Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ଇଏମଆଇ ଉପରେ ତିନି ମାସିଆ ରୋକ୍: ସମସ୍ତଙ୍କୁ ମିଳିବ ଲାଭ, ବ୍ୟାଙ୍କକୁ ଦେବାକୁ ପଡିବ ନାହିଁ କୌଣସି ସୂଚନା

1/04/2020 at 10:57 AM

ନୂଆଦିଲ୍ଲୀ, ୦୧|୦୪: କରୋନା ଭାଇରସ ପାଇଁ ସାରା ଦେଶକୁ ଲକଡାଉନ କରାଯାଇଛି । ଏହା ମଧ୍ୟରେ ଦେଶରେ ଆର୍ଥିକ ମାନ୍ଦାବସ୍ଥା ମଧ୍ୟ ସୃଷ୍ଟି ହୋଇଛି । କାରବାର ଠପ୍ ହୋଇଯାଇଛି । ଯାହାର ପ୍ରଭାବ ଜନତାଙ୍କ ମାସିକ ରୋଜଗାର ଉପରେ ପଡିଛି । ଏହା ମଧ୍ୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ବିଭିନ୍ନ ବ୍ୟାଙ୍କ, ଫାଇନାସିଂ ସେକ୍ଟରକୁ ଆଗାମୀ ୩ ମାସ ଯାଏଁ ଇଏମଆଇ ହୋଲ୍ଡ୍ କରିବାକୁ ପରାମର୍ଶ ଦେଇଥିଲା । କିନ୍ତୁ ଏବେବି ଗ୍ରାହକଙ୍କୁ ଇଏମଆଇ ପାଇଁ ଆକାଉଣ୍ଟରେ ପର୍ଯ୍ୟାପ୍ତ ଟଙ୍କା ରଖିବାକୁ ମେସେଜ ଆସୁଛି । ଆପଣ ଯଦି ଏହାର ଲାଭ ନେବାକୁ ଚାହାଁନ୍ତି ତେବେ କିଛି କରିବାକୁ ପଡିବ ନାହିଁ । ଏହାର ଲାଭ ଗ୍ରାହକଙ୍କୁ ଆପେଆପେ ମିଳିବ ବୋଲି ଏସବିଆଇ ଚେୟାରମ୍ୟାନ ରଜନୀଶ କୁମାର କହିଛନ୍ତି ।

କାହିଁକି ମେସେଜ କରୁଛି ବ୍ୟାଙ୍କ

ବ୍ୟାଙ୍କର କହିବାନୁସାରେ, ଯେଉଁ ସିଷ୍ଟମରେ ମେସେଜ ପଠାଯାଉଛି ତାହା ସ୍ୱୟଂଚାଳିତ ବ୍ୟବସ୍ଥା ଦ୍ୱାରା ପରିଚାଳିତ । କିନ୍ତୁ ଏହାକୁ ନେଇ ଗ୍ରାହକ ଚିନ୍ତିତ ହେବା ଆବଶ୍ୟକ ନାହିଁ । ସମସ୍ତ ଗ୍ରାହକଙ୍କୁ ସରକାରଙ୍କ ଏହି ଯୋଜନାର ଲାଭ ମିଳିବ । ଯଦି ଆପଣ ଇଏମଆଇ ଦେବାକୁ ଚାହାଁନ୍ତି ତେବେ ଆପଣଙ୍କୁ ବ୍ୟାଙ୍କକୁ ସୂଚନା ଦେବାକୁ ପଡିବ । ନହେଲେ ଆପଣ ସରକାରଙ୍କ ଏହି ସୁବିଧାରେ ଅନ୍ତର୍ଭୁକ୍ତ ହୋଇଯିବେ ।

କଣ ଥିଲା ସରକାରଙ୍କ ଘୋଷଣା

ଆରବିଆଇ ଟର୍ମ ଲୋନର ଇଏମଆଇରେ ୩ ମାସ ପାଇଁ ରିହାତି ଦେଇଥିଲା । ସମସ୍ତ କମର୍ସିଆଲ, ରିଜିଓନାଲ, ରୁରାଲ ଓ ଏନବିଏଫସି ବ୍ୟାଙ୍କକୁ ୩ ମାସ ଯାଏଁ ଇଏମଆଇ ହୋଲ୍ଡଡ୍ କରିବା ପାଇଁ କୁହାଯାଇଥିଲା । ଗ୍ରାହକ ନିଜେ ଚାହିଁଲେ ଇଏମଆଇ ଜମା କରିପାରିବେ । ବ୍ୟାଙ୍କ କୌଣସି ଚାପ ପକାଇବ ନାହିଁ । ଏହାର ପ୍ରଭାବ ଆପଣଙ୍କର କ୍ରେଡିଟ୍ ସ୍କୋର ଉପରେ ମଧ୍ୟ ପଡିବ ନାହିଁ ।

   Related Posts