Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ବାହାଘର ଓ ଅନ୍ତ୍ୟେଷ୍ଟି ପାଇଁ ଆଉ ଥାନାକୁ ଯିବାକୁ ପଡିବନି, ୧୦୦କୁ ଡାଏଲ କଲେ ମିଳିବ ଅନୁମତି

5/05/2021 at 9:02 PM

ଭୁବନେଶ୍ଵର ୦୫।୦୫: କରୋନା ସଂକ୍ରମଣର ଦ୍ଵିତୀୟ ଲହରରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ମହାମାରୀର ମୁକାବିଲା ପାଇଁ ଅନେକ କଟକଣା ଲାଗୁ ହୋଇଛି। ରାଜ୍ୟରେ ସଂପ୍ରତି ୧୪ ଦିନିଆ ଲକ୍‌ଡାଉନ୍‌ ଜାରି ହୋଇଛି। ଏହି ସମୟରେ ଅନେକ କାର୍ଯ୍ୟକ୍ରମ ଆୟୋଜନ ଉପରେ କଟକଣା ଜାରି ହୋଇଥିବା ବେଳେ ବାହାଘର ଓ ଅନ୍ତ୍ୟେଷ୍ଟି କାର୍ଯ୍ୟ ସୀମିତ ଲୋକଙ୍କୁ ନେଇ କରିବାକୁ ଅନୁମତି ମିଳିଛି। ହେଲେ ଏଥିପାଇଁ ଥାନାକୁ ଆସି ଅନୁମତି ନେବାକୁ ପଡେ। ଏହାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ରାଜଧାନୀବାସୀଙ୍କ ଲାଗି ଘୋଷଣା କରିଛନ୍ତି।

ଏଣିକି ଘରେ ବସି ବିବାହ ଓ ଅନ୍ତ୍ୟେଷ୍ଟି କ୍ରିୟା ପାଇଁ ଅନୁମତି ମିଳିବ। ବିବାହ ଅନୁମତି ଲାଗି ଥାନାକୁ ଆସିବାକୁ ପଡିବ ନାହିଁ। ଅନୁମତି ପାଇଁ ୧୦୦ କିମ୍ବା ୮୧୪୪୨୦୭୧୦୦କୁ ଫୋନ୍‌ କରିବେ। ହ୍ଵାଟ୍ସଆପ୍ ମାଧ୍ୟମରେ ଆବେଦନକାରୀଙ୍କ ପାଖକୁ ଏକ ଫର୍ମାଟ ଯିବ। ଫର୍ମାଟ୍ ପୂରଣ କରି ପୋଲିସ ପାଖକୁ ପଠାଇବାକୁ ପଡିବ। ଏହା ପରେ ଯାଇ କମିଶନରେଟ୍ ପୋଲିସରୁ ଆପଣଙ୍କୁ  ମୋବାଇଲ୍‌ରେ ଅନୁମତି ପତ୍ର ମିଳିବ। ଏ ନେଇ ଭୁବନେଶ୍ଵର ଡିସିପି ଉମାଶଙ୍କର ଦାସ ସୂଚନା ଦେଇଛନ୍ତି।

   Related Posts