କରୋନା ମୁକାବିଲାରେ ଆସିଲା ବଡ ଖବର: ଗତ ୨୪ ଘଣ୍ଟାରେ ୧୦ଟି ରାଜ୍ୟରେ ଆସିନାହିଁ ଗୋଟିଏ ହେଲେ ନୂଆ କେସ୍

Published By : Prameya-News7 Bureau | May 10, 2020 IST

ନୂଆଦିଲ୍ଲୀ, ୧୦|୦୫:    ଦେଶରେ କରୋନା ଭାଇରସ ସଂକ୍ରମଣ ମାମଲା ଲାଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି । ରବିବାର ଦ୍ୱିପ୍ରହର ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୬୨,୯୩୯ରେ ପହଁଚିଛି । ସେହିପରି ଏହି ଭାଇରସ ଏବେସୁଦ୍ଧା ୨୧୦୯ଜଣଙ୍କ ଜୀବନ ମଧ୍ୟ ନେଲାଣି ।  ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୦ଟି ରାଜ୍ୟରେ କୌଣସି ନୂତନ କେସ୍ ଆସିନଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି ।

wp:core-embed/twitter {"url":"https://twitter.com/ANI/status/1259410057344643072?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1259410057344643072\u0026ref_url=https%3A%2F%2Fhindi.news18.com%2Fnews%2Fnation%2Fno-new-covid-19-case-in-10-states-in-last-24-hours-says-harsh-vardhan-3100150.html","type":"rich","providerNameSlug":"twitter","className":""}
https://twitter.com/ANI/status/1259410057344643072?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1259410057344643072&ref_url=https%3A%2F%2Fhindi.news18.com%2Fnews%2Fnation%2Fno-new-covid-19-case-in-10-states-in-last-24-hours-says-harsh-vardhan-3100150.html
/wp:core-embed/twitter

ରବିବାର ମଣ୍ଡୋଲିରେ କୋଭିଡ-୧୯ କ୍ୱାରେଣ୍ଟାଇନ୍ ସେଣ୍ଟର ପରିଦର୍ଶନ ବେଳେ କେନ୍ଦ୍ରମନ୍ତ୍ରୀ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଦେଶରେ ଏବେ ୪୩୬୨ଟି କୋଭିଡ୍ କେୟାର ସେଣ୍ଟରରେ ୩,୪୬,୮୫୬ଜଣ ଲୋକଙ୍କୁ ରଖାଯାଇଛି ।  ଏବେସୁଦ୍ଧା କେନ୍ଦ୍ର ସରକାର ୭୨ ଲଭ ଏନ-୯୫ ମାସ୍କ ଓ ୩୬ ଲକ୍ଷ ପିପିଇ କିଟ୍ ପଠାଇ ସାରିଛନ୍ତି । ଯେଉଁରାଜ୍ୟରେ କୌଣସି କରୋନା ମାମଲା ଆସିନାହିଁ ସେସବୁ ହେଲା ସିକିମ, ନାଗାଲାଣ୍ଡ ଓ ଲାକ୍ଷାଦ୍ୱୀପ । ସେହିପରି ଆଣ୍ଡାମାନ ନିକୋବର, ଅରୁଣାଞ୍ଚଶ ପ୍ରଦେ, ଗୋଆ, ମଣିପୁର  ମିଜୋରାମରେ କରୋନାର କୌଣସି ସକ୍ରିୟ କେସ୍ ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରତିଦିନ ଦେଶରେ ପ୍ରାୟ ୯୫ ହଜାର ଲୋକଙ୍କ ଟେଷ୍ଟ କରାଯାଉଛି । ୩୩୨ଟି ସରକାରୀ ଓ ୧୨୧ଟି ବେସରକାରୀ ଲ୍ୟାବରେ ଟେଷ୍ଟ ହେଉଛି । ଏବେସୁଦ୍ଧା ମୋଟ ୧୫ ଲକ୍ଷ ୨୫ ହଜାର ୬୩୧ଜଣଙ୍କ ଟେଷ୍ଟ ହୋଇସାରିଛି । ସବୁଠାରୁ ବଡ କଥା କି ଗତ ୨୪ ଘଣ୍ଟାରେ ୧୦ଟି ରାଜ୍ୟରେ ଗୋଟିଏ ହେଲେ ପଜିଟିଭ୍ କେସ୍ ଆସିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.