Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଆସିଲା ବିନା ଛୁଞ୍ଚିର ଟିକା, ଏବେ ଇଞ୍ଜେକ୍ସନ ନେଲେ ହେବନି ଯନ୍ତ୍ରଣା

28/09/2021 at 9:05 PM

ନୂଆଦିଲ୍ଲୀ ୨୮।୯: ଆଗାମୀ ସମୟରେ ଇଞ୍ଜେକ୍ସନର ଯନ୍ତ୍ରଣାରୁ ମୁକ୍ତି ମିଳିପାରେ। ଭବିଷ୍ୟତରେ ହୁଏତ ବିନା ଛୁଞ୍ଚିରେ ଟିକାକରଣ  କରାଯିବ, ଯାହା ଅଧିକ ପ୍ରଭାବୀ ମଧ୍ୟ ହେବ। ତେବେ ହୁଏତ ଆପଣ ଭାବିପାରନ୍ତି ବିନା ଛୁଞ୍ଚିରେ ଇଞ୍ଜେକ୍ସନ କିପରି ହେବ, ହେଲେ ଏହି ପରିକଳ୍ପନାକୁ ସାକାର କରିବାକୁ ଯାଉଛନ୍ତି କାର୍ଲିଫର୍ଣ୍ଣିଆ ଷ୍ଟାନଫୋର୍ଡ ୟୁନିଭର୍ସିଟିର ବୈଜ୍ଞାନିକମାନେ। ଏଥିପାଇଁ ସେମାନେ ଛୋଟ ଥ୍ରୀ-ଡି ପେଚ୍‌ ପ୍ରିଣ୍ଟେଡ ମାଇକ୍ରୋ ନିଡିଲ ଭାକ୍ସିନ ବିକଶିତ କରିଛନ୍ତି। ଏହି ଭାକ୍ସିନକୁ  ଯନ୍ତ୍ରଣାଦାୟକ ଇଞ୍ଜେକ୍ସନ ଭାକ୍ସିନର ବିକଳ୍ପ ଭାବେ ଏବେ ଦେଖା ଯାଉଛି।

ଟିକା ଉପରେ ଗବେଷଣା କରୁଥିବା ଏହି ବିଶ୍ୱବିଦ୍ୟାଳୟଙ୍କ ବୈଜ୍ଞାନିକ ମୁଷାଙ୍କ ଉପରେ ମାଇକ୍ରୋନିଡଲ ଭାକ୍ସିନେସନ କରିଥିଲେ। ଏଥିରୁ ଇଞ୍ଜେକ୍ସନ ଟିକାକରଣ ଅପେକ୍ଷା ପ୍ୟାଚ୍‌ ଅଧିକ ୧୦ ପ୍ରତିଶତ ଇମ୍ୟୁନିଟି ଦେଇପାରୁଥିବା ଦେଖାଯାଇଛି। ‘ଡେଲିମେଲ’ ରିପୋର୍ଟ ଅନୁସାରେ ଏହି ଟିକା ଲାଗି ଲୋକଙ୍କୁ ଆଉ ଡାକ୍ତର ଅଥବା ନର୍ସଙ୍କୁ ଅପେକ୍ଷା କରିବାକୁ ପଡିବନି। ଆବଶ୍ୟକତା ସ୍ଥଳେ ଲୋକେ ନିଜେ ନିଜର ଟିକାକରଣ କରିଦେଇପାରିବେ।

ଛୁଞ୍ଚି ଇଞ୍ଜେକ୍ସନ ଟିକା ଅପେକ୍ଷା ଅଥିରେ ଯନ୍ତ୍ରଣା ରହିବ ନାହିଁ। ଏକ ମୁଦ୍ରାର ଆକାରଠାରୁ ମଧ୍ୟ କମ ପଲିମର ପେଚ୍‌ କମ ଡୋଜର ଟିକା ଲାଗି ବେଶ ସହାୟକ ହେବ। ଏଣୁ ଯେଉଁମାନଙ୍କର ଇଞ୍ଜେକ୍ସନ ଫୋବିଆ ରହିଛି ସେମାନଙ୍କ ଲାଗି ଏବେ ଏପରି ଟିକାକରଣ କରାଯାଇପାରିବ। ଇଞ୍ଜେକ୍ସନ ଫୋବିଆକୁ ଇଂରାଜୀରେ ଟ୍ରିପେନୋ ଫୋବିଆ କୁହାଯାଏ। ଖାସ ଏଥିଲାଗି ଅନେକ ଲୋକେ ଏପର୍ଯ୍ୟନ୍ତ ନିଜର କରୋନା ଚିକାକରଣ କରାଇ ନାହାନ୍ତି। ଏଭଳି ପରିସ୍ଥିତିରେ ଏହି ଟିକା ବେଶ ଉପଯୋଗୀ ସାବ୍ୟସ୍ତ ହେବ ବୋଲି କୁହାଯାଇଛି।

   Related Posts