଭାରତ ଏକ ଉଦାହରଣ ସୃଷ୍ଟି କରିବ |

ଆତ୍ମନିର୍ଭର ଭାରତ ଅଭିଯାନ ପ୍ୟାକେଜରେ ଘୋଷଣା ହୋଇଥିବା ୨୦ ଲକ୍ଷ କୋଟି ଟଙ୍କା ପ୍ୟାକେଜ ଭାରତର ସମସ୍ତ ନାଗରିକଙ୍କ ପାଇଁ ଏକ ନୂଆ ସୁଯୋଗ ଆରମ୍ଭ କରିବ | ସେ ଚାଷୀ ହେଉ, କ୍ଷୁଦ୍ର ବ୍ୟବସାୟୀ ହେଉ, କିମ୍ବା କୌଣସି ନୂଆ ଷ୍ଟାର୍ଟଅପ ସହ ଜଡିତ ଯୁବକ ହେଉ, ସମସ୍ତଙ୍କ ସପେକ୍ଷରେ ଏକ ନୂଆ ଆରମ୍ଭ ହେବ |

ସାରା ଦୁନିଆରେ ମହାମାରୀ ସମୟରେ ସବୁ ଦେଶର ଅର୍ଥ ବ୍ୟବସ୍ଥା କିଭଳି ସୁଧୁରିବ, ତାହାହିଁ ବ୍ୟାପକ ଚରଚ୍ଚାର ପ୍ରସଙ୍ଗ | କାରଣ କରୋନା ପରେ ଅର୍ଥ ବ୍ୟବସ୍ଥାକୁ ପୁଣି ସୁଧାରିବା ସବୁଠାରୁ ବଡ ଆହ୍ୱାନ ବା ଚ୍ୟାଲେଞ୍ଜ | 

   Related Posts